ବନ୍ଦ ହେଲା ଆଇପିଏଲ୍: ଏବେ ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବେ ସଚିନ ଆଉ ଧୋନି

ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହଲଗାମରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ଆତଙ୍କବାଦୀମାନେ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରିଥିଲେ। ଏହାପରେ ସାରା ଦେଶରୁ ଉଠିଥିଲା ପ୍ରତିବାଦର ସ୍ବର। ଠିକ ୧୪ଦିନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ କଡ଼ା ଜବାବ ଦେବାକୁ ନିର୍ଦ୍ଦେଶ ଦେଇଥିଲା। ଆଉ ଆରମ୍ଭ ହୋଇଥିଲା #Operation Sindoor.
ଭାରତର ୩ ସେନା ମିଳିତ ଭାବେ ପାକିସ୍ତାନ ବିରୋଧରେ ସିନ୍ଦୂରର ବଦଲା ନେବାକୁ ଆକ୍ରମଣ ଜାରି ରଖିଛନ୍ତି। ପୁରା ଦେଶ ଏବେ ଏକତ୍ରିତ। ଆଉ ସୀମାରେ ଚାଲିଛି ଲଢେଇ। ମୁହଁତୋଡ ଜବାବ ଦେଉଛି ଭାରତ। ତେବେ ଭାରତ ଓ ପାକିସ୍ତାନ ଲଢେଇ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଛି ଆଇପିଏଲ। ଆଇପିଏଲ କେବେ ହେବ ଏନେଇ ବସିସିଆଇ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ତେବେ ଏହା ଭିତରେ ଜୋର ଧରିଛି ଆଉ ଏକ ଚର୍ଚ୍ଚା। ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇ ପାରନ୍ତି ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ଭାରତୀୟ ଟିମର ପୂର୍ବତନ ବରିଷ୍ଠ କ୍ରିକେଟର ସଚିନ ତେନ୍ଦୁଲକର। ଉଭୟ ଭାରତ ଆଞ୍ଚଳିକ ସେନାର ସଦସ୍ୟ ହୋଇଥିବାରୁ ଦେଶର ଏଭଳି ଯୁଦ୍ଧ ପରସ୍ଥିତିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି। କାରଣ ଦେଶରେ ଏବେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ଆଞ୍ଚଳିକ ସେନାକୁ ହାଇ ଆର୍ଲଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନ ମଧ୍ୟରେ ଜାରି ଯୁଦ୍ଧସ୍ଥିତି ମଧ୍ୟରେ ଭାରତ ସରକାର ଟେରିଟୋରିଆଲ ଆର୍ମିଙ୍କୁ ସକ୍ରିୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଉଭୟ ଦେଶ ତିନି ଦିନ ଧରି କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଆଗାମୀ ଦିନରେ ଯଦି ଏପରି ପରିସ୍ଥିତି ଲାଗି ରୁହେ ତେବେ ଯୁଦ୍ଧ ପାଇଁ ଆଞ୍ଚଳିକ ସେନାକୁ ମଧ୍ୟ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନଜନକ ଉପାଧି ଦିଆଯାଇଛି। ଭାରତକୁ ତିନୋଟି ଆଇସିସି ଟାଇଟଲ ଜିତାଇଥିବା ଅଧିନାୟକ ଏମଏସ ଧୋନି ଏବେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ ଧୋନିଙ୍କୁ ଆଇପିଏଲରେ ଖେଳୁଥିବା ଦେଖିବାକୁ ମିଳିଥିଲା।
ତେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ,
📱 Get Argus News App
✨ଟେରିଟୋରିଆଲ ଆର୍ମି କ’ଣ?
India–Pakistan War ଟେରିଟୋରିଆଲ ଆର୍ମି ହେଉଛି ସେନାର ଏକ ଅଂଶ। ଯେଉଁଠାରେ ସେନାର ଆବଶ୍ୟକତା ଅଛି, ଆଞ୍ଚଳିକ ସେନା ଏହାର ୟୁନିଟ ଯୋଗାଇଥାଏ ଏବଂ ନିୟମିତ ସେନାକୁ ସାହାଯ୍ୟ କରିଥାଏ। ଏହି ସେନାର ବିଶେଷ କଥା ହେଉଛି ଯେ ଯଦି ଜଣେ ବ୍ୟକ୍ତି ସେନାରେ କାମ କରିବାର ସ୍ବପ୍ନ ଦେଖନ୍ତି କିନ୍ତୁ ଅନ୍ୟ କୌଣସି ଚାକିରି ମଧ୍ୟ କରୁଛନ୍ତି, ତେବେ ସେ ଏହି ଦୁଇଟି କର୍ତ୍ତବ୍ୟ ଏକାସାଙ୍ଗେ କରିପାରିବେ।
୧୮ ରୁ ୪୨ ବର୍ଷ ବୟସର ନାଗରିକ ଯେଉଁମାନେ ସ୍ନାତକ ଏବଂ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ, ସେମାନେ ଟେରିଟୋରିଆଲ ସେନାରେ ଲେଫ୍ଟନାଣ୍ଟ ଭାବରେ ଯୋଗ ଦେଇପାରିବେ। ଏଥିରେ ଯୋଗଦେବାର ସର୍ତ୍ତ ହେଉଛି ଆପଣଙ୍କର ନିଜସ୍ବ ଆୟର ଉତ୍ସ ଥିବା ଉଚିତ। ଏହା ଏକ ସ୍ବେଚ୍ଛାସେବୀ ସେବା, ଏହା ଏକ ସ୍ଥାୟୀ ଚାକିରି ନୁହେଁ। ଆପଣଙ୍କୁ ଆବଶ୍ୟକ ପର୍ଯ୍ୟନ୍ତ ସେବା ଯୋଗାଇବାକୁ କୁହାଯାଇପାରେ, ଏହାର ଅର୍ଥ ନୁହେଁ ଯେ ଆପଣ ଅବସର ନେବା ପର୍ଯ୍ୟନ୍ତ ଚାକିରିରେ ରହିବେ। ତେବେ ଭାରତର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ରାଜସ୍ଥାନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ଅଭିନବ ବିନ୍ଦ୍ରା, ନୀରଜ ଚୋପ୍ରା ଏବଂ ଦୀପକ ପୁନିଆଙ୍କୁ ଯୁଦ୍ଧରେ ଯୋଗଦେବାକୁ ମୋଦି ନିର୍ଦ୍ଦେଶ ଦେଇଛନ୍ତି।