Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଇପିଏଲରେ ସର୍ବାଧିକ 50+ ରନ୍ କରିବାରେ ବିରାଟ ନମ୍ବର ୱାନ୍

IPL

ଆଇପିଏଲରେ ସର୍ବାଧିକ 50+ ରନ୍ କରିବାରେ ବିରାଟ ନମ୍ବର ୱାନ୍

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଇପିଏଲରେ ସର୍ବାଧିକ 50+ ରନ୍ କରିବାରେ ବିରାଟ ନମ୍ବର ୱାନ୍

ଏଜ୍ ଜଷ୍ଟ ଏ ନମ୍ବର । କୋହଲି ପୁଣି ନମ୍ବର ୧! ବିରାଟଙ୍କ ଆଉ ଏକ ରେକର୍ଡ । ଏଥର ଓ୍ବାର୍ଣ୍ଣରଙ୍କ କୀର୍ତ୍ତିମାନକୁ ଟପିଲେ କିଙ୍ଗ୍ କୋହଲି । ଆଇପିଏଲ୍ ଇତିହାସରେ ସର୍ବାଧିକ 50+ ରନ୍ କରିବା ତାଲିକାରେ ଏବେ ବିରାଟ 1 ନମ୍ବର । ପୂର୍ବରୁ 66ଟି 50+ ସ୍କୋର କରିଥିଲେ ଡେଭିଡ୍ ଓ୍ବାର୍ଣ୍ଣର । ଏବେ କୋହଲି ପଞ୍ଜାବ ସହ 73 ରନର ଇଂନିସ ସହ ସେ ଓ୍ବାର୍ଣ୍ଣରଙ୍କୁ ଟପିଛନ୍ତି । ଏଥିରେ 8ଟି ଶତକୀୟ ପାଳି ବି ଅଛି । ଆଜି ଆଇପିଏଲରେ ରୋ-କୋ ଙ୍କ କମାଲ । ରୋହିତ ଓ ବିରାଟ ଦେଖାଇଛନ୍ତି ଜମାଣିଆ ଖେଳ । ପଞ୍ଜାବ ବିପକ୍ଷରେ ଆଜି କୋହଲି 73ରନର ଜବରଦସ୍ତ ଇଂନିସ ଖେଳିଥିବା ବେଳେ ଚେନ୍ନାଇ ବିପକ୍ଷ ମ୍ୟାଚରେ ରୋହିତ ଫର୍ମକୁ ଆସିଛନ୍ତି । ଅପରାଜିତ 76 ରନ କରି ରୋହିତ ମୁମ୍ବାଇକୁ ବିଜୟ ଦେଇଛନ୍ତି ।


ରନପାଇଁ ସଂଘର୍ଷ କରୁଥିବା ରୋହିତ ଆଜି ଫର୍ମକୁ ଫେରିଛନ୍ତି । ସେଇଥିପାଇଁ ଅନେକ ସମୟରେ ଟିମରୁ ବାଦ ପଡିଛନ୍ତି। ଆଜି ରୋହିତ ଏକଦମ ଆଟାକିଙ୍ଗ ମୁଡରେ ନଜର ଆସିଛନ୍ତି । ପୁରୁଣା ଅନ୍ଦାଜରେ ଚଉକା ଛକା ମାରି ମୁମ୍ବାଇକୁ ବିଜୟୀ ଦେଇଛନ୍ତି । ()ସେହିପରି ବରିଷ୍ଠ ଭାରତୀୟ ଖେଳାଳିଙ୍କ ଭିତରେ ବି ଆଗରେ ରହିଛନ୍ତି କିଙ୍ଗ୍ । 8 ମ୍ୟାଚରୁ 64.40ର ଆଭରେଜ ସହ 322 ରନ କରିସାରିଛନ୍ତି । ଏଥିରେ 4ଟି ଅର୍ଧଶତକ ବି ରହିଛି । ଏହାସହ ଆରସିବିକୁ ଜଏଣ୍ଟ ପ୍ରଥମ ସ୍ଥାନକୁ ଆଣିବାରେ ତାଙ୍କର ବଡ଼ ଭୂମିକା ରହିଛି । 18 ବର୍ଷ ଧରି କପ୍ ପାଇଁ ଆଶା ରଖିଥିବା ଆରସିବି ଫ୍ୟାନସଙ୍କୁ କପ୍ ଦେବାକୁ କୋହଲି ଜୀ ଯାନ ଲଗାଉଛନ୍ତି । କେବଳ ବରିଷ୍ଠ ଭାରତୀୟ ଖେଳାଳି ନୁହନ୍ତି ୟଙ୍ଗ ଖେଳାଳିଙ୍କୁ ବି ନିଜ ଖେଳ ଦ୍ବାରା ଚ୍ୟାଲେଞ୍ଜ ଦେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat is number one in scoring most 50+ runs in IPL | Argus News