Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - IPL ଇତିହାସରେ ସର୍ବନିମ୍ନ ସ୍କୋର୍ କରି ମ୍ୟାଚ୍ ଜିତିନେଲା ପଞ୍ଜାବ

IPL

IPL ଇତିହାସରେ ସର୍ବନିମ୍ନ ସ୍କୋର୍ କରି ମ୍ୟାଚ୍ ଜିତିନେଲା ପଞ୍ଜାବ

Sushanta Sahoo
Browse all articles by Sushanta Sahoo
·1 year ago·1 min read
IPL ଇତିହାସରେ ସର୍ବନିମ୍ନ ସ୍କୋର୍ କରି ମ୍ୟାଚ୍ ଜିତିନେଲା ପଞ୍ଜାବ

ମଙ୍ଗଳବାର ଆଇପିଏଲ୍‌ରେ ପଞ୍ଜାବ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଏକ ରୋମାଞ୍ଚକର ମୁକାବିଲା ଖେଳା ଯାଇଛି । କୌଣସି ରନ୍ ନ କରି ପଞ୍ଜାବ କିଙ୍ଗସ୍‌ର କ୍ୟାପଟେନ୍ ଶ୍ରେୟସ ଆୟର ପ୍ୟାଭଲିୟନ୍ ଫେରିଥିବା ବେଳେ ଦଳ ମ୍ୟାଚ୍ ଜିତିଛି । ୧୧୨ ରନ୍‌ର ପିଛା କରି ୧୫.୧ ଓଭରରେ କୋଲକାତା ୯୫ ରନ୍‌ରେ ଅଲଆଉଟ୍ ହୋଇଛି । ଲୋ ସ୍କୋରିଂ ମ୍ୟାଚ୍‌କୁ ୧୬ ରନ୍‌ରେ ଜିତି ନେଇଛି ପଞ୍ଜାବ କିଙ୍ଗସ୍ ।


ଯୁଜବେନ୍ଦ୍ର ଚହଲ ଚମତ୍କାର ବୋଲିଂ କରି କେକେଆରର ୪ଟି ୱିକେଟ୍ ଖସାଇ ଥିଲେ, ଯାହାକି ପଞ୍ଜାବର ବିଜୟକୁ ଆହୁରି ସହଜ କରିଥିଲା । ଏଥିସହ ଆଇପିଏଲ୍‌ର ଗୋଟିଏ ମ୍ୟାଚ୍‌ରେ ୪ଟି ୱିକେଟ୍ ଅକ୍ତିଆର୍ କରି ଚହଲ, ସୁନୀଲ ମରେନ୍‌ଙ୍କ ସହ ଯୁଗ୍ମ ଭାବେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।


ଆଇପିଏଲ୍ ଇତିହାସରେ ପଞ୍ଜାବ କିଙ୍ଗସ୍ ସର୍ବନିମ୍ନ ସ୍କୋର୍‌ କରି ପ୍ରତିପକ୍ଷକୁ ପରାଜୟ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୧୧୧ ରନ୍ କରିବାରେ ସକ୍ଷମ ହୋଇଥିଲା । ଆଉ କେକେଆର୍‌କୁ ମାତ୍ର ୯୫ ରନ୍‌ରେ ରୋକିବାରେ ବି ସଫଳ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବର ଆରମ୍ଭ ଭଲ ଥିଲା । ପ୍ରିୟାଂଶ ଆର୍ଯ୍ୟ ଭଲ ଆରମ୍ଭ କରି ଚତୁର୍ଥ ଓଭରରେ ୨୨ ରନ୍‌ କରି ଆଉଟ୍ ହୋଇଥିଲେ । ଏହା ପରେ ପଞ୍ଜାବ ୨ଟି ଝଟ୍‌କା ପାଇଥିଲା । ସେହି ଓଭରରେ ଖାତା ନ ଖୋଲି ଫେରିଥିଲେ ଅଧିନାୟକ ଶ୍ରେୟସ ଆୟର । ଏହା ପରେ ଜୋଶ ଇଂଲିସ ମଧ୍ୟ ଆଉଟ୍ ହୋଇଥିଲେ ।

Sponsored
Punjab Did Wonders By Defending The Lowest Score In IPL History | Argus News