Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ବାଦୁଡି ପକ୍ଷୀର ଅଜଣା କଥା, ବେଗ ବଢ଼ାଇବା ପାଇଁ କରନ୍ତି...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାଦୁଡି ପକ୍ଷୀର ଅଜଣା କଥା, ବେଗ ବଢ଼ାଇବା ପାଇଁ କରନ୍ତି...

ଅର୍ଗସ ବ୍ୟୁରୋ:  ବାଦୁଡି ପକ୍ଷୀ। ଏ ପକ୍ଷୀର ନାଁ ତ ନିଶ୍ଚିତ ଶୁଣିଥିବେ। ହେଲେ ଆପଣ ଜାଣିଛନ୍ତି କି ଏହି ବାଦୁଡି ବିଷୟରେ କିଛି ଅଜଣା କଥା। କୁହାଯାଏ କି ଏହି ବାଦୁଡି ପକ୍ଷୀ ପାଖରେ ରହିଛି କିଛି ଏଭଳି ଗୁଣ ଯାହା ଅନ୍ୟ କାହା ପାଖରେ ହୁଏ ତ ନଥିବ। ବାଦୁଡି ପକ୍ଷୀ ସାଧାରଣତଃ ଲମ୍ବା ଦୂରତାର ଉଡ଼ାଣ ପାଇଁ ପରିଚିତ ।ସେମାନଙ୍କ ଗତିବିଧି ଓ ପାରିପାର୍ଶ୍ବିକ ସ୍ଥିତିକୁ ଯାଞ୍ଚ୍‌ କରିବା ଲାଗି ଅତି ହାଲୁକା ସେନ୍‌ସର ପ୍ରୟୋଗ କରିଥିଲେ । ଗବେଷକମାନେ ୭୧ଟି ନକ୍‌ଟୁଲ ବାଦୁଡ଼ିଙ୍କୁ ସେମାନଙ୍କର ବସନ୍ତ ପ୍ରବାସ ସମୟରେ ଅଧ୍ୟୟନ କରିଥିଲେ ।


ଏହି ସେନ୍‌ସରଗୁଡ଼ିକୁ ବାଦୁଡ଼ିଙ୍କ ଶରୀରରେ ସଂଲଗ୍ନ କରାଯାଇଥିଲା । ଅଧ୍ୟୟନରୁ ଜଣାପଡ଼ିଲା, ନକ୍‌ଟୁଲ ବାଦୁଡ଼ି ଗୋଟିଏ ରାତିରେ ପ୍ରାୟ ୪୦୦ କିମି ପ୍ରବାସ ଯାତ୍ରା କରିପାରନ୍ତି ।ସଦ୍ୟ ଅଧ୍ୟୟନ ଏହି ପ୍ରଜାତିଙ୍କ ଯାତ୍ରା ଦୂରତାର ପୂର୍ବ ରେକର୍ଡ ଭାଙ୍ଗିଛି । ଏହି ବାଦୁଡ଼ି ଗୋଟିଏ ପ୍ରବାସ ସ୍ଥଳୀକୁ ଯାଉନଥିବା ମଧ୍ୟ ଅଧ୍ୟୟନକର୍ତ୍ତା ଜାଣିପାରିଲେ । ସେମାନେ ସାଧାରଣତଃ ଉତ୍ତରପୂର୍ବ ଦିଗକୁ ଯାତ୍ରା କରି ଉକ୍ତ ଭୂଖଣ୍ଡର ବିଭିନ୍ନ ସ୍ଥାନକୁ ପ୍ରବାସରେ ଯାଇଥିଲେ । ବାଦୁଡ଼ିମାନେ ପ୍ରାୟତଃ ରାତିରେ ପବନର ଧୀମା ବେଗ ଓ ତାପମାତ୍ରା ବୃଦ୍ଧି ହେଉଥିବା ସମୟରେ ପ୍ରବାସ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସ୍ଥିତି ଝଡ଼ର ଆସନ୍ନ ସ୍ଥିତିକୁ ଦର୍ଶାଏ । ଏହି ଉଷ୍ଣ ବାୟୁ ପ୍ରବାହରେ ବାଦୁଡ଼ି ନିଜର ଶକ୍ତି ସଞ୍ଚୟ କରିପାରନ୍ତି ଏବଂ ଆଗକୁ ଉଡ଼ିପାରନ୍ତି । ବେଗ ବଢ଼ାଇବା ପାଇଁ ଝଡ଼ର ସାହାରା ନିଅନ୍ତି ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored