Operation Sindhu: ଯୁଦ୍ଧ ସ୍ଥିତି ମଧ୍ୟରେ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରୁଛି ଭାରତ

Key Points
ଏବେ ସୁଦ୍ଧା ଇରାନରୁ ୨୫୭୬ ଓ ଇସ୍ରାଏଲରୁ ଫେରିଛନ୍ତି ୫୯୪ ଜଣ ଭାରତୀୟ ।
ସୁରକ୍ଷିତ ସ୍ୱଦେଶ ଫେରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ ।
ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ସ୍ବଦେଶ ଫେରିଲେ ଭାରତୀୟ । ଅପରେସନ ସିନ୍ଧୁରେ ଭାରତୀୟଙ୍କ ସହ ଫେରୁଛନ୍ତି ନେପାଳ ଓ ଶ୍ରୀଲଙ୍କା ନାଗରିକ । ଆଜି ସୁଦ୍ଧା ଇରାନରୁ ୨୫୭୬ ଓ ଇସ୍ରାଏଲରୁ ଫେରିଛନ୍ତି ୫୯୪ ଜଣ ଭାରତୀୟ । ଇସ୍ରାଏଲରୁ ଫେରିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ଓଡ଼ିଆ । ସୁରକ୍ଷିତ ସ୍ବଦେଶ ଫେରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ଛାତ୍ରଛାତ୍ରୀ ।
ଆଖି ଆଗରେ ଦେଖିଥିଲେ ଛାତିଥରା ବିସ୍ଫୋରଣ । ମୁଣ୍ଡ ଉପରେ କ୍ଷେପଣାସ୍ତ୍ର । ସାରା ରାତି ସାଇରନ । ଭୟଙ୍କର ସ୍ଥିତିରୁ ସୁରକ୍ଷିତ ଫେରିବା ପରେ କିଏ ଭାରତ ମାତା କି ଜୟ ନାରା ଲଗାଉଛନ୍ତି, ତ ଆଉ କିଏ ମାଟିକୁ ମୁଣ୍ଡିଆ ମାରୁଛି ।
ଅପରେସନ ସିନ୍ଧୁରେ ସ୍ୱଦେଶ ଫେରିବା ପରେ ଶାନ୍ତିର ନିଶ୍ବାସ ନେଇଛନ୍ତି ଭାରତୀୟ ନାଗରିକ । ଆଜି ସୁଦ୍ଧା ଇରାନରୁ ୨୫୭୬ ଓ ଇସ୍ରାଏଲରୁ ଫେରିଛନ୍ତି ୫୯୪ ଜଣ ଭାରତୀୟ । ୨୮୧ ଭାରତୀୟଙ୍କ ସହ ଇରାନରୁ ଆଜି ୨ ନେପାଳ ନାଗରିକ ଓ ୩ ଜଣ ଶ୍ରୀଲଙ୍କା ନାଗରିକ ମଧ୍ୟ ଫେରିଛନ୍ତି । ଆଜି ସକାଳ ୮ଟା ୧୫ରେ ଇସ୍ରାଏଲରୁ ପ୍ରଥମ ପର୍ଯ୍ୟାୟରେ ୧୬୫ ଏବଂ ଦିନ ୧୧ଟାରେ ଆଉ ୨୬୮ ଭାରତୀୟ ନାଗରିକ ନୂଆଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ଭାରତୀୟ ନାଗରିକଙ୍କୁ ସ୍ୱାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ ଏଲ.ମୁରଗାନ । ଇସ୍ରାଏଲରୁ ଫେରିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ଓଡ଼ିଆ । ସୁରକ୍ଷିତ ସ୍ବଦେଶ ଫେରିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଛାତ୍ରଛାତ୍ରୀ ।
ଇରାନ-ଇସ୍ରାଏଲ ଯୁଦ୍ଧର ସସ୍ତମ ଦିନରେ ଇରାନରୁ ଗତ ୧୯ ତାରିଖରେ ନୂଆଦିଲ୍ଲୀରେ ପହଞ୍ଚିଥିଲେ ପ୍ରଥମ ପର୍ଯ୍ୟାୟରେ ୧୧୦ ଭାରତୀୟ । ସେମାନଙ୍କୁ ସ୍ବାଗତ କରିଥିଲେ କେନ୍ଦ୍ରମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂହ । ଗତ ୨୦ ଜୁନରେ ଭାରତୀୟଙ୍କ ପାଇଁ ଇରାନ ସରକାର ଆକାଶ ପଥ ଖୋଲିବା ପରେ ତ୍ବରାନ୍ବିତ ହୋଇଥିଲା ଅପରେସନ ସିନ୍ଧୁ ।
ଅପରେସନ ସିନ୍ଧୁ ପୂର୍ବରୁ ୨୦୨୩ରେ ଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଅପରେସନ କାବେରୀ । ସେହିପରି ୨୦୨୩ରେ ଅପରେସନ ଅଜୟରେ ଇସ୍ରାଏଲରୁ ୨୦୨୨ରେ ଅପରେସନ ଗଙ୍ଗାରେ ୟୁକ୍ରେନରୁ ଏବଂ ୨୦୨୧ ରେ ଅପରେସନ ଦେବୀ ଶକ୍ତିରେ ଆଫଗାନିସ୍ତାନରୁ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା ।