Videos
|
Lifestyle

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସିଡି ତଳେ କଣ ରଖିବେ ?

Banajyotshna Ray
Browse all articles by Banajyotshna Ray
·1 year ago·1 min read
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସିଡି ତଳେ କଣ ରଖିବେ ?

ଘରଟିଏ ତିଆରି କଲା ବେଳେ ପ୍ରତ୍ୟେକ ଲୋକ ପ୍ରତିଟି ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ କରିଥାନ୍ତି। କାରଣ ଘରର ପ୍ରତ୍ୟେକ ଜିନିଷ ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ସ୍ଥାନରେ ନ ରହିଲେ, ଘର ଉପରେ ବିପଦ ମାଡି ଆସିଥାଏ। ଏପରକି ଘରର ସିଡି ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁସାରେ କରାଯାଇଥାଏ। ତେବେ ଆସନ୍ତୁ ଜାଣିବା ଘରର ସିଡି କେଉଁ ଦିଗରେ କରିଲେ ଶୁଭପ୍ରଦ ହୋଇଥାଏ।ଏହାସହ କେଉଁ ଦିଗରେ ସିଡି ରହିଲେ ଘର ଉପରେ ବିପଦ ମାଡ଼ି ଆସିଥାଏ ଓ ଘରେ ସବୁବେଳେ ଅଶାନ୍ତି ଲାଗି ରହିବା ସହ ଅଭାବ ଅନାଟନ ଲାଗି ରହିଥାଏ।

ଅଶୁଭ:


ଘର ସିଡି ନୈରୁତ କୋଣରେ ହେବା ଉଚିତ।
ସିଡି ତଳେ କିଚେନ ଘର ଓ ଠାକୁର ଘର ରଖନ୍ତୁନି ।
ଭୁଲରେ ସିଡି ତଳେ ପୂଜା ଘର ତିଆରି କରନ୍ତୁନି।
ଆଉ ଯଦି ଆପଣ ଷ୍ଟୋର ଘର ତିଆରି କରୁଛନ୍ତି ତେବେ ସଫା ରଖନ୍ତୁ।
ସିଡି ତଳେ ଜୋତା ଚପଲ ଥାକ ରଖନ୍ତୁନି।

ଶୁଭ:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଘରେ ତିଆରି ଚଉଡା ସିଡି ମଧ୍ୟ ଶୁଭ ହୋଇଥାଏ। ଦକ୍ଷିଣ ଦିଗ, ପୂର୍ବରୁ ପଶ୍ଚିମ ଦିଗ ଆଡକୁ ସିଡିରେ ଉତ୍ତମ ମନାଯାଏ।
ବାସ୍ତୁ ନିୟମ ଅନୁସାରେ ସିଡିର ସ୍ଥାନ ୧୬୦ ଡିଗ୍ରୀ ଦକ୍ଷିଣରୁ ୩୧୦ ଜିଗ୍ରୀ ଉତ୍ତର- ପଶ୍ଚିମରେ ହେବା ଉଚିତ୍। ଅର୍ଥାତ ଦକ୍ଷିଣ-ପଶ୍ଚିମ ନୈରୁତ୍ୟ କୋଣ, ଦକ୍ଷିଣ ବାହୁ ଅଗ୍ନି କୋଣକୁ ଛାଡି ପଶ୍ଚମ, ଉତ୍ତର-ପଶ୍ଚିମ ବାୟୁ କୋଣରେ ହେବା ଉଚିତ୍।
ଘରର ସିଡ଼ି ସଦା ସର୍ବଦା ଦକ୍ଷିଣାବର୍ତ୍ତି ହେବା ଉଚିତ୍।
ସିଡି ପାହାଚ ଅଧିକ ଉଚ୍ଚ ହେଲେ ଆଣ୍ଠୁ ସମସ୍ୟା ଆସିଥାଏ। କାରଣ ସହଜରେ ଆମ ପାଦରେ ଚାଲିଲା ବେଳେ ସାଢେ ତିନି ଇଞ୍ଚ ଉପରକୁ ଉଠିଥାଏ। ସିଡି ଚଢ଼ିଲାବେଳେ ସାଢେ ଚାରି ଇଞ୍ଚ ରହିଲେ ଶରୀର ଉପରେ କୌଣସି ପ୍ରଭାବ ପଡେ ନାହିଁ।
ସିଡିର ରଙ୍ଗ ହାଲୁକା ହଳଦିଆ ହେବା ଉଚିତ୍।
ସିଡିର ପାହାଚର ରଙ୍ଗ ଲାଲ ହେବା ଶୁଭ। କଳା ଅଶୁଭ ହୋଇ ଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:



What should be placed on the stairs of a house according to Vastu Shastra? | Argus News