Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିଲେ ଆପଣଙ୍କ ଆୟୁଷ ବଢ଼ିବ

Ritu Das
Browse all articles by Ritu Das
·1 year ago·2 min read
ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିଲେ ଆପଣଙ୍କ ଆୟୁଷ ବଢ଼ିବ

ଶୀତଦିନେ ସକାଳୁ କିପରି ଉଠିବେ ଏହାକୁ ନେଇ ଏକ ସୁନ୍ଦର ଉପଦେଶ ଦେଇଛନ୍ତି ସନ୍ଥ ପ୍ରେମାନନ୍ଦଜୀ ମହାରାଜ। କାରଣ ଏବେ ଆମ ମାନଙ୍କର ଲାଇଫ ଷ୍ଟାଇଲ ଏଭଳି ହୋଇଗଲାଣି ଦିନକୁ ଦିନ ଆମେ ଅଳସୁଆ ହୋଇ ଚାଲିଛେ। ରାତିରେ ବିଳମ୍ବ ପର୍ଯ୍ୟନ୍ତ ମୋବାଇଲେ ଦେଖୁଛେ। ସକାଳ ୧୦ଟା ନ ବାଜିଲେ ଲୋକେ ଉଠିବାକୁ ନାରାଜ। ଯେଉଁଥିପାଇଁ ଆମେ ଏବେ ନାନା ରୋଗରେ ପଡ଼ୁଛେ।


ଠାକୁର ଜୀ ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥାନ୍ତି। ନିକଟରେ ପ୍ରେମାନନ୍ଦ ମହାରାଜଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ମହାରାଜଙ୍କ ନିକଟରେ ତାଙ୍କର ସମସ୍ୟା କହିଥିଲେ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହିଳା ଜଣକ କହିଥିଲେ, ” ଶୀତଦିନେ ଦୈନିକ ଚିନ୍ତା କରୁଛି ଶୀଘ୍ର ଉଠିବି, କିନ୍ତୁ ଉଠିପାରୁ ନାହିଁ, ବହୁତ ଅଳସୁଆମୀ ରହୁଥିବାରୁ ନାନା ପ୍ରକାର ନକାରାତ୍ମକ ସ୍ବପ୍ନ ମନକୁ ଆସୁଛି।” ଏହା ଶୁଣି ପ୍ରେମାନନ୍ଦ ମହାରାଜ କହିଥିଲେ, ”ଅଧିକ ସ୍ବପ୍ନ ସେମାନଙ୍କୁ ଆସିଥାଏ, ଯେଉଁମାନେ ବିଳମ୍ବ ପର୍ଯ୍ୟନ୍ତ ଶୋଇରହିଥାନ୍ତି। ଯଦି ଆପଣ 24 ଘଣ୍ଟାରୁ 5 ଘଣ୍ଟା ଶୋଇବେ ତେବେ କୌଣସି ସ୍ବପ୍ନ ଆସିବ ନାହିଁ। ସେହିପରି ନିଦରୁ ଥିବା ପରେ ନିଜର ଈଶ୍ୱରଙ୍କୁ ସ୍ମରଣ କଲେ ସବୁ ଠିକ ରହିବ। କୌଣସି ଖରାପ ସ୍ବପ୍ନ ଆସିବ ନାହିଁ।


ଆଗକୁ ପ୍ରେମାନନ୍ଦ ମହାରାଜ କହିଥିଲେ, ‘ଯେଉଁ ଲୋକ ଦୈନିକ ରାତିରେ ବିଳମ୍ବରେ ଶୋଇ ଡେରିରେ ଉଠିଥାନ୍ତି, ତାଙ୍କଠାରେ ମନୁଷ୍ୟତ୍ୱ ନୁହେଁ, ପଶୁତା ରହିଥାଏ। ଏଥିପାଇଁ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଆବଶ୍ୟକ। ବ୍ରହ୍ମ ମୁହୂର୍ତ୍ତରୁ ଉଠିଲେ ଆୟୂଷ ବଢ଼ିଥାଏ। ଯେଉଁ ଲୋକ ସକାଳୁ ବିଳମ୍ବ ପର୍ଯ୍ୟନ୍ତ ଶୋଇଥାନ୍ତି, ସେ ଲୋକମାନେ ନା ଆଧ୍ୟାତ୍ମକୁ ବୁଝିଥାନ୍ତି ନା ଧର୍ମକୁ ବୁଝିଥାନ୍ତି। ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ‘ଏଥିପାଇଁ ସକାଳୁ ସମୟରେ ଉଠିବା ଏବଂ ଭଗବାନଙ୍କ ନାମ ଜପ କରନ୍ତୁ ଏବଂ ଏହାର ଅଭ୍ୟାସ ଏକ ମାସ ପର୍ଯ୍ୟନ୍ତ କରନ୍ତୁ। ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହେବା ଉଚିତ। କାରଣ ଭଗବାନଙ୍କ ନାମଜପରେ ବହୁତ ଶକ୍ତି ରହିଥାଏ। ଏଥିପାଇଁ ଚରିତ୍ର ପବିତ୍ର ରଖନ୍ତୁ ଏବଂ ଦୈନିକ ନାମଜପ କଲେ, ପ୍ରତ୍ୟେକ୍ଷ କ୍ଷେତ୍ରର ଉନ୍ନତି ହେବ। ଯଦି ଚରିତ୍ର ପବିତ୍ର ନ ରୁହେ ଏବଂ ନାମଜପ ନ କରିପାରନ୍ତି, ତେବେ କିଛି କଲେ ମଧ୍ୟ ଉନ୍ନତି ହୋଇନଥାଏ।

Sponsored
waking-up-from-the-moment-of-breathing-in-the-morning-will-increase-your-life-expectancy | Argus News