Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ୍

Key Points

ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ
ମୁମ୍ବାଇକୁ ହରାଇ ଫାଇନାଲରେ ପଞ୍ଜାବ

୫ ଥରର ବିଜେତା ମୁମ୍ବାଇକୁ ୫ ୱିକେଟରେ ହରାଇଲା ପଞ୍ଜାବ କିଙ୍ଗସ୍

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ପଞ୍ଜାବ କିଙ୍ଗସ୍ ମୁକାବିଲା

୫ ଥରର ବିଜେତା ମୁମ୍ବାଇକୁ ୫ ୱିକେଟରେ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍ । ଗ୍ରୁପ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବା ଦଳ ପଞ୍ଜାବ କିଙ୍ଗ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଫାଇନାଲ୍ ଖେଳିବେ । ଏଥର ଆଇପିଏଲକୁ ମିଳିବ ନୂଆ ଚାମ୍ପିଅନ । କାରଣ ଉଭୟ ପଞ୍ଜାବ କିଙ୍ଗ୍ସ ଏବଂ ଆରସିବି ସେମାନଙ୍କର ପ୍ରଥମ ଆଇପିଏଲ୍ ଟାଇଟଲ୍ ପାଇଁ ଅପେକ୍ଷା କରିଛନ୍ତି। ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୦ମ ଥର ପାଇଁ ଆଇପିଏଲ୍ ପ୍ଲେଅଫ୍‌ରେ ପହଞ୍ଚିଥିଲା । କିନ୍ତୁ କେବେ ବି ଟାଇଟଲ୍ ଜିତିନଥିଲା। ଚତୁର୍ଥ ଥର ପାଇଁ ଆରସିବି ଦଳ ଆଇପିଏଲ୍ ଫାଇନାଲ୍ ଖେଳିବ। ପୂର୍ବରୁ ୨୦୦୯, ୨୦୧୧ ଏବଂ ୨୦୧୬ରେ ଡେକାନ୍ ଚାର୍ଜର୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ହାତରୁ ଫାଇନାଲ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ବିରାଟ କୋହଲି ତାଙ୍କ ଆଇପିଏଲ୍ କ୍ୟାରିଅର ଆରମ୍ଭରୁ ଆର୍ସିବି ସହିତ ଜଡିତ ଅଛନ୍ତି ଏବଂ ସେ ତାଙ୍କର ପ୍ରଥମ ଆଇପିଏଲ୍ ଟ୍ରଫି ପାଇଁ ମଧ୍ୟ ଅପେକ୍ଷା କରିଛନ୍ତି। ୨୯ ମେରେ ଖେଳାଯାଇଥିବା କ୍ୱାଲିଫାୟର୍ -୧ ମ୍ୟାଚ୍‌ରେ ଆରସିବି ୮ ୱିକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରି ଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଥିଲା।

ପଞ୍ଜାବ କିଙ୍ଗସ୍ ଶେଷ ଥର ପାଇଁ ୨୦୧୪ରେ ଆଇପିଏଲ୍ ଫାଇନାଲ୍ ଖେଳିଥିଲା ଏବଂ କୋଲକାତା ନାଇଟ୍ ରାଇଡର୍ସ ନିକଟରୁ ପରାସ୍ତ ହୋଇଥିଲା। ଆଇପିଏଲ୍ ଇତିହାସରେ (ମୋଟ ୧୮ ସିଜିନ୍), ଏହା କେବଳ ଦ୍ୱିତୀୟ ଥର ପାଇଁ ଯେ ପଞ୍ଜାବ ଦଳ ପ୍ଲେଅଫ୍ ଏବଂ ଫାଇନାଲରେ ପହଞ୍ଚିଛି। ଏବେ ଟାଇଟଲ୍ ମୁକାବିଲାରେ, ଜୁନ୍ ୩ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରଜତ ପାଟିଦାରଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହିତ ପଞ୍ଜାବ କିଙ୍ଗସ୍ ମୁକାବିଲା କରିବ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
royal-challengers-bengaluru-and-punjab-kings-will-contest-the-final-in-ahmedabad-tomorrow | Argus News