Period medicine danger / ମାସିକ ଋତୁସ୍ରାବ ଅଟକାଇବାକୁ ଖାଇଦେଲେ ବଟିକା...ଆଉ ତା'ପରେ ଚାଲିଗଲା ଜୀବନ

Key Points
ପ୍ରତିଟି ନାରୀ ମାସିକ ଋତୁସ୍ରାବ ଦେଇ ଗତି କରିଥାଆନ୍ତି। କିନ୍ତୁ ସମାଜରେ ଏଭଳି ଅନ୍ଧବିଶ୍ବାସ ରହିଛି ଯାହା ଏପର୍ଯ୍ୟନ୍ତ ଦୂର ହୋଇପାରିନି। ଆଜିବି ନାରୀ ମାନେ ମାସିକ ଋତୁସ୍ରାବ ହେଲେ ଅସ୍ବଚ୍ଛ ବୋଲି କୁହାଯାଏ।
ପ୍ରତିଟି ନାରୀ ମାସିକ ଋତୁସ୍ରାବ ଦେଇ ଗତି କରିଥାଆନ୍ତି। କିନ୍ତୁ ସମାଜରେ ଏଭଳି ଅନ୍ଧବିଶ୍ବାସ ରହିଛି ଯାହା ଏପର୍ଯ୍ୟନ୍ତ ଦୂର ହୋଇପାରିନି। ଆଜିବି ନାରୀ ମାନେ ମାସିକ ଋତୁସ୍ରାବ ହେଲେ ଅସ୍ବଚ୍ଛ ବୋଲି କୁହାଯାଏ। ଏବଂ ସେହି ସମୟରେ ସବୁ ପୂଜା ବିଧିରୁ ଦୂରେଇ ରହିବାକୁ ପଡ଼େ। ମନ୍ଦିର ମଧ୍ୟ ଯିବାରେ ବାରଣ ରହିଥାଏ। ଏହାର ଅନେକ ଧାର୍ମିକ ଏବଂ ବୈଜ୍ଞାନିକ କାରଣ ରହିଛି। ଯାହାକୁ ଆମେ ଚାହିଁଲେ ବି ଦୂରେଇ ପାରିବାନି। ପୂଜା, ପାର୍ବଣ କିମ୍ବା କେଉଁ ସ୍ଥାନକୁ ବୁଲିବାକୁ ଗଲେ ମହିଳା ପିରିୟଡସ ରୋକିବାପାଇଁ ମେଡିସିନ ନେଇଥାଆନ୍ତି। ଯାହା ପ୍ରତିଟି ନାରୀଙ୍କ ମନର କଥା କହିଲେ କିଛି ଭୁଲ ହେବନାହିଁ। କିନ୍ତୁ ଏହି ବଟିକା ଖାଇ ଜଣେ ଝିଅର ଜୀବନ ଚାଲିଯାଇଛି ଯାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଘଟଣାଟି ଘଟିଛି ଦିଲ୍ଲୀରେ।
ଘରେ ଥାଏ ବଡ଼ ପୂଜା। ପୂଜାରେ ସାମିଲ ହେବାକୁ ଝିଅଟି ନିଜ ମାସିକ ଋତୁସ୍ରାବ ଅଟକାଇବାକୁ କିଛି ହର୍ମୋନାଲ ବଟିକା ଖାଇଦେଇଥିଲା। କିନ୍ତୁ ହର୍ମୋନାଲ ଔଷଧ ଯୋଗୁ ତାଙ୍କୁ ଡିପ ଭେନ ଥ୍ରମ୍ବୋସିସ ଭଳି ଏକ ରୋଗ ଆଟାକ କଲା। ଏହାପରେ ତାଙ୍କ ଘର ଲୋକ ତାଙ୍କୁ ହସ୍ପିଟାଲ ନେଇଯାଇଥିଲେ। ଡାକ୍ତର ଦେଖୁ ଦେଖୁ ତାଙ୍କୁ ତୁରନ୍ତ ଆଡମିଟ କରିବାକୁ କହିଥିଲେ। କିନ୍ତୁ ପରିବାର ଲୋକ ଭାବିଲେ ଡାକ୍ତରମାନେ ପଇସା ଖାଇବାକୁ ମିଛରେ କହୁଛନ୍ତି। ତେଣୁ କଥାକୁ ଗୁରୁତ୍ବ ନ ଦେଇ ପରିବାର ଲୋକ ଆଉ ହସ୍ପିଟାଲରେ ଆଡମିଟ ନ କରି ଘରକୁ ନେଇଗଲେ। ଘରକୁ ଆସିବାର କିଛି ସମୟ ପରେ ରାତିରେ ଝିଅଟି ଆଉ ନିଶ୍ବାସ ନେଇପାରିଲାନି। କିଛି ସମୟପରେ ଯୁବତୀଙ୍କର ଜୀବନ ଚାଲିଗଲା। ଜଣେ ଡାକ୍ତର କହିଛନ୍ତି ଜଣେ ଯୁବତୀ ମୋ ପାଖକୁ ଆସିଥିଲେ ଆମେ ତାଙ୍କର ସ୍କାନ କରିଥିଲୁ। ତାଙ୍କ ଜଘଂରୁ ନାଭି ପର୍ଯ୍ୟନ୍ତ ରକ୍ତଜମାଟ ବାନ୍ଧିଥିଲା। ତୁରନ୍ତ ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇଥିଲା। କିନ୍ତୁ ପରିବାରର ଅବେହଳା କାରଣରୁ ଝିଅଟିର ଜୀବନ ଚାଲିଗଲା। ତାଙ୍କୁ ଡିପ୍ ଭେନ ଥ୍ରମ୍ବାସିସ ରୋଗ ହୋଇଥିଲା।
📱 Get Argus News App
✨ତେବେ ଚାଲନ୍ତୁ ଜାଣିବା ଡିପ ଭେନ ଥ୍ରମ୍ବୋସିସ ରୋଗ କଣ?
