Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ନିଦ ବି ହୋଇପାରେ କି, ଛାଡ଼ପତ୍ରର କାରଣ !

Sudeshna Mishra
Browse all articles by Sudeshna Mishra
·1 year ago·3 min read
ନିଦ ବି ହୋଇପାରେ କି, ଛାଡ଼ପତ୍ରର କାରଣ !

Key Points

ଭଲ ନିଦ ନହେଲେ ବିଭିନ୍ନ ରୋଗ ହୋଇପାରେ, କିନ୍ତୁ ଛାଡ଼ପତ୍ର ବି ହୋଇ ପାରେ କି?


ନିଦ ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ , ଏହା ଏକ ବିଶ୍ଵସ୍ତରୀୟ ସମସ୍ୟା


ଯାହା କେବଳ ମାନସିକ ସ୍ଵାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ ବରଂ ସମ୍ପର୍କ ଓ କାର୍ଯ୍ୟ ପ୍ରଦର୍ଶନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ


ଶାନ୍ତିପୂର୍ଣ୍ଣ ନିଦ୍ରା ପାଇଁ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ଶୋଇବା, ବର୍ତ୍ତମାନର ଏଭଳି ଅବସ୍ଥା ପାଇଁ ଅଛି ଅନେକ କାରଣ 

ଧାଁ ଦୌଡ ଭରା ଆଧୁନିକ ଜୀବନରେ ସୁନିଦ୍ରା ଏକ ମୁଖ୍ୟ ସମସ୍ୟା ।ଭଲ ନିଦ ସମସ୍ତେ ଚାହାଁନ୍ତି, କିନ୍ତୁ ନିଦରେ ବାଧା ଉପୁଜିଲେ କଣ ଛାଡ଼ପତ୍ର ଦେଇ ଦେବେ? ଆଜ୍ଞା ହଁ, ଭାରତୀୟ ଦମ୍ପତିଙ୍କ କ୍ଷେତ୍ରରେ ଏଭଳି ମାମଲା ଏବେ ଦେଖିବାକୁ ମିଳୁଛି। ସୁନିଦ୍ରା ପାଇଁ ଭାରତରେ ଅନେକ ଦମ୍ପତି ସାମୟିକ ଭାବେ ଅଲଗା ବା ଅନ୍ୟ କୋଠରୀରେ ଶୋଇବା ପାଇଁ ଇଛୁକ ହେଉଥିବା ଦେଖିବାକୁ ମିଳୁଛି । ଏହାକୁ ସ୍ଲିପ ଡିଭୋର୍ସ ବା ନିଦ୍ରା ପାଇଁ ସାମୟିକ ଛାଡ଼ପତ୍ର କିମ୍ବା ବିଚ୍ଛେଦ କୁହାଯାଏ । ନିଦ୍ରା ସମ୍ବନ୍ଧୀୟ ଏକ ଗ୍ଲୋବାଲ ସର୍ଭେ ଅନୁଯାୟୀ , ଭାରତରେ ୭୮% ଦମ୍ପତି ନିଦ୍ରା ପାଇଁ ସାମୟିକ ବିଚ୍ଛେଦ ବା ଛାଡ଼ପତ୍ରକୁ ପସନ୍ଦ କରିଥାନ୍ତି।



ଅର୍ଥାତ୍ ଶାନ୍ତିପୂର୍ଣ୍ଣ ନିଦ୍ରା ପାଇଁ ଜଣେ ଅନ୍ୟ ଜଣଙ୍କ ଠାରୁ ଅଲଗା ଶୋଇବା । ବର୍ତ୍ତମାନର ଏଭଳି ଅବସ୍ଥା ପାଇଁ ଅଛି ଅନେକ କାରଣ ।

ଯାହା ମଧ୍ୟରୁ ମୁଖ୍ୟ କାରଣ ହେଉଛି ଶାରୀରିକ ଓ ମାନସିକ ଚାପ, ଅନିୟମିତ ନିଦ୍ରା, ନିଦ୍ରା ସମୟରେ ଘୁଂଗୁଡ଼ି ମାରିବା, ଦୀର୍ଘ ସମୟ ଧରି ମୋବାଇଲ, କମ୍ପ୍ୟୁଟର ଇତ୍ୟାଦି ଦେଖିବା, କାର୍ଯ୍ୟ ଜାରି ରଖିବା । ଏଗୁଡିକୁ ସୁନିଦ୍ରାର ପରମ ଶତ୍ରୁ ଭାବେ ବିବେଚନା କରାଯାଏ । ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ନିଦ ନ ହେବାର ସମସ୍ୟାକୁ ଗଭୀର ଭାବରେ ସମ୍ମୁଖିନ ହୋଇଥାନ୍ତି । ଗୋଟିଏ ସପ୍ତାହରେ ଜଣେ ମହିଳା କେବଳ ୩ ରାତିରେ ଭଲ ନିଦ୍ରା ଯାଉଥିବା ବେଳେ ଜଣେ ପୁରୁଷ ୪ ରାତି ଭଲ ନିଦ୍ରାରେ ଶୋଇଥାଏ ।


ଅଲଗା ଶୋଉ ଥିବା ଦମ୍ପତି ମାନେ କୁହନ୍ତି ଏହାଦ୍ବାରା ଭଲ ନିଦ୍ରା ହେବା ସହ ବ୍ୟକ୍ତିଗତ ତଥା ଦାମ୍ପତ୍ୟ ଜୀବନରେ ମଧ୍ୟ ସ୍ଥିରତା ଆସିଥାଏ । କିଛି ଲୋକ କୁହନ୍ତି ଏହାଦ୍ବାରା ଦାମ୍ପତ୍ୟ ଜୀବନ ଭଲ ହୋଇଥାଏ । କିନ୍ତୁ ସାଥିରେ ଶୋଇବା ଫଳରେ ଅନେକ ଗୁଡିଏ ଲାଭ ମଧ୍ୟ ଥାଏ - Oxitosin ଭଳି ପ୍ରେମ ହର୍ମୋନର ମଧ୍ୟ ବୃଦ୍ଧି ହୋଇଥାଏ , ଯାହା ଦ୍ଵାରା ମାନସିକ ଶାନ୍ତି ଓ ସମ୍ପର୍କରେ ମଧୁରତା ଆସିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହା ବ୍ୟତୀତ ସର୍ଭେ ଦ୍ଵାରା ଅନେକ ତଥ୍ୟ ମଧ୍ୟ ମିଳିଛି । ଶାରୀରିକ ଓ ମାନସିକ ଚାପ ଯୋଗୁ ପ୍ରାୟ ୬୯% ଭାରତୀୟଙ୍କୁ ଭଲ ନିଦ ହୁଏ ନାହିଁ । ସପ୍ତାହରେ ୪୯% ବ୍ୟକ୍ତିଙ୍କୁ ଅତି କମରେ ୩ଦିନ ଭଲ ନିଦ୍ରାରେ ଶୋଇବାର ସମସ୍ୟା ଦେଖା ଦେଇଥାଏ ।


ନିଦ୍ରାହୀନତା କାରଣରୁ ୪୭% କର୍ମଚାରୀଙ୍କୁ ଛୁଟିନେବାକୁ ପଡ଼ିଥାଏ । ମହିଳାମାନଙ୍କ କ୍ଷେତ୍ରରେ ନିଦ୍ରାହୀନତାର ପ୍ରଭାବ ଆହୁରି ଭୟଙ୍କର - ୧୭% ଭାରତୀୟ ମହିଳା ନିଦ୍ରାହୀନତା କାରଣରୁ ଅଫିସରୁ ଛୁଟି ନେଉଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୧୨% । ଋତୁସ୍ରାବ ସମୟ ରେ ୪୪% ମହିଳା ସପ୍ତାହରେ ତିନି ଦିନରୁ ଅଧିକ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ।


ନିଦ ଏକ ବ୍ୟକ୍ତିଗତ ସମସ୍ୟା ନୁହେଁ , ଏହା ଏକ ବିଶ୍ଵସ୍ତରୀୟ ସମସ୍ୟା- ଏହା କେବଳ ମାନସିକ ସ୍ଵାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ ବରଂ ସମ୍ପର୍କ ଓ କାର୍ଯ୍ୟ ପ୍ରଦର୍ଶନ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ। ବିଶେଷଜ୍ଞମାନଙ୍କ ଅନୁସାରେ କେବଳ ଅଲଗା ଶୋଇଲେ ସମସ୍ୟାର ସମାଧାନ ହୋଇନଥାଏ ,ବରଂ ଶାରିରୀକ-ମାନସିକ ଚାପକୁ କମ୍ କରିବା, ସ୍ବାସ୍ଥ୍ୟକର ଜୀବନଶୈଳୀ ନିର୍ବାହ କରିବା ଓ ନିଦ୍ରାଜନିତ ସମସ୍ତ ସମସ୍ୟା ଉପରେ ଖୋଲା ବିଚାର ବିମର୍ଷ କରିବା ହେଉଛି ବର୍ତ୍ତମାନର ଜରୁରୀ ଆବଶ୍ୟକତା । ସୁନିଦ୍ରା ବା ଭଲ ନିଦ୍ରା ଏକ ଆରାମଦାୟକ ବିଷୟ ନୁହେଁ ବରଂ ଏକ ସୁସ୍ଥ ଜୀବନର ଚାବିକାଠି ।



Sponsored
-sleep-divorce-trend-on-rise | Argus News