Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ରାତିରେ ନଡ଼ିଆ ତେଲ ସହ ଏହାକୁ ମିଶାଇ ଲଗାନ୍ତୁ, ମିଳିବ ଫାଇଦା

Lifestyle

ରାତିରେ ନଡ଼ିଆ ତେଲ ସହ ଏହାକୁ ମିଶାଇ ଲଗାନ୍ତୁ, ମିଳିବ ଫାଇଦା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାତିରେ ନଡ଼ିଆ ତେଲ ସହ ଏହାକୁ ମିଶାଇ ଲଗାନ୍ତୁ, ମିଳିବ ଫାଇଦା

ଅର୍ଗସ ବ୍ୟୁରୋ: ନଡିଆ ତେଲ । ନଡ଼ିଆ ତେଲକୁ ଖାଦ୍ୟ ବ୍ୟତୀତ ସ୍କିନ କେୟାର ଏବଂ ହେୟାର କେୟାରରେ ମଧ୍ୟ ସାମିଲ କରାଯାଏ। ନଡିଆ ତେଲ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା କାଚ ପରି ଚମକିବ। ଏହି ତେଲରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଥାଏ, ଯାହା ତ୍ୱଚାର ଶୁଖାପଣକୁ ଦୂର କରିଥାଏ। ନଡ଼ିଆ ତେଲରେ ଭିଟାମିନ-ଇର ଗୁଣ ରହିଥାଏ। ଡ୍ରାଏ ସ୍କିନରେ ନଡ଼ିଆ ତେଲକୁ ସାଧା ଲଗାଇପାରିବେ। ଏହାକୁ ଲଗାଇଲେ ଏହା ମୁହଁକୁ ମଇଶ୍ଚୁରାଇଜ କରିଥାଏ। ରାତିରେ ଏହାକୁ ଲଗାଇ ଶୋଇପାରିବେ। ଏହାକୁ ଅଧଘଣ୍ଟା ମୁହଁରେ ଲଗାଇ ଧୋଇପାରିବେ। ଗ୍ଲୋଇଙ୍ଗ ସ୍କିନ ପାଇଁ ଆପଣ ନଡ଼ିଆ ତେଲ ସହ ହଳଦୀ ଲଗାନ୍ତୁ। ହଳଦୀରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମଫ୍ଲେମେଟରୀ ଗୁଣ ତ୍ୱଚାକୁ ଫାଇଦା ଦେଇଥାଏ।


ଏହାକୁ ଏକ ମିଶ୍ରଣ କରି ମୁହଁରେ ଲଗାଇ ୨୦-୨୫ ମିନିଟ ରଖନ୍ତୁ, ଏହାପରେ ଭଲଭାବେ ଧୋଇଦିଅନ୍ତୁ ନଡ଼ିଆ ତେଲ ଏବଂ ମହୁ: ଡ୍ରାଏ ସ୍କିନ ପାଇଁ ନଡ଼ିଆ ତେଲ ଏବଂ ମହୁର ମିଶ୍ରଣ ମଧ୍ୟ ଲଗାଯାଇଥାଏ। ଏହା ବ୍ୟତୀତ ନଡ଼ିଆ ତେଲରେ ଲେରିକ୍ ଏସିଡ ଏବଂ ଆଣ୍ଟିମାଇକ୍ରୋବିୟଲ ଗୁଣ ମଧ୍ୟ ରହିଛି। ଶୀତଦିନେ ସାଧାରଣତଃ ତ୍ୱଚା ଶୁଖିଲା ହୋଇଯାଇଥାଏ, ଏଥିପାଇଁ ଆପଣ ନଡ଼ିଆ ତେଲ ମୁହଁରେ ଲଗାଇବା ଦ୍ୱାରା ଶୁଖାପଣ ଦୂର ହେବା ସହ ମୁହଁର ଉଜ୍ୱଳତା ବଢିଥାଏ। ଏଥିପାଇଁ ବରାବର ମାତ୍ରାରେ ନଡ଼ିଆ ତେଲ ଏବଂ ମହୁକୁ ମିକ୍ସ କରି ଦିଅନ୍ତୁ। ଏହି ମିଶ୍ରଣକୁ ୧୦ରୁ ୨୦ ମିନିଟ ମୁହଁରେ ଲଗାଇ ରଖନ୍ତୁ। ଏହାପରେ ଆପଣ ମୁହଁକୁ ଧୋଇ ସଫାକରିନିଅନ୍ତୁ। ସ୍କିନର ଡ୍ରାଏନେସ ଦୂର ହେବା ସହ ଏଥିରେ ତ୍ୱଚାର ଉଜ୍ୱଳତା ମଧ୍ୟ ବୃଦ୍ଧି ପାଇଥାଏ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Painting
Sponsored
coconut oil use for skin | Argus News