Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ: ପୋଲିସ ଯାଦୁଗର ନୁହେଁ

Ritu Das
Browse all articles by Ritu Das
·1 year ago·2 min read
ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ: ପୋଲିସ ଯାଦୁଗର ନୁହେଁ

Key Points

ବେଙ୍ଗାଲୁରୁ ଦଳାଚକଟା ପାଇଁ ଆରସିବି ଦାୟୀ

ପାଖାପାଖି ୩ରୁ ୫ ଲକ୍ଷ ଲୋକଙ୍କ ଭିଡ଼ ପାଇଁ ଆରସିବି ଦାୟୀ

ଟ୍ରିବ୍ୟୁନାଲ ପୋଲିସଙ୍କ ସମପକ୍ଷରେ ମତ ପୋଷଣ କରି କହିଛି

“ପୋଲିସ ମଣିଷ ଅଟନ୍ତି, ସେମାନେ ଈଶ୍ୱର କିମ୍ବା ଆଲାଦୀନଙ୍କ ଚିରାଗ ନୁହନ୍ତି”

ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ୍ ଟ୍ରିବ୍ୟୁନାଲ (ସିଏଟି) ପକ୍ଷରୁ କୁହାଯାଇଛି ଯେ, ଜୁନ ୪ ତାରିଖରେ ବେଙ୍ଗାଲୁରୁରେ ହୋଇଥିବା ଷ୍ଟାମ୍ପେଡ୍‌ରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦାୟୀ, ଯେଉଁଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଟ୍ରିବ୍ୟୁନାଲ କହିଛି, “ପ୍ରାଥମିକ ଭାବେ ଦେଖାଯାଉଛି ଯେ ଆରସିବି ପାଖାପାଖି ୩ରୁ ୫ ଲକ୍ଷ ଲୋକଙ୍କ ଭିଡ଼ ପାଇଁ ଦାୟୀ। ଆରସିବି ପୋଲିସଙ୍କଠାରୁ ଉଚିତ ଅନୁମତି ନେଇ ନଥିଲେ। ହଠାତ୍ ସୋସିଆଲ ମିଡିଆରେ ପୋଷ୍ଟ କରିବା ଫଳରେ ଏତେ ସଂଖ୍ୟକ ଲୋକ ଜମା ହୋଇଥିଲେ।” ଆରସିବିର ଆଇପିଏଲ ବିଜୟ ପରେ ଜୁନ ୪ରେ ବିଜୟ ପରେଡ ଘୋଷଣା କରାଯାଇଥିଲା। ଯାହା ଏହି ସମସ୍ୟା ସୃଷ୍ଟି କରିଛି ବୋଲି ଟ୍ରିବ୍ୟୁନାଲ ଅଭିହିତ କରିଛି।


ଏହା ଉଲ୍ଲେଖ କରିଛି, “ହଠାତ୍ ଆରସିବି ବିନା ଅନୁମତିରେ ଏଭଳି ଘୋଷଣା ସମସ୍ୟା ସୃଷ୍ଟି କରିଥିଲେ। ପୋଲିସଙ୍କୁ ୧୨ ଘଣ୍ଟା ଭଳି କମ ସମୟ ମଧ୍ୟରେ ସମସ୍ତ ବ୍ୟବସ୍ଥା କରିବା ଆଶା କରାଯାଇ ପାରେ ନାହିଁ।” ଟ୍ରିବ୍ୟୁନାଲ ପୋଲିସଙ୍କ ସମପକ୍ଷରେ ମତ ପୋଷଣ କରି କହିଛି, “ପୋଲିସ ମଣିଷ ଅଟନ୍ତି, ସେମାନେ ଈଶ୍ୱର କିମ୍ବା ଆଲାଦୀନଙ୍କ ଚିରାଗ ନୁହନ୍ତି।” ଜୁନ ୩ ଓ ୪ ତାରିଖ ରାତିରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ ଏବଂ ଏକକାଳୀନ ଭାବେ ବିଧାନ ସୌଧାରେ ରାଜ୍ୟ ସରକାରଙ୍କ ଏକ କାର୍ଯ୍ୟକ୍ରମ ହୋଇଥିଲା, ଯାହା ପୋଲିସଙ୍କୁ ଆହୁରି ଚାପଗ୍ରସ୍ତ କରିଥିଲା। ଟ୍ରିବ୍ୟୁନାଲ କହିଛି ଯେ ଏତେ ବଡ଼ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବ ସୂଚନା ଓ ଯଥେଷ୍ଟ ସମୟ ଆବଶ୍ୟକ, ଯାହା ଏହି ମାମଲାରେ ଦିଆଯାଇ ନଥିଲା। ଜଣେ ବେଙ୍ଗାଲୁରୁ ପୋଲିସ ଅଫିସରଙ୍କ ନିଲମ୍ବନ ବିରୋଧରେ ଆବେଦନ ଶୁଣାଣି ବେଳେ ଏହି ନିର୍ଦ୍ଦେଶ ଦିଆଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
rcb-responsible-for-bengaluru-riots-police-not-magicians | Argus News