ଶିରାରେ ରକ୍ତ ଜମିଗଲେ ସେହି ଅବସ୍ଥାକୁ ଡିପ୍ ଭେନ୍ ଥ୍ରମ୍ବୋସିସ୍ କୁହାଯାଏ। ଯାହା ସାଧାରଣତଃ ଗୋଡରେ ହୋଇଥାଏ। ଏହା ସେତେବେଳେ ବିପଜ୍ଜନକ ହୁଏ ଯେତେବେଳେ ରକ୍ତଜମାଟ ରକ୍ତପ୍ରବାହକୁ ବାଧାଦିଏ। ମାସିକ ଋତୁସ୍ରାବ ବନ୍ଦ କରିବା ପାଇଁ ନିଆଯାଇଥିବା ଔଷଧ ଗୁଡ଼ିକ ଯୋଗୁ ଏହା ହୋଇଥାଏ। ଯେଉଁଥିରେ ପରିୟଡସ ତ ବନ୍ଦ ହୋଇଯାଏ କିନ୍ତୁ ଶରୀରରେ ରକ୍ତ ଜମାଟ ବ୍ୟାପିବା ଆରମ୍ଭ ହୋଇଯାଏ। ଯଦି ଏହି ରକ୍ତଜମାଟ ଫୁସଫୁସକୁ ଯାଇଥାଏ, ତେବେ ଏହା ପଲମୋନାରି ଏମ୍ବୋଲିଜମ୍ (Pulmonary Embolism) ହୋଇ ଗୁରୁତର ସମସ୍ୟା ହୋଇପାରେ। ଯେଉଁ କାରଣରୁ ଛାତିରେ ଅଧିକ ମାତ୍ରାରେ ଯନ୍ତ୍ରଣା ଆରମ୍ଭ ହୋଇଥାଏ। ଏହି ରୋଗରେ ପାଦ ଫୁଲିଯିବା, ବ୍ୟଥା ହେବା, ଚର୍ମ ଲାଲ୍ ହେବା, ଘା' ସୃଷ୍ଟି ହେବା ଭଳି ଲକ୍ଷଣ ମଧ୍ୟ ଦେଖାଯାଏ। ପ୍ରଥମ ଥର ହର୍ମୋନାଲ ଗର୍ଭନିରୋଧକ ନେଉଥିବା ମହିଳାମାନଙ୍କ ମଧ୍ୟରେ ପ୍ରଥମ ବର୍ଷରେ ବିପଦ ଅଧିକ ଥାଏ। ମୋଟାପଣ, ଧୂମପାନ, ଲମ୍ବା ଯାତ୍ରା ଏବଂ ଅଧିକ ବିଶ୍ରାମ ନେଉଥିବା ପରସ୍ଥିତିରେ ଏଭଳି ସମସ୍ୟା ସୃଷ୍ଟି ହୁଏ। ଗର୍ଭାବସ୍ଥା ଏବଂ ପ୍ରସବ ପରବର୍ତ୍ତୀ ସମୟରେ ଏହି ବିପଦ ଅଧିକ ଥାଏ। ପାରିବାରିକ ଇତିହାସରେ ଥିଲେ ମଧ୍ୟ ଥ୍ରମ୍ବୋସିସର ଆଶଙ୍କା ରହିପାରେ। ଏହାର ଲକ୍ଷଣକୁ ଯଦି ଚିହ୍ନିବାକୁ ଚେଷ୍ଟା କରିବେ ଜଘଂ କିମ୍ବା ଗୋଡ଼ରେ ଫୁଲା, ଯନ୍ତ୍ରଣା କିମ୍ବା ଗରମ ଲାଗିବା. ଛାତିରେ ଯନ୍ତ୍ରଣା ହେବା, ନିଶ୍ବାସ ନେବାରେ କଷ୍ଟ ହେବା କିମ୍ବା ଚେତା ଶୂନ୍ୟ ଭଳି ପରିସ୍ଥିତି ଉପୁଜିଥାଏ। ହର୍ମୋନାଲ ଔଷଧ ଗୁଡ଼ିକ ପିରିୟଡସ ବନ୍ଦ କରିବା କିମ୍ବା ନିୟନ୍ତ୍ରଣ କରିବା ପାଇଁ ବ୍ୟବହାର କରାଯାଏ କିନ୍ତୁ ଡାକ୍ତରଙ୍କ ପରାମର୍ଶ ବିନା ଏହି ମେଡିସିନ ବ୍ୟବହାର କଲେ ଥ୍ରମ୍ବୋସିସ ଭଳି ରୋଗ ହୋଇଥାଏ। ଯେଉଁଥିରେ ଜୀବନ ଚାଲିଯିବାର ସମ୍ଭାବନା ରହିଛି। ଏଭଳି ସମ୍ବେଦନଶୀଳ ସମୟରେ ନିଜ ଝିଅ, ମା', ଭଉଣୀଙ୍କର ଯତ୍ନ ନିଅନ୍ତୁ ଏବଂ ମାସିକ ଋତୁସ୍ରାବ ସମୟରେ କୌଣସି ବି ମେଡିସିନ ଖାଇବାକୁ ମନା କରନ୍ତୁ।
Related Topics
Explore more stories