ମୁମ୍ବାଇକୁ ୧୨ ରନରେ ପରାସ୍ତ କରି ମ୍ୟାଚ୍ ଜିତିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ

ମୁମ୍ବାଇକୁ ୧୨ ରନରେ ପରାସ୍ତ କରି ରୋମାଞ୍ଚକର ମ୍ୟାଚ୍ ଜିତିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ। ପାଣ୍ଡିଆନଙ୍କ ୫ ୱିକେଟ ସତ୍ତ୍ବେ ଲକ୍ଷ୍ନୌ ଆଗରେ ଢେର୍ ହେଲା ମୁମ୍ବାଇ। ମୁମ୍ବଇ ଇଣ୍ଡିଆନ୍ସ କୁ 204 ରନର ଟାର୍ଗେଟ୍ ଦେଇଥିଲା ଲକ୍ଷ୍ନୌ ସୁପରଜାଏଣ୍ଟସ୍ । ମାତ୍ର ନିର୍ଦ୍ଧାରିତଚ ୨୦ ଓଭରରେ ମାତ୍ର ୧୯୧ ରନ କରିବାକୁ ସକ୍ଷମ ହୋଇଥିଲା ମୁମ୍ବାଇ ।ଆଜି ଅପରାହ୍ନରେ ଚେନ୍ନାଇ ବନାମ ଦିଲ୍ଲୀ। ସଂଧ୍ୟାରେ ପଞ୍ଜାବ ଓ ରାଜସ୍ଥାନ ମଧ୍ୟରେ ଲଢେଇ।
ଆଇପିଏଲ ମହାସମରରେ ଆଜି ୧୬ତମ ମ୍ୟାଚ୍ ଖେଳାଯାଇଛି । ଲକ୍ଷ୍ନୌ ଏକନା ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ମମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରି ଜାଏଣ୍ଟ୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଏଲଏସଜିକୁ ଆମନ୍ତ୍ରଣ କରିଥିଲା ଏମଆଇ । ତେବେ ଘରୋଇ ପରିବେଶ ଏହାର ପୂରା ଫାଇଦା ଇଠାଇଥିଲା ଦଳ । ଦୁଇ ଓପନର ମିଚେଲ୍ ମାର୍ସ, ଓ ଇଡେନ ମାକ୍ରମ ମୁମ୍ବାଇ ବୋଲରଙ୍କ ଉପରେ ଜବରଦସ୍ତ ପ୍ରହାର କରିଥିଲେ । ସୂର୍ଯ୍ୟକୁମାର ଯାଦବ, ନମନ ଧୀର ଓ ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ସଂର୍ଘଷ ସତ୍ତ୍ବେ ପରାସ୍ତ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଫଳରେ ଲକ୍ଷ୍ନୌ ସୁପରି ଜାଏଣ୍ଟସ ୧୪ ରନରେ ବିଜୟୀ ହୋଇଛି ।
📱 Get Argus News App
✨ଚଳିତ ଆଇପିଏଲ ୨୦୨୫ ମହାସମରରେ ଏଲଏସଜିର ଏହା ଦ୍ବିତୀୟ ଜିତ୍ । ଏଲଏସଜି ପ୍ରଥମେ ବ୍ୟାଟଂ କରି ମୁମ୍ବାଇ ଇଣ୍ଡିଆନ୍ସକୁ ୨୦୪ ରନର ଟାର୍ଗେଟ୍ ଦେଇଥିଲା । ମାତ୍ର ଏମଆଇ ନିର୍ଦ୍ଧାରିତ ୨୦ ଓଭରେ ୧୯୧ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ଯାହାଫଳରେ ରିଷଭ ପନ୍ତଙ୍କ ଲକ୍ଷ୍ନୌ ସୁପରି ଜାଏଣ୍ଟସ ମ୍ୟାଚକୁ ଜିତି ନେଇଛି ।