Videos
|
Lifestyle

ଶୀତଦିନେ ରୂପିକୁ ନେଇ ଚିନ୍ତିତ କି... ଜାଣନ୍ତୁ ଏହି ଉପଚାର

Swoyangprjna Mishra
Browse all articles by Swoyangprjna Mishra
·1 year ago·2 min read
ଶୀତଦିନେ ରୂପିକୁ ନେଇ ଚିନ୍ତିତ କି... ଜାଣନ୍ତୁ ଏହି ଉପଚାର

ଅର୍ଗସ ବ୍ୟୁରୋ : ରୂପି ସମସ୍ୟା ବର୍ତ୍ତମାନ ଘରେଘରେ ଚିନ୍ତା ବଢାଇ ଦେଇଛି । ବିଶେଷ କରି ଶୀତଦିନେ କେଶରେ ଅତ୍ୟନ୍ତ ରୂପି ଯୋଗୁଁ କେଶ ମୂଳ ଦୁର୍ବଳ ହେବା ସହ କେଶ ଝଡିବାରେ ଲାଗିଛି। ଯାହାକୁ ନେଇ ବିଶେଷ ଭାବେ ଯୁବପିଢୀମାନେ ଅଧିକ ଚିନ୍ତାରେ ରହୁଛନ୍ତି । ଅତ୍ୟଧିକ କେଶ ଝଡିବାକୁ ନେଇ ଚିନ୍ତାରେ ରହିବା ଯୋଗୁଁ ଏହା ମସ୍ତିଷ୍କ ଉପରେ ଅଧିକ ଚାପ ପକାଇଥାଏ, ଯାହା ଫଳରେ କେଶ ଆହୁରି ଅଧିକରୁ ଅଧିକ ଝଡିବାରେ ଲାଗିଥାଏ । ଏହାକୁ ରୋକିବା ପାଇଁ ଆମେମାନେ ଅନେକ ପ୍ରକାରର କେମିକାଲ ସାମ୍ପୁ, ଟ୍ରିଟମେଣ୍ଟ କରିବାରେ ଲାଗି ପଡନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଟ୍ରିଟମେଣ୍ଟକୁ ଆପଣାଇ ଥାଆନ୍ତି, କିନ୍ତୁ ସେଥିରେ କିଛିଜଣଙ୍କର ଫଳପ୍ରଦ ହେଉଥିବା ବେଳେ କିଛିଜଣଙ୍କର କେଶ ଅଧିକରୁ ଅଧିକ ଝଡିବାରେ ଲାଗିଥାଏ । କିନ୍ତୁ ପ୍ରକୃତରେ ଶୀତଦିନ ପାଇଁ କେଉଁ ଉପାୟ ଆପଣାଇବା ଦ୍ବାରା କେଶରୁ ରୂପି ସମସ୍ୟା ସମ୍ପୁର୍ଣ୍ଣ ରୂପେ ଗାଏବ୍ ହୋଇଥାଏ , ଆସନ୍ତୁ ଜାଣିବା ।


ଉଷୁମ ତେଲ ମାଲିସ


ଆପଣ ଶେଷ ଥର ପାଇଁ କେବେ ତେଲ ମାଲିସ କରିଥିଲେ ? ମନେ ନାହିଁ ନା? ନିୟମିତ ତେଲ ମାଲିସ ନକରିବା ଅତ୍ୟଧିକ ରୂପି ହେବାର ଏକ ମୁଖ୍ୟ କାରଣ ଅଟେ । ଆମ ଅନେକଙ୍କର ମୂଳ ଧାରଣା ଥାଏ କି ରୂପିରେ ତେଲ ଲଗାଇବା ଉଚିନ ନୁହେଁ, କିନ୍ତୁ ଏହା ଭୂଲ ଧାରଣା । ଆପଣ ନିୟମିତ ନଡିଆ ତେଲ, ଅଲିଭ ଅଏଲ ନଚେତ ବାଦାମ ତେଲକୁ ହାଲକା ଉଷୁମ କରି କେଶମୂଳରେ ପ୍ରତିଦିନ ମାଲିସ କରିବା ଆବଶ୍ୟକ । ଏହାଦ୍ବାରା କେଶର ମୂଳ ମଏଶ୍ଚର ହୋଇଥାଏ, ଏବଂ ରୂପିରେ ଥିବା ଫଙ୍ଗସ୍ କୁ ମାରି କେଶକୁ ସୁସ୍ଥ ରଖିଥାଏ । କେବଳ ସେତିକି ନୁହେଁ, ତେଲ ଲଗାଇବା ଦ୍ବାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ ।


ଏଲୋଭେରାର କମାଲ୍


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏଲୋଭରା ରୂପି ପାଇଁ ଏକ ରାମବାଣ ସଦୃଶ । ରୂପିରେ ଅତ୍ୟଧିକ ଚୁଟି କୁଣ୍ଡାଇହେଲେ ଏହାକୁ ରୋକିବାରେ ସାହାଯ୍ୟ କରେ ଏଲୋଭେରା । ତା ସହ ଅତ୍ୟଧିକ ରୂପିକୁ ମଧ୍ୟ ରୋକିଥାଏ । ଏକ ଫ୍ରେଶ ଏଲୋଭେରାକୁ ଆଣି ଏହାର ଜେଲ୍‌କୁ ସାମ୍ପୁ କରିବାର ଅଧଘଣ୍ଟା ପୂର୍ବରୁ କେଶ ମୂଳରେ ଭଲଭାବେ ମାଲିସ୍ କରିବା । ଯାହାଦ୍ବାରା ଏହା କୁଣ୍ଡାଇ ହେବା କମ କରିବା ସହ ରୂପିକୁ ମଧ୍ୟ ନଷ୍ଟ କରିଥାଏ । ଏହାପରେ ଆଣ୍ଟି ଡ୍ୟାଣ୍ଡରଫ୍ ସାମ୍ପୁରେ ମୁଣ୍ଡ ଧୋଇବା ଦ୍ବାରା ରୂପିର ପରିମାଣ କମିଥାଏ ।


ଲେମ୍ବୁର ଉପଚାର


ଲେମ୍ବୁ କେଶପାଇଁ ଏକ ଔଷଧୀୟ ଉପଚାର । ଏହା କେଶର ରୂପି କମ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ । ଆପଣ ଯଦି ସପ୍ତାହରେ ଦୁଇଥର କେଶ ସଫା କରୁଛନ୍ତି, ତେବେ ସଫା କରିବା ପୂର୍ବରୁ ସପ୍ତାହକୁ ଥରେ ଲେମ୍ବରସ୍ କେଶରେ ଲଗାନ୍ତୁ । ସଫା କରିବାର ୧୦ ମିନିଟ୍ ପୂର୍ବରୁ କେଶରପେ ଲେମ୍ବୁର ରସ ଲଗାଇ ଦିଅନ୍ତୁ । ଏହାପରେ ଭଲଭାବରେ ସାମ୍ପୁ କରିଦିଅନ୍ତୁ । ଏହା ରୂପିକୁ ନଷ୍ଟ କରିଥାଏ ।


ମେଥି ପେଷ୍ଟ


କେଶ ପାଇଁ ମେଥି ଏକ ବିଶେଷ ଭୂମିକା ଗ୍ରହଣ କରେ । ମେଥିରେ ଆଣ୍ଟି ଫଙ୍ଗାଲ ଗୁଣ ରହିଥାଏ, ଯାହା ଚୁଟିର ସମସ୍ୟାକୁ ଦୂର କରିଥାଏ । ମେଥିରେ ଥିବା ଆଣ୍ଟି ଫଙ୍ଗାଲ ଗୁଣ ରୂପିକୁ ରୋକିବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କ କେଶରେ ଅତ୍ୟଧିକ ରୂପି ହୋଇଥାଏ, ତେବେ ପୁରା ରାତି କେଛି ମେଥିକୁ ପାଣରେ ବତୁରାଇ ରଖିଦିଅନ୍ତୁ । ସକାଳେ ଏହାର ଗୋଟେ ପେଷ୍ଟ ବନାଇ ଚୁଟିରେ ଭଲଭାବେ ଲଗାଇ ଏକ ଘଣ୍ଟା ପରେ କେଶ ଧୋଇଦିଅନ୍ତୁ । ଦେଖିବେ କିଛି ସପ୍ତାହ ମଧ୍ୟରେ ରୂପି ସମସ୍ୟା ଗାଏବ୍ ହୋଇଯିବ ।

know Dandruff treatment for winter | Argus News