୧୦୦ ବୃଦ୍ଧଙ୍କ ମଧ୍ୟରୁ ୨୮ ଆବଶ୍ୟକତା ଠାରୁ ଅଧିକ ଔଷଧ ସେବନ କରିଥାନ୍ତି...

ଆଜିକାଲି ଦେହ ଖରାପ ହେବା କ୍ଷଣି ସଙ୍ଗେ ସଙ୍ଗେ ମେଡିସିନ ଖାଇବା ସମସ୍ତଙ୍କର ବଡ ଅଭ୍ୟାସ। କେବଳ ସେତିକି ନୁହେଁ ଭାରତରେ ବୟସ୍କ ବ୍ୟକ୍ତି ଅଧିକ ଔଷଧ ସେବନ କରିଥାନ୍ତି । ରିସର୍ଚ୍ଚ ଅନୁଯାୟୀ ଭାରତର ପ୍ରତି ୧୦୦ ବୃଦ୍ଧଙ୍କ ମଧ୍ୟରୁ ୨୮ ଜଣ ଆବଶ୍ୟକତା ଠାରୁ ଅଧିକ ଔଷଧ ସେବନ କରିଥାନ୍ତି । ହେଲେ ଆପଣ ଜାଣନ୍ତି କି ଅଧିକ ମେଡିସିନ ଖାଇଲେ କଣ ହୁଏ ।
ତେବେ ବୟସ୍କମାନେ ସର୍ବାଧିକ ବ୍ୟବହାର କରୁଥିବା ଔଷଧ ମଧ୍ୟରେ ଜ୍ୱର ଏବଂ ଯନ୍ତ୍ରଣା ପାଇଁ ପାରାସିଟାମଲ୍ ଏବଂ ଶ୍ୱାସକ୍ରିୟା ସଂକ୍ରମଣ ପାଇଁ ଆଣ୍ଟିବାୟୋଟିକ୍ । ଅନୁସନ୍ଧାନକାରୀମାନେ ଆହୁରି ମଧ୍ୟ ଜାଣିବାକୁ ପାଇଥିଲେ ନମୁନା ନିଆଯାଇଥିବା ବୟସ୍କଙ୍କ ମଧ୍ୟରୁ ପ୍ରାୟ ୧୨୨(୨୦ ପ୍ରତିଶତ) ପାଖରେ ଗୋଟିଏ potential prescribing omissions(PPO) ରହିଥିବା ଦର୍ଶାଯାଇଛି ।
📱 Get Argus News App
✨ପିପିଓ ହେଉଛି ଏକ ଔଷଧ ଯାହା ପ୍ରେସକ୍ରିପସନରେ ଉଲ୍ଲେଖ ନଥିବ । କେତେକ ପିପିଓ ମଧ୍ୟରେ ମଧୁମେହ ରୋଗୀଙ୍କ ପାଇଁ ଆଣ୍ଟି- କ୍ଲଟିଂ ଥେରାପି ଏବଂ ଅନ୍ୟାନ୍ୟ ହୃଦରୋଗ ରିସ୍କ ଫ୍ୟାକ୍ଟର ଇତ୍ୟାଦି ସାମିଲ ରହିଛି । ତେଣୁ ଯେତେ କମ ମେଡିସିନ ଖାିବେ ତାହା ଆପଣଙ୍କ ସ୍ୱାସ୍ଥ୍ୟପକ୍ଷେ ହିତକର। ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଲେ ଯେ ସେମାନଙ୍କ ମଧ୍ୟରୁ ୧୭୩ ଜଣ(୨୮.୮ପ୍ରତିଶତ) ଅତି କମରେ ଗୋଟିଏ ସମ୍ଭାବ୍ୟ ଅନୁପଯୁକ୍ତ ଔଷଧ ସେବନ କରିଥାନ୍ତି ଯେଉଁଥିରେ କୌଣସି କ୍ଲିନିକାଲ୍ ଜଷ୍ଟିଫିକେସନ୍ ନାହିଁ ।