Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏମିତି ଖାଦ୍ୟ ଖାଉଥିଲେ ସାବଧାନ , ଆସିପାରେ ହୃଦରୋଗ

Lifestyle

ଏମିତି ଖାଦ୍ୟ ଖାଉଥିଲେ ସାବଧାନ , ଆସିପାରେ ହୃଦରୋଗ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଏମିତି ଖାଦ୍ୟ ଖାଉଥିଲେ ସାବଧାନ , ଆସିପାରେ ହୃଦରୋଗ

ଅର୍ଗସ ବ୍ୟୁରୋ : ଆଧୁନିକ ଯୁଗରେ ଲୋକଙ୍କର ରହିବା, ପିନ୍ଧିବା , ଖାଇବା ଆଦିରେ ଅନେକ ପରିବର୍ତ୍ତନ ଆସିଛି । ଯେଉଁ ଘରେ ପ୍ରତିଦିନ ଶୁଦ୍ଧ ତାଜା ଖାଇବା ତିଆରି ହେଉଥିଲା, ସେଠାରେ ଏବେ ଆମ ଇଚ୍ଛା ହେଲେ ଆମେ ବାହାର ଖାଦ୍ୟ ମଗାଇ ଖାଇଥାନ୍ତି । କିଛିଜଣ ବାହାରେ ରହୁଥିବା ବେଳେ ପ୍ରତିଦିନ ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ବାହାର ଖାଇବା କେବଳ ଯେ ଅସ୍ବାସ୍ଥିକର ତା ନୁହେଁ, ବାହାର ଖାଦ୍ୟ ପ୍ୟାକ୍ କରାଯାଉଥିବା ପ୍ଲାଷ୍ଟିକ ପାତ୍ର ମଧ୍ୟ ଦେହ ପାଇଁ ବହୁତ ଖରାପ ଅଟେ । ଏକଥା ଆମେ ନୁହେଁ , ବୈଜ୍ଞାନିକଙ୍କ ଗବେଷଣା କହୁଛି । ଗବେଷଣା ମୁତାବକ, ପ୍ଲାଷ୍ଟିକ ଡବାରେ ପ୍ୟାକ ହୋଇ ରହୁଥିବା ଖାଦ୍ୟ ଖାଇବା ଦ୍ବାରା କଞ୍ଜେଷ୍ଟିବ୍ ହାର୍ଟ ପ୍ରୋବ୍ଲେମ ବାହାରିଥାଏ ।


କଞ୍ଜେଷ୍ଟିବ୍ ହାର୍ଟ ପ୍ରୋବ୍ଲେମ ହେଉଛି, ହୃଦୟ ଶରୀରର ଆବଶ୍ୟକତା ମୁତାବକ ରକ୍ତ ସଞ୍ଚାଳନ କରି ନଥାଏ । ଏହାଯୋଗୁ ହୃଦଘାତ ହେବାର ସମ୍ଭାବନା ଥାଏ । ଏବଂ ଆପଣଙ୍କ ଫୁସଫୁସ ଏବଂ ଗୋଡରେ ରକ୍ତ ଜମା ରହିଥାଏ । ଚୀନର କିଛି ବିଶେଷଜ୍ଞ ମାନେ ସାଧାରଣ ପାତ୍ରର ଲୋକ ଖାଉଥିବା ଖାଦ୍ୟ ଏବଂ ପ୍ଲାଷ୍ଟିକ ପାତ୍ରରେ ଖାଉଥିବା ଖାଦ୍ୟକୁ ନେଇ ପରୀକ୍ଷା କରାଯାଇଥିଲା । ଯେଉଁଥିରୁ ଜଣା ପଡିଥିଲା, ପ୍ଲାଷ୍ଟିକ ପାତ୍ରରେ ଖାଦ୍ୟ ଖାଉଥିବା ବ୍ୟକ୍ତିମାନଙ୍କର ଅଧିକ ହୃଦରୋଗର ସମ୍ଭାବନା ରହିଛି ପ୍ଲାଷ୍ଟିକ ପାତ୍ରରେ ପ୍ରାୟ ୨୦ ହଜାର କେମିକାଲ୍ସ ଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଖୁବ ହାନିକାରକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Be careful if you eat such food, you may get heart disease | Argus News