Videos
|
Lifestyle

ଶୀତ ଦିନେ ରାଶି ଲଡୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶୀତ ଦିନେ ରାଶି ଲଡୁ ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ

ଅର୍ଗସ ବ୍ୟୁରୋ:  ସାଧାରଣତଃ ଶୀତ ଦିନେ ରାଶି ଲଡୁର ଲୋକପ୍ରିୟତା ଦେଖିବାକୁ ମିଳିଥାଏ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ ଔଷଧ ଭଳି କାମ କରିଥାଏ । ଆର୍ଥରାଇଟିସ୍‌, ଡାଇବେଟିସ, କଲେଷ୍ଟ୍ରୋଲ, ମାଇଗ୍ରେନ୍ ଭଳି ସମସ୍ୟା ପାଇଁ ଲାଭଦାୟକ ଅଟେ । ଆୟୁର୍ବେଦରେ ଉଭୟ ଧଳା ଏବଂ କଳା ରାଶି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଉତ୍ତମ । କଳା ରାଶିରେ କ୍ୟାଲସିୟମ, ଲୌହ, ମ୍ୟାଗନେସିୟମ ଏବଂ ଜିଙ୍କ ଭଳି ତତ୍ୱ ରହିଛି । ଶୀତ ଦିନେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ । ଏମିତିରେ ଥଣ୍ଡା ପବନ ତ୍ୱଚାକୁ ଅଧିକ ଶୁଷ୍କ କରିଥାଏ । ତେଣୁ ଖାଦ୍ୟ ପେୟର ବିଶେଷ ଧ୍ୟାନ ରଖିବା ଉଚିତ । ବେଳେ ବେଳେ ଲୋକମାନେ ଦ୍ୱନ୍ଦ୍ୱରେ ଥାନ୍ତି କି ଶୀତ ଦିନେ କେଉଁ ରାଶି ସେବନ କରିବା ଉଚିତ ।


ଏହା ହାଡ଼କୁ ମଜବୁତ ରଖିିଥାଏ ଏବଂ ଶରୀରର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ । ଅପରପକ୍ଷରେ ପ୍ରୋଟିନ୍‌, କାର୍ବେହାଇଡ୍ରେଟ୍ ଏବଂ ଫ୍ୟାଟରେ ଭରପୁର ଧଳା ରାଶି । ଏହା ହୃଦୟ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଶୀତ ଦିନେ କଳା ରାଶି ସେବନ କରିବା ଅଧିକ ଫଳପ୍ରଦ ବିବେଚିତ କରାଯାଇଛି । ଏହା ଲୌହ ଏବଂ ଫାଇବରର ଉତ୍ତମ ସ୍ରୋତ । କଳା ରାଶି ଚୋପା ସହ ଆସିଥାଏ ଯାହା ଅଧିକ ପୋଷକ ତତ୍ୱରେ ଭରପୁର । ଧଳା ରାଶିର ସ୍ୱାଦ ହାଲୁକା ମିଠା ଏବଂ ନରମ ଅଟେ । ରାଶିକୁ ଲଡୁ, ସୁପ୍‌, ଚିକ୍କି, ପିଠା, ବିଭିନ୍ନ ଉପାୟରେ ସେବନ କରାଯାଇପାରିବ ।


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ସ୍ୱାସ୍ଥ୍ୟ ଖବର: