Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ପିଲା ଅଧିକ ମିଠା ଖାଇଲେ ବୃଦ୍ଧି ପାଇଥାଏ ଡାଇବେଟିସ୍

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପିଲା ଅଧିକ ମିଠା ଖାଇଲେ ବୃଦ୍ଧି ପାଇଥାଏ ଡାଇବେଟିସ୍

ଅର୍ଗସ ବ୍ୟୁରୋ: ସାଧାରଣତଃ ପିଲାମାନେ ମିଠା ଜିନିଷ ଖାଇବାକୁ ପସନ୍ଦ କରିଥାନ୍ତି । ସେମାନଙ୍କୁ ଯେତେ ବାରଣ କଲେ ବି ଲୁଚି ଲୁଚି ଖାଇଥାନ୍ତି । ପ୍ରାରମ୍ଭରେ ଏହା ପାଟି ସୁଆଦ ଲାଗୁଥିଲେ ବି ପରବର୍ତ୍ତୀ ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଯାଇଥାଏ । ସବୁବେଳେ ମିଠା ଜିନିଷ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇଯାଏ । ଅଭିଭାବକମାନେ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ । WHOର ଏକ ରିପୋର୍ଟ ଅନୁଯାୟୀ ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆନୁମାନିକ ୭୭ ମିଲିୟନ ଟାଇପ୍‌-୨ ଡାଇବେଟିସ୍ ଏବଂ ପ୍ରାୟ ୨୫ ମିଲିୟନ ପ୍ରିଡାଇବେଟିସ୍ ରୋଗରେ ପୀଡ଼ିତ । ବିଶେଷ କରି ୧୨ରୁ ୧୮ ବର୍ଷ କିଶୋରଙ୍କ ମଧ୍ୟରେ ଏହି ସମସ୍ୟା ଦେଖାଦେଇଥାଏ ।

ମୁଡ୍ ସ୍ୱିଙ୍ଗ୍‌: ଅଧିକାଂଶ କ୍ଷେତ୍ରରେ ପିଲାଙ୍କୁ ଡାଇବେଟିସ୍ ହୋଇଥିଲେ ଚିଡ଼ଚିଡ଼ାପଣ, ବାରମ୍ବାର କାନ୍ଦିବା, ରାଗିବା ଭଳି ଲକ୍ଷଣ ଦେଖାଦେଇଥାଏ ।

ଅଧିକ ଭୋକ ଲାଗିବା: ପିଲାଙ୍କୁ ଅଧିକ ଭୋକ ଲାଗିବା ବି ସମସ୍ୟା ହୋଇପାରେ । ପେଟ ପୁରା ଖାଇବା ପରେ ମଧ୍ୟ ପିଲାକୁ ଭୋକ ଲାଗିଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ ।

ଓଜନ କମିଯିବା: ପିଲାଙ୍କ ଓଜନ ହଠାତ କମି ଗଲେ ଏହା ଡାଇବେଟିସର ଲକ୍ଷଣ ହୋଇପାରେ । ଏହି ଲକ୍ଷଣ ଅଧିକାଂଶ ଟାଇପ୍‌-୧ ଡାଇବେଟିସରେ ଦେଖିବାକୁ ମିଳିଥାଏ ।

ଡାକ୍ତରଙ୍କ କହିବାନୁଯାୟୀ ପିଲାଙ୍କ କ୍ଷେତ୍ରରେ ଟାଇପ୍‌-୧ ଡାଇବେଟିସ୍ ହୋଇଥିଲେ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ ଇନସୁଲିନ୍ ଉତ୍ପାଦନ ହୋଇନଥାଏ । ତେଣୁ ଉପରୋକ୍ତ ଲକ୍ଷଣ ଦେଖାଗଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର:




Sponsored
Diabetes increases when children eat too much sugar | Argus News