କ୍ୟାନସର ବିପଦ ଟାଳିବାକୁ ଖାଆନ୍ତୁ ଏହି ୩ ପରିବା

କ୍ୟାନସର ବା କର୍କଟ ଏକ ଏମିତି ରୋଗ, ଯାହାକୁ ନେଇ ସାରା ବିଶ୍ଵ ଚିନ୍ତାରେ । ୨୦୨୦ ମସିହାରେ କ୍ୟାନସରରେ ୧୦ ମିଲିୟନ୍ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କହୁଛି । ତେବେ ଶରୀରରେ କାହିଁକି ହୁଏ କ୍ୟାନସର । ଶରୀରରେ ଅନିୟନ୍ତ୍ରିତ ଭାବେ କୋଷ ଗୁଡ଼ିକ ବଢ଼ିଲେ ଟ୍ୟୁମର ସୃଷ୍ଟି ହୋଇଥାଏ । ଏହାଛଡ଼ା ଜୀବନଶୈଳୀ ସହ ଜଡ଼ିତ ଅନେକ ଅଭ୍ୟାସ ମଧ୍ୟ ଏହାର କାରଣ ।
ସୂଚନାଯୋଗ୍ୟ, ୨୦୦ରୁ ଅଧିକ ପ୍ରକାରର କ୍ୟାନସର ରହିଛି । ଯାହା ମଧ୍ୟରେ ବ୍ରେଷ୍ଟ କ୍ୟାନସର, ଲଙ୍ଗସ୍ କ୍ୟାନସର, ମଳାଶୟ କ୍ୟାନସର ଆଦିକୁ ଦୁନିଆରେ ସାଧାରଣ କର୍କଟ ରୋଗ ବୋଲି କୁହାଯାଏ । ତେବେ ପରିବେଶ, ଧୂମ୍ରପାନ, ମଦ୍ୟପାନ, ସଂକ୍ରମଣ ଓ ବଂଶଗତ କାରଣରୁ କ୍ୟାନସର ବିପଦ ବଢ଼ିଥାଏ । କିନ୍ତୁ ଆପଣ ଦୈନନ୍ଦିନ ଜୀବନର କିଛି ଅଭ୍ୟାସରେ ପରିବର୍ତ୍ତନ କରି ଖାଦ୍ୟରେ କିଛି ପରିବା ସାମିଲ୍ କଲେ ଏହି ବିପଦକୁ କିଛିଟା କମ୍ କରି ପାରିବେ ।
ଆମେରିକାର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡାକ୍ତର ସୌରଭ ସେଠୀ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ୩ଟି ପରିବା ଖାଦ୍ୟରେ ସାମିଲ୍ କରିବାକୁ ପରାମର୍ଶ ଦେଇଛନ୍ତି । ଯାହାକୁ ଖାଇଲେ, କ୍ୟାନସର ବିପଦ କମ୍ ହୋଇ ପାରିବ ।
📱 Get Argus News App
✨
ଡାକ୍ତରଙ୍କ ଅନୁସାରେ, ବ୍ରୋକଲି, ପତ୍ରକୋବି ଓ ଫୁଲକୋବି ହେଉଛି କ୍ୟାନସର ବିରୋଧୀ ପରିବା । ଏକ ଅଧ୍ୟୟନରୁ ଜଣାପଡ଼ିଛି, ଏହି ପରିବାରେ ସଲ୍ଫୋରାଫେନ୍ ନାମକ ଯୁଗ୍ମ ଶକ୍ତିଶାଳୀ ଆଣ୍ଟି-କ୍ୟାନସର ଗୁଣ ରହିଛି । ବିଶେଷ କରି ବ୍ରେଷ୍ଟ କ୍ୟାନସର ବିରୋଧରେ ବ୍ରୋକୋଲି ଲଢ଼ିଥାଏ ।
ବ୍ରୋକୋଲି ଆପଣ କଞ୍ଚା ବି ଖାଇ ପାରିବେ । ଏହା ଛଡ଼ା ବ୍ରୋକୋଲି, ପତ୍ର କୋବି ଓ ଫୁଲକୋବିକୁ ରାନ୍ଧିକରି ଖାଇ ହେବ । ଏହି ଖାଦ୍ୟକୁ ଆପଣ ଛୋଟ ଛୋଟ କରି ଖାଇବା ଦରକାର । ଛୋଟ ଛୋଟ ଖଣ୍ଡ ପାଚନ ପ୍ରକ୍ରିୟାକୁ ସହଜ କରିବା ସହ ଆପଣଙ୍କ ସହନଶୀଳତା ବଢ଼ାଇବାରେ ସହାୟକ ହେବ । ପରେ ମାତ୍ରା ବଢ଼ାଇ ପାରିବେ ।