Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତର ଲୋକମାନେ କେଉଁ ପ୍ରକାର ଖାଦ୍ୟରେ ଅଧିକ ଖର୍ଚ୍ଚ କରନ୍ତି

Lifestyle

ଭାରତର ଲୋକମାନେ କେଉଁ ପ୍ରକାର ଖାଦ୍ୟରେ ଅଧିକ ଖର୍ଚ୍ଚ କରନ୍ତି

Rashmita Mishra
Browse all articles by Rashmita Mishra
·2 years ago·1 min read
ଭାରତର ଲୋକମାନେ କେଉଁ ପ୍ରକାର ଖାଦ୍ୟରେ ଅଧିକ ଖର୍ଚ୍ଚ କରନ୍ତି

ଅର୍ଗସ ବ୍ୟୁରୋ:ଭାରତରେ କେତେକ ଲୋକ ସାଧା ଖାଇଵାକୁ ପସନ୍ଦ କରୁଥିଵା ଵେଳେ  ଅଧିକ ଲୋକ ଆମିଷ ଖାଇଵାକୁ ପସନ୍ଦ କରନ୍ତି । ଆମିଷ ଭିତରେ ମାଛ ଖାଇଵାକୁ  ଅନେକ ଲୋକ ଭଲପାଆନ୍ତି । ତେବେ ମାଛ ଖାଉଥିଵା ଲୋକଙ୍କ ସଂଖ୍ୟା କେତେ ଵୃଦ୍ଧି ପାଇଛି ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି ।ଏହି ରିପୋର୍ଟରେ ଭାରତୀୟଙ୍କ ଲୋକଙ୍କ ଖାଇବା ବିଷୟରେ ଵିଶେଷ  ଗୁରୁତ୍ୱ ଦିଆଯାଇଛି।

ଜୋମାଟୋ ଘୋଷଣା କରିଛି କି ସାଧା ଓ ଆମିଷ ଵିତରଣ କରିଵା ଵେଳେ ଅନେକ ପ୍ରକାରର ଅସୁଵିଧାର ସମ୍ମୁଖୀନ ହେଵାକୁ ପଡେ। ସେଥିପାଇଁ ସାଧା ଓ ଆମିଷର ଵିତରଣ ପାଇଁ ଡେଲିଭରି ପିଲାମାନଙ୍କ ପାଇଁ ଡ୍ରେସ ଏବଂ ବ୍ୟାଗ ଭିନ୍ନ ଭିନ୍ନ ରଙ୍ଗର କରାଯାଇଛି । ଭାରତର ଲୋକମାନେ କେଉଁ ପ୍ରକାରର ଖାଦ୍ୟରେ ଅଧିକ ଖର୍ଚ୍ଚ କରନ୍ତି ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ  । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ରିପୋର୍ଟରୁ ଜଣାପଡିଛି ଯେ ଭାରତରେ ୨୦୦୫-୨୦୦୬ ମସିହାରୁ  ୨୦୧୯-୨୦୨୧ ମାଛ ଖାଉଥିଵା ଲୋକଙ୍କ ସଂଖ୍ୟା ଵୃଦ୍ଧି ପାଇଛି  । 
ରିପୋର୍ଟ ଅନୁଯାୟୀ ମାଛ ଖାଉଥିବା ଲୋକଙ୍କ ସଂଖ୍ୟା ୨୩ କୋଟି ବୃଦ୍ଧି ପାଇଛି । ମାଛ ଖାଉଥିବା ଭାରତୀୟଙ୍କ ସଂଖ୍ୟା ୬୬% ରୁ ୭୨.୧% କୁ ବୃଦ୍ଧି ପାଇଛି। ଯାହା ପ୍ରାୟ ୬.୧ ପ୍ରତିଶତ ବୃଦ୍ଧି ପାଇଛି ।  ରିପୋର୍ଟ ଅନୁଯାୟୀ ଭାରତର ମୋଟ ଜନସଂଖ୍ୟା ୧୩୪ କୋଟି ଥିଵାରୁ ସେଥିମଧ୍ୟରୁ ୯୬.୬ କୋଟି ଲୋକ ମାଛ ଖାଉଛନ୍ତି। ଆଗରୁ ଲୋକ ସପ୍ତାହରେ ଅତି କମରେ ଥରେ ମାଛ ଖାଉଥିଲେ କିନ୍ତୁ ଏଵେ ପ୍ରତି଼ଦିନ ଖାଉଛନ୍ତି । 

ସେହି  ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତରେ ଘରରେ ଅନ୍ୟ ସାମଗ୍ରୀ ତୁଳନାରେ ଅଣ୍ଡା, ମାଛ ଏବଂ ମାଂସ ଉପରେ ଘରର ଅଧିକ ଖର୍ଚ୍ଚ ହୋଉଛି । ଗାଁ ଠାରୁ ସହରରେ ଅଧିକ ଖର୍ଚ୍ଚ ହୋଇଛି ଵୋଲି ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Fish Curry | Argus News