ଭଉଣୀ ପାଇଁ ଭାଇ କଣ ଉପହାର ଦେଇପାରିବେ?

Key Points
ରକ୍ଷାବନ୍ଧନ: ଭାଇ-ଭଉଣୀ ପ୍ରେମର ପବିତ୍ର ପର୍ବ
ରାକ୍ଷୀରେ ଭଉଣୀ ପାଇଁ କଣ ହେବ ସର୍ବଶ୍ରେଷ୍ଠ ଉପହାର?
ହିନ୍ଦୁ ଧର୍ମର ପବିତ୍ର ପର୍ବ ହେଉଛି ରକ୍ଷାବନ୍ଧନ, ଯେଉଁଥିରେ ଭଉଣୀ-ଭାଇଙ୍କୁ ରାକ୍ଷୀ ବାନ୍ଧି ସୁରକ୍ଷା ପାଇଁ ପ୍ରାର୍ଥନା କରନ୍ତି
ଉପହାର ଦେଇ, ଭାଇ ତାଙ୍କର ଭଉଣୀ ପ୍ରତି ଦାୟିତ୍ୱ ଓ ପ୍ରେମକୁ ପ୍ରକାଶ କରନ୍ତି
ରକ୍ଷାବନ୍ଧନ ହେଉଛି ଭାଇ-ଭଉଣୀଙ୍କର ପବିତ୍ର ବନ୍ଧନର ପର୍ବ, ଯାହାର ଅପେକ୍ଷା ପୂରା ବର୍ଷ ରହିଥାଏ । ଏହି ଦିନରେ ଉପହାର ଦୋକାନ, ଚକୋଲେଟ, କେକ୍, କୁକିଜ୍ ଓ ମିଠା ଦୋକାନରେ ବେଶ ଭିଡ଼ ଦେଖାଯାଏ। ଭଉଣୀମାନେ ସଦା ଭାଇଙ୍କ ଠାରୁ କିଛି ନା କିଛି ବିଶେଷ ଉପହାରର ଆଶା କରନ୍ତି। ଯଦି ଆପଣ ମଧ୍ୟ ଏହି ରାଖିରେ କ’ଣ ଦେବେ ବୋଲି ଭାବୁଛନ୍ତି, ତାହେଲେ କିଛି ଭଲ ବିକଳ୍ପ ଦେଖିନିଅନ୍ତୁ...
ଏହି ଦିନ ଭଉଣୀ ରାଖି ବାନ୍ଧି ଭାଇଙ୍କ ଦୀର୍ଘାୟୁ, ଆରୋଗ୍ୟ ଓ ସଫଳତା ପାଇଁ ପ୍ରାର୍ଥନା କରେ । ଭାଇ ତାଙ୍କୁ ସୁରକ୍ଷା ଓ ସମ୍ମାନ ଦେବାର ପ୍ରତିଶ୍ରୁତି ଦିଅନ୍ତି । ଏହି ପର୍ବ ଏକ ସାଧାରଣ ପରମ୍ପରା ନୁହେଁ, ବରଂ ଏହା ଭାଇ-ଭଉଣୀ ସମ୍ପର୍କର ଅତୁଟ ବନ୍ଧନର ପ୍ରତୀକ ।
📱 Get Argus News App
✨ଭଉଣୀ ପାଇଁ ଭାଇ କଣ ଉପହାର ଦେଇପାରିବେ?
ଅନୁକୂଳ ଉପହାର: ପୋଷାକ, ଗହଣା, ପୁସ୍ତକ, ଡିଜିଟାଲ ଗ୍ୟାଜେଟ, ଆର୍ଥିକ ସାହାଯ୍ୟ ଓ ସ୍ନେହ ସହ ସମର୍ଥନ। ଏହି ଉପହାର ଦେଇ, ଭାଇ ତାଙ୍କର ଭଉଣୀ ପ୍ରତି ଦାୟିତ୍ୱ ଓ ପ୍ରେମକୁ ପ୍ରକାଶ କରନ୍ତି। ରାକ୍ଷୀ ବନ୍ଧନରେ ଭାଇ ଭଉଣୀକୁ କିପ୍ରକାର ଉପହାର ବା ଗିଫ୍ଟ ଦେବା ଦରକାର ତାହା ଭାଇ ଭଉଣୀର ମଧୁର ସମ୍ପର୍କକୁ ଆହୁରି ମଜବୁତ୍ କରିପାରିବ ।
୧) ଭଉଣୀ ଯଦି ବିଦ୍ୟାର୍ଥୀ ହୋଇଥାଏ ତାହେଲେ ତାଙ୍କ ପାଠ୍ୟ ସମ୍ବନ୍ଧିତ କିଛି ପୁସ୍ତକ , calculator କି ଭଉଣୀର ରୁଚି ଅନୁସାରେ ପଠା ସାମଗ୍ରୀ ଦିଆଯାଇ ପାରେ ।
୨) ଭଉଣୀ ଯଦି working lady ହୋଇଥାନ୍ତି ତାହା ହେଲେ ତାଙ୍କୁ ଭଲ ମୋବାଇଲ set , electronic gadget କିମ୍ବା ତାଙ୍କ କାର୍ଯ୍ୟ କୁ ସୁହାଇଲା ଭଳି କିଛି ଭଲ ଗିଫ୍ଟ ଦିଆଯାଇପାରେ ।
୩) ଭଉଣୀ ଯଦି house wife ହୋଇଥାନ୍ତି ତାହେଲେ ତାଙ୍କୁ ରୋଷେଇ କାର୍ଯ୍ୟରେ ସହାୟକ ହେଲା ଭଳି woven ଓ କିଛି electronic gadget ମଧ୍ୟ ଦିଆଯାଇପାରେ ।ଏହା ବ୍ୟତୀତ handloom saree ଓ ସେହିଭଳି କିଛି ଗିଫ୍ଟ ମଧ୍ୟ ଦିଆଯାଇପାରେ ।
୪) ଭଉଣୀ ଯଦି creative artist କିମ୍ବା ସେହି ଲାଇନ୍ ର ଲୋକ ହୋଇଥିବେ ତାହାହେଲେ Painting, sketch board କିମ୍ବା କ୍ୟାମେରା ଅଥବା ତାଙ୍କ ରୁଚି ଅନୁସାରେ ଯେକୌଣସି ଗିଫ୍ଟ ଦିଆଯାଇପାରେ । ଯଦି ଭାଇ ଜଣଙ୍କ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ କିମ୍ବା ବାହାରେ ରହୁଛନ୍ତି ତାହାହେଲେ ଟଙ୍କା ଦେବା ବ୍ୟବସ୍ଥା ହି ଏକମାତ୍ର ବିକଳ୍ପ ।