Videos
|
Lifestyle

କଞ୍ଚାଲଙ୍କାରେ ପ୍ରବଳ ରହିଛି ପୋଷକତତ୍ତ୍ୱ, ଖାଇଲେ ହେବ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
କଞ୍ଚାଲଙ୍କାରେ ପ୍ରବଳ ରହିଛି ପୋଷକତତ୍ତ୍ୱ, ଖାଇଲେ ହେବ...

କଞ୍ଚାଲଙ୍କା...ଯେମିତି ରାଗ, ସ୍ୱାଦ ବି ସେମିତି। ମାନେ ଲଙ୍କାକୁ ଯଦି କୌଣସି ତରକାରୀରେ ନପକାଯାଏ , ତେବେ ଏହା ଭଲ ଲାଗେନା। କଞ୍ଚାଲଙ୍କା କେବଳ ଖାଦ୍ୟକୁ ମସଲାଦାର କରିଥାଏ ନାହିଁ, ଏହାକୁ ଖାଇବାର ଅନେକ ଲାଭ ଅଛି, ଯାହା ଆଜିକାଲି ଲୋକମାନେ ଜାଣି ନାହାନ୍ତି। ଆୟୁର୍ବେଦ କହେ ଯେ, ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଲଙ୍କା କେବଳ ଖାଦ୍ୟର ସ୍ୱାଦ ବୃଦ୍ଧି କରେ ନାହିଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ। କଞ୍ଚାଲଙ୍କା ଖାଇବାର ଅନେକ ଲାଭ ଅଛି। ଆୟୁର୍ବେଦ ବିଶେଷଜ୍ଞଙ୍କ ମତରେ କଞ୍ଚାଲଙ୍କାରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ଯଦି ଗୋଟିଏ କଞ୍ଚାଲଙ୍କା ନିୟମିତ ସେବନ କରାଯାଏ, ତେବେ ଏହା ବହୁତ ଲାଭଦାୟକ।

ପ୍ରତିଦିନ କଞ୍ଚାଲଙ୍କା ଖାଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଏ ଏବଂ କ୍ୟାପସାଇସିନ୍ ନାମକ ଉପାଦାନ ଯୋଗୁଁ ଶରୀରର ତାପମାତ୍ରା ସ୍ୱାଭାବିକ ରହିଥାଏ। କଞ୍ଚାଲଙ୍କା ହୃଦରୋଗରେ ମଧ୍ୟ ଲାଭଦାୟକ। କଞ୍ଚାଲଙ୍କା ଅଧିକ ଖାଇବା ଉଚିତ୍ ନୁହେଁ, ନଚେତ୍ ଏହା ପେଟରେ ଜଳାପୋଡ଼ା ସୃଷ୍ଟି କରିପାରେ।

ଏହା ହୃଦରୋଗ, ମୁଣ୍ଡବିନ୍ଧା, ଥକ୍କାପଣ ଏବଂ ଅନିଦ୍ରା ଦୂର କରିବା ସହିତ ଶରୀରକୁ ବିଷମୁକ୍ତ କରିବାରେ ମଧ୍ୟ ସାହାଯ୍ୟ କରେ। କଞ୍ଚାଲଙ୍କା ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। କଞ୍ଚାଲଙ୍କାରେ ଭିଟାମିନ୍ ଏ, ସି, କେ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟ ମିଳିଥାଏ। କଞ୍ଚାଲଙ୍କାରେ ବିଟା କ୍ୟାରୋଟିନ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ। ଏହାକୁ ଖାଇବା କରିବା ଦ୍ୱାରା ଡାଇବେଟିସ୍ ବା ମଧୁମେହ ନିୟନ୍ତ୍ରଣ ହୋଇଥାଏ ଏବଂ ପାଚନ କ୍ରିୟା ଶକ୍ତିଶାଳୀ ହୋଇଥାଏ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
green-chillies-are-beneficial-for-health-due-to-their-rich-nutritional-content-including-vitamins-like-a-and-c-as-well-as-minerals-like-iron-and-potassium | Argus News