Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିବାହ ପରେ ସମସ୍ୟା ନ ଚାହୁଁଥିଲେ ନିଶ୍ଚୟ ପଚାରନ୍ତୁ ୭ ପ୍ରଶ୍ନ

Lifestyle

Relationship Tips / ବିବାହ ପରେ ସମସ୍ୟା ନ ଚାହୁଁଥିଲେ ନିଶ୍ଚୟ ପଚାରନ୍ତୁ ୭ ପ୍ରଶ୍ନ

Rashmita Mishra
Browse all articles by Rashmita Mishra
·2 hours ago·2 min read
ବିବାହ ପରେ ସମସ୍ୟା ନ ଚାହୁଁଥିଲେ ନିଶ୍ଚୟ ପଚାରନ୍ତୁ ୭ ପ୍ରଶ୍ନ
Relationship Tips

Key Points

ବିବାହ ପୂର୍ବରୁ ଏହି ୭ କଥା ଜରୁରୀ
ପାର୍ଟନରଙ୍କୁ ନିଶ୍ଚୟ ପଚାରନ୍ତୁ ୭ ପ୍ରଶ୍ନ
ସୁଖୀ ବିବାହିତ ଜୀବନ ପାଇଁ ୭ଟି ଜରୁରୀ ଟିପ୍ସ
ବିବାହ ପରେ ସମସ୍ୟା ନ ଚାହୁଁଥିଲେ ଆଗରୁ କଥା ହୁଅନ୍ତୁ

ବିବାହ ପୂର୍ବରୁ ୭ଟି ବିଷୟରେ ନିଜ ପାର୍ଟନରଙ୍କ ସହ ନିଶ୍ଚୟ କଥା ହୁଅନ୍ତୁ । ଯାହାଫଳରେ ବିବାହ ପରେ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କାରଣ ବିବାହ କେବଳ ଦୁଇ ବ୍ୟକ୍ତିଙ୍କ ମିଳନ ନୁହେଁ ବରଂ ଦୁଇ ମନର ମିଳନ ହୋଇଥାଏ । ରିଲେସନସିପ କିପରି ସହଜ ଏବଂ ସୁନ୍ଦର ଭାବେ ଚାଲିବ, ସେନେଇ ରିଲେସନସିପ ଥେରାପିସ୍ଟ କିମ୍ଵରଲି ମୋଫିଟ୍ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଏହି ୭ ଟିପ୍ସ ଲେଖାଯାଇଛି ।

୧- ପ୍ରଥମେ ଟଙ୍କା କିପରି ଖର୍ଚ୍ଚ ହେବ, ସବୁକିଛି ୫୦/୫୦ ହେବ ନା ଖର୍ଚ୍ଚ, ଆୟ ଅନୁସାରେ ହେବ ସେସବୁ ବିଷୟରେ ସ୍ଥିର କରନ୍ତୁ। ଦୁଇଜଣଙ୍କର ଜଏଣ୍ଟ ଆକାଉଣ୍ଟ ରହିବ ନା ଅଲଗା ଅଲଗା, ତାହା ବି କଥା ହୁଅନ୍ତୁ।

୨- ପରସ୍ପରଠାରୁ କିମ୍ବା ପରସ୍ପରର ପିତାମାତାଙ୍କଠାରୁ ଆପଣଙ୍କର କ'ଣ ଆଶା ଅଛି, ଏହା ବିଷୟରେ ଖୋଲାଖୋଲି କଥାବାର୍ତ୍ତା ହୁଅନ୍ତୁ ।

୩- ଆପଣଙ୍କ ରାଜନୈତିକ କିମ୍ବା ସାଂସ୍କୃତିକ ଦୃଷ୍ଟିକୋଣ ସମାନ କି ଭିନ୍ନ ? ଆପଣ ଆପଣଙ୍କର ପାର୍ଥକ୍ୟକୁ ବୁଝି ଏକାଠି ରହିପାରିବେ କି ? ଭବିଷ୍ୟତରେ, ଏହା ଆପଣଙ୍କ ପିଲାମାନଙ୍କର ଲାଳନପାଳନ, ସ୍ବାସ୍ଥ୍ୟ ଏବଂ ଶିକ୍ଷାକୁ ମଧ୍ୟ ପ୍ରଭାବିତ କରିପାରେ, ତେଣୁ ଏହି ବିଷୟରେ ମଧ୍ୟ ଆଲୋଚନା କରନ୍ତୁ ।

୪-ଆପଣଙ୍କର ପସନ୍ଦ ନାପସନ୍ଦ ବିଷୟରେ ମଧ୍ୟ ଆଲୋଚନା କରନ୍ତୁ। ଆପଣ କୁକୁର ବିଲେଇ ଜନ୍ତୁ ଆଦି ଘରେ ରଖିବାକୁ ପସନ୍ଦ କରନ୍ତି କି ନାହିଁ, ସହରରେ କି ଗାଁରେ ରହିବାକୁ ଚାହାନ୍ତି, ଗୋଟିଏ ବିଛଣାରେ ଶୋଇବାକୁ ପସନ୍ଦ କରିବେ କି ଅଲଗା । ଏସବୁ ବିଷୟରେ ଆଲୋଚନା କରିବା ଅତ୍ୟନ୍ତ ଜରୁରୀ ।

୫-ଆପଣଙ୍କର କଣ ଲକ୍ଷ ଅଛି, ଆପଣ ଜୀବନରେ କ'ଣ କରିବାକୁ ଚାହାଁନ୍ତି ଏହି ସମସ୍ତ ବିଷୟ ବିଷୟରେ ମଧ୍ୟ ପଚାରି ବୁଝନ୍ତୁ।

୬-ଆପଣ ପରିବାରରେ ସମସ୍ତଙ୍କ ସହିତ ରହିବାକୁ ପସନ୍ଦ କରନ୍ତି କି ନାହିଁ । ଆପଣଙ୍କର ସକାଳ ଉଠିବା ସମୟ କ’ଣ ? ଆପଣଙ୍କ ଶୋଇବା ସମୟ କ’ଣ ? ଆପଣଙ୍କ ଦିନ କିପରି କଟେ ? ଏହି ଛୋଟ ଛୋଟ ଜିନିଷ ବିଷୟରେ ଖୋଲାଖୋଲି କଥା ହେବା ନିହାତି ଜରୁରୀ ।

୭-ଏସବୁ ବ୍ୟତୀତ, ଯଦି କେହି ଅସୁସ୍ଥ ହୁଅନ୍ତି କିମ୍ବା କିଛି ଅଘଟଣ ଘଟେ ତେବେ ଆପଣ ସେ ସମୟରେ କିପରି ମ୍ୟାନେଜ କରିବେ ?
ଏହି ସବୁ ଛୋଟ ଛୋଟ କଥାବାର୍ତ୍ତା ଦ୍ବାରା ହିଁ ଏକ ଦୃଢ଼ ଏବଂ ସୁଖୀ ସମ୍ପର୍କର ମୂଳଦୁଆ ସ୍ଥାପନ ହୁଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored