Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

କାହା ସାହସରେ RCB ନେଲା ଏତେ ବଡ଼ ନିଷ୍ପତ୍ତି ? ବିନା ଅନୁମତିରେ କାହିଁକି ଫ୍ୟାନ୍ସଙ୍କୁ ଡାକିଲା ଷ୍ଟାଡିୟମ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
କାହା ସାହସରେ RCB ନେଲା ଏତେ ବଡ଼ ନିଷ୍ପତ୍ତି ? ବିନା ଅନୁମତିରେ କାହିଁକି ଫ୍ୟାନ୍ସଙ୍କୁ ଡାକିଲା ଷ୍ଟାଡିୟମ ?

Key Points

ମନା କରିଥିଲା ପୋଲିସ ।

ତଥାପି ଭିକ୍ଟ୍ରି ପରେଡ୍ କରିଥିଲା RCB ।

ସରକାର ଦେଇଥିଲେ ପୂର୍ଣ୍ଣ ସମର୍ଥନ ।

କିଏ ଦେଲା ସାହସ ? କାହା ସାହସରେ RCB କରିଥିଲା ଏଭଳି ଟ୍ୱିଟ୍ ? ଭିକ୍ଟ୍ରି ପରେଡ୍ ପାଇଁ ମିଳିନଥିଲା ଅନୁମତି । ତଥାପି ଟ୍ୱିଟ୍ କରି ପ୍ରଶଂସକଙ୍କୁ କରାଯାଇଥିଲା ନିମନ୍ତ୍ରଣ । ସୁରକ୍ଷା ଦେବାକୁ ପୋଲିସ ଆରମ୍ଭରୁ ଦେଇଥିଲା ପଛଘୁଞ୍ଚା ? ପୋଲିସ ପରମାର୍ଶକୁ କାହିଁକି ଗୁରୁତ୍ୱ ଦେଲେନି ସରକାର । ଅକାରଣେ ଚାଲିଗଲା ୧୧ ଜୀବନ ।


ଜୁନ୍‌ ୩ ତାରିଖ । IPL ୨୦୨୫ ଫାଇନାଲ ଜିତିଲା RCB । ସାରା ଦେଶରେ RCB ପ୍ରଶଂସକ ମନାଇଲେ ଖୁସି । ରାତି ତମାମ ବାଣ ଫୁଟାଇଲେ, ନାଚ ଗୀତରେ ମସଗୁଲ ରହିଲେ । ଜୁନ୍‌ ୪ ତାରିଖ । RCB ଟିମ୍‌ ପହଞ୍ଚିଥିଲା ବାଙ୍ଗାଲୁରୁରେ । ସେଇଠି ଆରମ୍ଭ ହୋଇଥିଲା ଭିକ୍ଟ୍ରି ପରେଡ୍ । ଏଥିରେ ସାମିଲ ହେବାକୁ ଲକ୍ଷ ଲକ୍ଷ ଫ୍ୟାନ୍ସ ଓହ୍ଲାଇଥିଲେ ରାସ୍ତାକୁ । ଭିଡ଼ ଏତେ ହେଲା ଯେ, ପୋଲିସ ଲାଠି ଚାର୍ଜ କଲା । ତାପରେ ଦୌଡ଼ା ଦୌଡ଼ି ଆରମ୍ଭ ହେଲା । ଦଳାଚକଟା ହେଲା । ଯାହାଫଳରେ ଚାଲିଗଲା ୧୧ ନୀରିହଙ୍କ ଜୀବନ ।


