Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖରା ଦିନରେ ନିଜ ଶରୀରକୁ ହାଇଡ୍ରେଟ୍ କେମିତି ରଖିଵେ ?

Lifestyle

ଖରା ଦିନରେ ନିଜ ଶରୀରକୁ ହାଇଡ୍ରେଟ୍ କେମିତି ରଖିଵେ ?

Rashmita Mishra
Browse all articles by Rashmita Mishra
·2 years ago·2 min read
ଖରା ଦିନରେ ନିଜ ଶରୀରକୁ ହାଇଡ୍ରେଟ୍ କେମିତି ରଖିଵେ ?

ଅର୍ଗସ ବ୍ୟୁରୋ:  ଖରା ଦିନରେ ଲୋକ ମାନଙ୍କର ଖାଇଵା ପିଇଵାର ଏପଟ ସେପଟ ଯୋଗୁଁ ପେଟ ଗରମ ହୋଇଥାଏ । ଖରା ଦିନରେ ସମସ୍ତଙ୍କୁ ସ୍ୱାସ୍ଥ୍ୟ ଚିନ୍ତା ପଡିଥାଏ।କାରଣ ଖରା ଦିନରେ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନ ନିଆଯାଏ ନାହିଁ ତେବେ ଖର ଗରମ ଓ ପାଗର ପରିଵର୍ତ୍ତନ ହେଵା ଦ୍ଵାରା ଦେହ ଅଧିକ ଖରାପ ହୋଇଥାଏ । କେବଳ ଏତିକି ନୁହେଁ ଖରା ଦିନରେ ଶରୀରରେ ଜଳ ଅଭାବ ସବୁଠାରୁ ଵଡ ସମସ୍ୟା ଅଟେ । ତେଣୁ ଖରା ଦିନରେ ନିଜ ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଜରୁରୀ ହୋଇଥାଏ 

ଆପଣ ମାନେ ଯଦି କିଛି ଭାରି ଖାଦ୍ୟ ଖାଇପାରୁନାହାନ୍ତି ତେଵେ ଏମିତି କିଛି ଫଳ ଅଛି ଯାହାକୁ  ଖରା ଦିନରେ ଖାଇବା ଦ୍ୱାରା ଆପଣ ନିଜକୁ ହାଇଡ୍ରେଟ୍ ରଖିପାରିବେ । ଏହି ଫଳଗୁଡିକ ଖାଇବା ଦ୍ୱାରା ଶରୀରରେ ଜଳୀୟଅଶଂ ଵଢିଵା ସହ ପେଟ ଗରମକୁ ଦୂର କରିଥାଏ । ଏହା ବ୍ୟତୀତ ଅନେକ ରୋଗକୁ ମଧ୍ୟ ରୋକାଯାଇପାରିବ ।ଯଦି ଆପଣ ଏହି  ୬ଟି ଫଳ ଏକ ସପ୍ତାହ ପାଇଁ ଖାଆନ୍ତି ତେବେ ଆପଣ ପେଟ ଗରମରୁ ମୁକ୍ତି ପାଇବେ ଓ ଆପଣଙ୍କ ଶରୀର ଥଣ୍ଡା ହୋଇଯିବ ଏବଂ ଆପଣ ରୋଗରୁ ମଧ୍ୟ ରକ୍ଷା ପାଇବେ ।

ତରଭୁଜ:- ଡାଏଟିସିଆନ୍ କହିଵା ଅନୁସାରେ ଖରା ଦିନରେ ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ପେଟ କୁ ଥଣ୍ଡା କରିଥାଏ ।ଏହା ଖାଇବା ଯେତେ ସ୍ୱାଦିଷ୍ଟ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ଅଟେ । ଏଥିରେ ପ୍ରଚୁର ପରିମାଣରେ  ଜଳ ଅଛି । ଏହା ବ୍ୟତୀତ ଏଥିରେ ଫାଇବର, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଉପାଦାନରେ ଭରପୂର ହୋଇ ରହିଛି ।  ଏହାକୁ ଖାଇବା ଦ୍ୱାରା ପେଟକୁ ଥଣ୍ଡା ଲାଗେ ।

