ପୁରୀରୁ ଆଣ୍ଟିଲିଆ ପର୍ଯ୍ୟନ୍ତର ଯାତ୍ରା

Key Points
ଆଣ୍ଟିଲିଆରେ ଶୋଭା ବଢ଼ାଉଛି ଓଡ଼ିଶାର କଳା
ଆଣ୍ଟିଲିଆରେ ଓଡ଼ିଶାର କଳାକୃତି
ଅନନ୍ତ ଅମ୍ବାନୀଙ୍କ ପ୍ରୟାସରେ ୮-ଫୁଟ୍ର ଗୋଲାପୀ ପଥରର ଗଣେଶ ପ୍ରତିମା
ଓଡ଼ିଆ ପଥର ଶିଳ୍ପୀ ଅଶୋକ ସାହୁଙ୍କ କଳାକୃତି
ମୁକେଶ ଅମ୍ବାନୀଙ୍କ ନିବାସ ଆଣ୍ଟିଲିଆରେ ଓଡ଼ିଶାର ଏକ ଅଦ୍ଭୁତ ସମ୍ପଦ ରହିଛି। ଜଣାସୁଣା ପଥର ଶିଳ୍ପୀ ଅଶୋକ ସାହୁଙ୍କ ତିଆରି ୮-ଫୁଟ୍ର ଗୋଲାପୀ ପଥରର ଗଣେଶ ପ୍ରତିମାକୁ ସେଠାରେ ପ୍ରତିଷ୍ଠା କରାଯାଇଛି।
ପୁରୀରୁ ଆଣ୍ଟିଲିଆ ପର୍ଯ୍ୟନ୍ତର ଯାତ୍ରା
ନିକଟରେ ବିଜନେସ ଟାଇକୁନ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତ ଅମ୍ବାନି, ପୁରୀରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ଭୁବନେଶ୍ୱରରୁ ପୁରୀକୁ ଯିବା ସମୟରେ, ତାଙ୍କ ନଜର ଗୁଡ଼ିଆପୋଖରୀ ନିକଟରେ ପଡ଼ିଲା ଯେଉଁଠି ମୂର୍ତ୍ତିଶିଳ୍ପୀ ଅଶୋକ ସାହୁଙ୍କ ପଥରଶିଳ୍ପ ଦୋକାନ ଥିଲା। ଦୋକାନ ବାହାରେ ପ୍ରଦର୍ଶିତ ଶିଳ୍ପକଳା ଅନନ୍ତଙ୍କୁ ଆକର୍ଷିତ କଲା। ବିଶେଷ କରି ୮-ଫୁଟ୍ର ଗୋଲାପୀ ପଥରର ଗଣେଶ ପ୍ରତିମା ତାଙ୍କ ନଜରକୁ ଆସିଥିଲା।
📱 Get Argus News App
✨ସେ ସମୟରେ ଗାଡ଼ିରୁ ନ ବାହାରି, କେବଳ ଦୋକାନର ସାଇନବୋର୍ଡର ଫଟୋ ନେଇଥିଲେ। କିଛି ଦିନ ପରେ ଅନନ୍ତଙ୍କ କାର୍ଯ୍ୟାଳୟରୁ ଅଶୋକ ସାହୁଙ୍କୁ ଫୋନ ଆସିଲା। ପରେ ଭିଡିଓ କଲ୍ ଓ ଫଟୋ ପ୍ରଦର୍ଶନ ପରେ, ଅନନ୍ତ ଅମ୍ବାନୀ ଏହି ପ୍ରତିମାକୁ ବାଛିଲେ।
ଅଶୋକ ସାହୁଙ୍କ କଳାକୃତି
ଗୋଲାପୀ ସର୍ପେଣ୍ଟାଇନ୍ ପଥରରେ ତିଆରି ଏହି ପ୍ରତିମାକୁ ପୂର୍ଣ୍ଣ କରିବାକୁ ୩ ବର୍ଷ ଲାଗିଥିଲା। ପଥରଶିଳ୍ପୀ ଅଶୋକ ସାହୁଙ୍କ କହିବା କଥା,"ଯେବେ ଠିକଣା ଲେଖାଗଲା, ସେତେବେଳେ ମୁଁ ଜାଣିଲି ଯେ ପ୍ରତିମାଟିକୁ ଅନନ୍ତ ଅମ୍ବାନୀଙ୍କ ଘରକୁ ପଠାଯାଉଛି। ଅନନ୍ତଜୀ ମୋ ସହ କଥା ମଧ୍ୟ ହୋଇଛନ୍ତି ଏବଂ ଓଡ଼ିଆ ଶିଳ୍ପୀମାନଙ୍କ ପାଇଁ କିଛି କରିବେ ବୋଲି ଆଶ୍ୱାସନା ବି ଦେଇଛନ୍ତି।"
ଓଡ଼ିଶାର ଗୌରବ
ଅଶୋକ ସାହୁଙ୍କ କଳାକୃତି ଦେଶର ଅନେକ ପ୍ରମୁଖ ସ୍ଥାପତ୍ୟରେ ଦେଖିବାକୁ ମିଳେ, ଯାହା ମଧ୍ୟରୁ ଅକ୍ଷରଧାମ ମନ୍ଦିର ଓ ଅୟୋଧ୍ୟା ରାମ ମନ୍ଦିର ଅନ୍ୟତମ। ଭବିଷ୍ୟତରେ ସେ ଓଡ଼ିଶାରେ ଏକ କ୍ରାଫ୍ଟ ଭିଲେଜ୍ ସ୍ଥାପନ କରିବାକୁ ଇଚ୍ଛୁା ପ୍ରକାଶ କରିଛନ୍ତି, ଯେଉଁଠି ନୂତନ ପିଢ଼ିର ଶିଳ୍ପୀମାନେ ପ୍ରଶିକ୍ଷଣ ପାଇ ପାରିବେ। ପଥରଶିଳ୍ପୀ ଅଶୋକ ସାହୁଙ୍କ ଆହୁରି ମଧ୍ୟ କୁହନ୍ତି ଯେ"ଓଡ଼ିଶାର କଳାକୃତି ଅଦ୍ୱିତୀୟ। ଆମର ଶିଳ୍ପୀମାନେ ସମଗ୍ର ବିଶ୍ୱରେ ଅଲଗା ପରିଚୟ ସୃଷ୍ଟି କରିଛନ୍ତି। ଯଥେଷ୍ଟ ପ୍ରୋତ୍ସାହନ ମିଳିଲେ ଓଡ଼ିଶାର ମୂର୍ତ୍ତିଶିଳ୍ପ ନୂତନ ଶିଖରକୁ ପହଞ୍ଚିବ," ।