|
logo
Live

Argus News - ସବୁବେଳେ ଏକୁଟିଆ ଏକୁଟିଆ ରହିଲେ ହୋଇପାରେ ବିପଦ

Lifestyle

ସବୁବେଳେ ଏକୁଟିଆ ଏକୁଟିଆ ରହିଲେ ହୋଇପାରେ ବିପଦ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ସବୁବେଳେ ଏକୁଟିଆ ଏକୁଟିଆ ରହିଲେ ହୋଇପାରେ ବିପଦ

Key Points

କାହା ସହ କଥା ହେବାକୁ ଭଲ ଲାଗୁନି

ଏକା ରହିବାକୁ ଇଚ୍ଛା ହେଉଛି

ଯଦି ହଁ , ତାହେଲେ ସାବଧାନ ...

ବିପଦ ମୁହାଁ ହେଉଛନ୍ତି ଆପଣ ହେଇପାରେ ମେମୋରୀ ଫେଲ୍‌

ନହେଲେ ଯାଇପାରେ ଜୀବନ ...

ବ୍ୟସ୍ତ ବହୁଳ ଜୀବନର ଧାଁ ଦଉଡ଼ ଭିତରେ ମାନସିକ ଅବସାଦ ଗୋଟିଏ ସାଧାରଣ କଥା ହୋଇଗଲାଣି। ଯାହାକୁ ଆଜିକାଲି ଆଉ କେହି ଗୁରୁତର ସହ ନେଉ ନାହାନ୍ତି। କାହା ସହ କିଛି ଗୋଟେ ଅଘଟଣ ହେଲେ, ସେ ଚିନ୍ତାରେ ଭାଙ୍ଗି ପଡ଼ୁଛନ୍ତି ନହେଲେ, କଥାକୁ ଚାପି ରଖି ଏକୁଟିଆ ରହିବାକୁ ପସନ୍ଦ କରନ୍ତି। ନିଜ ସହ ନିଜେ କଥା ହୁଅନ୍ତି। ଏଣୁତେଣୁ କଥା ଭାବିବା ଆରମ୍ଭ କରନ୍ତି। ଦିନେ କି ଦୁଇଦିନ ନୁହେଁ ଏମିତି ମାସମାସ ଗଡିଯାଏ। ସେ ମୁକୁଳି ପାରନ୍ତିନି ଏକଲା ପଣରୁ ...କାହା ସହ କଥା ହେବାକୁ ବି ପସନ୍ଦ କରନ୍ତି ନାହିଁ। ସବୁବେଳେ ଏକୁଟିଆ ରହିବାକୁ ଭଲ ପାଆନ୍ତି, ଟିକେଟିକେ କଥାରେ କୁହନ୍ତି ମତେ ଏକା ରହିବାକୁ ଛାଡିଦିଅ


ହେଲେ ଆପଣ ଜାଣନ୍ତିକି ଏଇ ଏକା ରହିବାର ଅଭ୍ୟାସ, ମଣିଷ ପାଇଁ କେତେବଡ ବିପଦ ଆଣିପାରେ। ଏକଲା ପଣ ପାଇଁ ଫେଲ୍‌ ହୋଇପାରେ ମେମୋରୀ ନହେଲେ ଯାଇପାରେ ଜୀବନ


ବରିଷ୍ଠ ଗବେଷକ ପ୍ରଫେସର ଡକ୍ଟର ଏଲିନା ପୋର୍ଟାକୋଲୋନଙ୍କ ଏକ ଅଧ୍ୟୟନରୁ ଜଣାପଡ଼େ, ସେ ୭୬ ଜଣ ସ୍ବାସ୍ଥ୍ୟ ସେବା ପ୍ରଦାନ କରୁଥିବା ଡାକ୍ତର ଓ ନର୍ସଙ୍କର ଏକ ସାକ୍ଷାତକାର ନେଇଥିଲେ। ଯେଉଁଥିରେ ଜଣା ପଡିଛି ସବୁବେଳେ ଏକା ରହୁଥିବା ଲୋକମାନଙ୍କର ସ୍ମରଣ ଶକ୍ତି ବହୁତ ଶୀଘ୍ର ନଷ୍ଟ ହୋଇଯାଉଛି। ସେମାନେ ସବୁ କଥା ଶୀଘ୍ର ଭୁଲି ଯାଉଛନ୍ତି। ଯାହାକୁ ଯେତେ ମନେ ପକାଇବାକୁ ଚେଷ୍ଟା କଲେ ବି ମନେ ପଡୁନି। ଏମିତି କି ଏହା ପୂର୍ବରୁ କେବେ ହସ୍ପିଟାଲ ଆସିଥିଲେ? ମେଡିସିନ୍ କେମିତି ଖାଇବାକୁ କୁହାଯାଇଥିଲା ? ନିଜ ଫୋନ ନମ୍ବର କେତେ ? ସେମାନେ କିଛି ମନେ ରଖି ପାରୁ ନାହାନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସିଡିସିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏକଲାପଣ କେବଳ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ, ବରଂ ଏହା ଅନେକ ବିପଦପୂର୍ଣ୍ଣ ରୋଗର କାରଣ ସାଜିପାରେ। ହୃଦରୋଗ, ଷ୍ଟ୍ରୋକ, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗର ନିକଟବର୍ତ୍ତୀ କରିପାରେ।


ଏକଲା ପଣକୁ ନେଇ ବ୍ରିଟେନରେ କରାଯାଇଥିବା ଏକ ଗବେଷଣାରୁ ଜଣା ପଡେ, ଏକଲା ପଣ ହେଉଛି ଏକ ଗୁରୁତର ବ୍ୟାଧି ଯାହା ପାଇଁ ମଣିଷର ମୃତ୍ୟୁ ହୋଇପାରେ। ଅକାଳ ମୃତ୍ୟୁ ଆଶଙ୍କା ୩୯ ପ୍ରତିଶତ ପର୍ଯ୍ୟନ୍ତ ବଢିପାରେ। ୪୦ ରୁ ୬୯ ବର୍ଷର ୫ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଏକଲା ପଣ ପ୍ରଭାବ ନେଇ ଅନୁଧ୍ୟାନ କରାଯାଇଥିବା ଗବେଷଣାରେ ଏହି ତଥ୍ୟ ସାମ୍ନାକୁ ଆସିଛି।


ଏକାକୀ ରହିବା କେବଳ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ ନାହିଁ, ବରଂ ଏହା ଅନେକ ବିପଦପୂର୍ଣ୍ଣ ରୋଗର କାରଣ ମଧ୍ୟ ହୋଇପାରେ। କୌଣସି ଏକ କଥାକୁ ସବୁବେଳେ ଚିନ୍ତାକରି ଏକଲା ରହିଲେ ହୃଦ ସ୍ପନ୍ଦନ ବୃଦ୍ଧି ହୋଇଥାଏ। ବ୍ଲଡ୍‌ ପ୍ରେସର ଓ ସୁଗାର ବୃଦ୍ଧି ହୋଇଥାଏ। ମସ୍ତିଷ୍କ ଏତେ ବିଚଳିତ ହୋଇଯାଏ, ମଣିଷକୁ ଦେଖିଲେ ନିଜକୁ ଭୟ ଲାଗେ। ଏମିତିକି ଜୀବନ ହାରିବା ଭଳି ଚରମ ନିଷ୍ପତ୍ତିକୁ ବାଛିନିଏ।

Sponsored
ସବୁବେଳେ ଏକୁଟିଆ ଏକୁଟିଆ ରହିଲେ ହୋଇପାରେ ବିପଦ | Argus News