ଲିଚି:- ଖରା ଦିନରେ ପେଟ ପାଇଁ ଲିଚି ବହୁତ ଲାଭଦାୟକ ଅଟେ ।  ଲିଚିରେ ଅଧିକ ପରିମାଣରେ ଜଳ ଥାଏ  ଏଥିରେ ଭିଟାମିନ୍ ସି, ଭିଟାମିନ୍ ବି, ପୋଟାସିୟମ୍ ଏବଂ ଅନେକ ଖଣିଜ ପଦାର୍ଥ ରହିଥାଏ ଯାହା ହଜମ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିଥାଏ ଏବଂ ଖରା ଦିନରେ ଶରୀରରେ ଜଳ ଅଭାବକୁ ମଧ୍ୟ ପୂରଣ କରିଥାଏ ।ଏହା ବ୍ୟତୀତ ଲିଚି ମଧ୍ୟ ରୋଗପ୍ରତିରୋଧକ ଶକ୍ତି ଵଢାଇଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଙ୍ଗୁର:- କୁହାଯାଏକି ଖରା ଦିନରେ ସୁସ୍ଥ ରହିବା ପାଇଁ ଅଙ୍ଗୁର ଖାଇବା ଆବଶ୍ୟକ । ଅଙ୍ଗୁର ଖାଇବା ଦ୍ୱାରା ରକ୍ତର  ପରିମାଣ ବୃଦ୍ଧି ପାଇଥାଏ । ଆସନ୍ତୁ ଆପଣଙ୍କୁ କହିବା ଯେ ଅଙ୍ଗୁରରେ କ୍ୟାଲସିୟମ୍, ପୋଟାସିୟମ୍, କ୍ଲୋରାଇଡ୍, ପୋଟାସିୟମ୍ ସଲଫେଟ୍, ମ୍ୟାଗ୍ନେସିୟମ୍, ଆଲୁମିନିୟମ୍ ଭଳି ଉପାଦାନ ମିଳିଥାଏ ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ବ୍ୟତୀତ ଅଙ୍ଗୁରରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଏବଂ ଜଳ ମଧ୍ୟ ରହିଥାଏ 

ଆମ୍ବ:- ଖରା ଦିନରେ ବଜାରରେ ଆମ୍ବ ବିକ୍ରି ଵଢିଥାଏ । ଲୋକମାନେ ଏହି ଫଳକୁ ଅନେକ ଉପାୟରେ ଖାଇଥାନ୍ତି । ଏହା ଯେତିକି ଲାଭଦାୟକ ସେତିକି ସ୍ୱାଦିଷ୍ଟ । ଆମ୍ବରେ ଫାଇବର, ଭିଟାମିନ୍ ଏ, ଭିଟାମିନ୍ ସି, ପୋଟାସିୟମ୍, କ୍ୟାଲସିୟମ୍, ଭଳି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଆମ୍ବ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର କମିଯାଏ । ଏହା ବ୍ୟତୀତ ଏହା ଆଖି ପାଇଁ ମଧ୍ୟ ଭଲ ଅଟେ 

ବେଲ:-ଖରା ଦିନରେ  ଗରମରୁ ଉତ୍ତାପରୁ ମୁକ୍ତି ପାଇବା ପାଇଁ ଆପଣ ବେଲ ଖାଇପାରିବେ କିମ୍ବା ଏହାକୁ ପଣା କରି ପିଇପାରିବେ ।ଏହି ଖରାରେ ଵେଲ ଖାଇବାର ବହୁତ ଲାଭ ଅଛି । ଏହାକୁ ଖାଇବା ଦ୍ୱାରା ଆପଣ ଅନେକ ପ୍ରକାରର ରୋଗରୁ ରକ୍ଷା ପାଇପାରିବେ । ପେଟ ସମ୍ବନ୍ଧୀୟ ସମସ୍ୟା କମାଇଵାରେ ସାହାର୍ଯ୍ୟ କରିବାରେ ଏହା ସହାୟକ ହୋଇଥାଏ । ଏହି ଫଳରେ ଫାଇବର, ଭିଟାମିନ୍ ଏବଂ ଅନ୍ୟ ସମସ୍ତ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀର ପାଇଁ ଜରୁରୀ ଅଟେ ।
 

Sponsored
6-amazing-beneficial-summer-fruits-for-stomach-litchi-watermelon-grapes-or-more-clean-sweep-heat-out-of-stomach | Argus News