ତେବେ ଏଥିପାଇଁ କାହାକୁ କରାଯିବ ଦାୟୀ ? ପୋଲିସ କହିବାନୁଯାୟୀ, RCBକୁ ଏଭଳି ଭିକ୍ଟ୍ରି ପରେଡ୍‌ ପାଇଁ କୌଣସି ଅନୁମତି ନଥିଲା । ତଥାପି ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭିକ୍ଟ୍ରି ପରେଡରେ ସାମିଲ ହେବାକୁ ଫ୍ୟାନ୍ସମାନଙ୍କୁ ଟ୍ୱିଟ୍‌ କରି ସୂଚନା ଦେଇଥିଲା RCB । ଆଉ ସବୁଠାରୁ ବଡ଼ କଥା ହେଲା, ଟ୍ୱିଟ୍‌ରେ ଲେଖାଯାଇଥିଲା ସମସ୍ତଙ୍କ ପାଇଁ ଷ୍ଟାଡିୟମରେ ଫ୍ରି ଏଣ୍ଟ୍ରି । ଯାହା ଥିଲା ଟର୍ଣ୍ଣିଂ ପଏଣ୍ଟ । କାରଣ ଏହି ଟ୍ୱିଟ୍ ପଢ଼ିବା ପରେ ଅଚାନକ ଷ୍ଟାଡିୟମ ସମ୍ମୁଖରେ ଓ ରାସ୍ତାରେ ବଢ଼ିଥିଲା ଭିଡ଼ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ପୋଲିସ ଆହୁରି କହିଛି, RCB ମ୍ୟାନେଜମେଣ୍ଟ ପକ୍ଷରୁ ୩ ତାରିଖ ଦିନ ଅନୁମତି ମଗାଯାଇଥିଲା । କିନ୍ତୁ ପୋଲିସ ମନା କରିଥିଲା । ଏହି କାର୍ଯ୍ୟକ୍ରମ ରବିବାର ଦିନକୁ ପୋଷ୍ଟପୋନ କରିବାକୁ ପରାମର୍ଶ ଦିଆଯାଇଥିଲା । କାରଣ ୩ ତାରିଖ ରାତି ସାରା ପୋଲିସ ଅନିଦ୍ରା ରହି ଫ୍ୟାନ୍ସମାନଙ୍କୁ ନିୟନ୍ତ୍ରଣ କରିଥିଲା । ପୁଣି ୪ ତାରିଖ ସକାଳୁ ଏତେ ବଡ଼ ଆୟୋଜନକୁ ସୁରକ୍ଷା ଦେବା ପାଇଁ ପଛଘୁଞ୍ଚା ଦେଇଥିଲା ପୋଲିସ ।


ରବିବାର ହେଲେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ପାଖରେ ପର୍ଯ୍ୟାପ୍ତ ସମୟ ମିଳିଥାନ୍ତା । ଟ୍ରାଫିକ ନିୟନ୍ତ୍ରଣ ମଧ୍ୟ ହୋଇପାରିଥାନ୍ତା । ହେଲେ ପୋଲିସର ଏକଥାକୁ କେହି ଖାତିର କରିନଥିଲେ । ନେତାଙ୍କ ସହାସରେ RCB କରିଥିଲା ରାଲି । ଯାହାର ପରିଣାମ ଭୋଗିବାକୁ ପଡ଼ିଲା ସାଧାରଣ ନୀରିହ ଜନତାଙ୍କୁ ।


ତେବେ ଏଠି ପ୍ରଶ୍ନ କାହିଁକି ଏଭଳି ନିଷ୍ପତ୍ତି ନେଲେ ସରକାର ? ୧୧ ଜଣଙ୍କ ମୃତ୍ୟୁ ପାଇଁ ସରକାରଙ୍କୁ କାହିଁକି ଦାୟୀ କରାଯିବନି ? ଅନୁମତି ନଥାଇ ବି RCB ମ୍ୟାନେଜମେଣ୍ଟ କାହିଁକି ଏଭଳି ଟ୍ୱିଟ୍‌ କଲା ? ତେଣୁ ଏଠି ସରକାର ଯେତିକି ପରିମାଣରେ ଦାୟୀ, RCB ମଧ୍ୟ ସେତିକି ପରିମାଣରେ ଦାୟୀ ।

Sponsored
RCB Announce Victory Parade And Free Entry In M Chinnaswamy Stadium Without Police Concern | Argus News