Health Tips / ଫ୍ୟାଟି ଲିଭର କମାଇବ ଏହି ସବୁ ଖାଦ୍ୟ: ଜାଣନ୍ତୁ କ'ଣ...

Key Points
ଯକୃତ ବା ଲିଭର ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଲିଭରର ଖରାପ ହେବା ଦ୍ଵାରା ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛଥାଏ I ଲିଭରର କ୍ଷତି ପଛରେ ଆପଣଙ୍କର ଜୀବନଶୈଳୀ ଏବଂ ଖାଦ୍ୟପାନୀୟ ନିର୍ଭରକରେ I ଲିଭରରେ ଅଧିକ ଚର୍ବି ଜମା ହେବା କାରଣରୁ ଫ୍ୟାଟି ଲିଭରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫ୍ୟାଟି ଲିଭର ହେତୁ ଆମର ଯକୃତ କାର୍ଯ୍ୟ କରିବା ପାଇଁ ଅସମର୍ଥ ହେଇଯାଏ।
କୁହାଯାଏ କି ଫ୍ୟାଟି ଲିଭର ୨ ପ୍ରକାରର। ପ୍ରଥମଟି ହେଉଛି ମଦ୍ୟପାନ ଫ୍ୟାଟି ଲିଭର ଯାହା ଅତ୍ୟଧିକ ମଦ୍ୟପାନ କରିବା ଦ୍ଵାରା ହୋଇଥାଏ । ଦ୍ଵିତୀୟଟି ହେଉଛି ଅଣ-ମଦ୍ୟପାନ ଜନିତ ଫ୍ୟାଟି ଲିଭର, ଯାହା ଖାଦ୍ୟ ଖାଇବାରେ ଯୋଗୁ ହୋଇଥାଏ।
ଅସ୍ଵାସ୍ଥ୍ୟକର ଜିନିଷ ଖାଇବା ହେତୁ ଫ୍ୟାଟି ଲିଭର ସମସ୍ୟାର ଦିନକୁ ଦିନ ବଢ଼ି ଚାଲିଛି । ଅସ୍ଵାସ୍ଥ୍ୟକର ଜୀବନଶୈଳୀ ପାଇଁ ମଧ୍ୟ ମୋଟାପଣ ବଢ଼ିଚାଲିଛି । ଫ୍ୟାଟି ଲିଭର ସମସ୍ୟାରୁ ମୁକ୍ତି ପାଇବା ପାଇଁ ସୁସ୍ଥ ଡାଏଟ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯକୃତ ଆମ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଯାହାକି ଆମ ରକ୍ତରେ ରାସାୟନିକ ପଦାର୍ଥର ପରିମାଣକୁ ସନ୍ତୁଳିତ କରିଥାଏ । ଯକୃତ ପିତ୍ତ ରସ ଉତ୍ପାଦନ କରେ, ଯାହା ଯକୃତରେ ଥିବା ଖରାପ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଆମ ଶରୀର ପାଇଁ ପ୍ରୋଟିନ୍ ତିଆରି କରେ, ଆଇରନ୍ ଗଚ୍ଛିତ ରଖିବା ଏବଂ ପୋଷକ ତତ୍ତ୍ବକୁ ଶକ୍ତିରେ ପରିଣତ କରିବା ପାଇଁ କାମ କରେ ।
ଫ୍ୟାଟି ଲିଭରର ସମସ୍ୟାର ମୁକାବିଲା କରିବା ପାଇଁ, କମ୍ ଚର୍ବି ଏବଂ ଅଧିକ ଫାଇବର ଏବଂ ପ୍ରୋଟିନ୍ ଥିବା ଜିନିଷ ଖାଇବା ଆବଶ୍ୟକ । ମଦ୍ୟପାନ ଅତ୍ୟଧିକ କରିବା ଦ୍ବାରା ଫ୍ୟାଟି ଲିଭରର ସମସ୍ୟା ହେଇଥାଏ I ତେବେ ଆସନ୍ତୁ ଜାଣିବା ଏପରି କିଛି ଜିନିଷ, ଯାହା ଖାଇବା ଦ୍ବାରା ଫ୍ୟାଟି ଲିଭର ସମସ୍ୟାରୁ ମୁକ୍ତି ମିଳିବ।
ଓଟ୍ସ- ଓଟ୍ସରେ ଡାଏଟାରୀ ଫାଇବର ମିଳିଥାଏ । ଏହାକୁ ଖାଇବା ଦ୍ବାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣଙ୍କ ପେଟ ପୂରା ରହେ । ଏଥିରେ ବହୁତ କମ୍ ପରିମାଣର ଫ୍ୟାଟ୍ ଏବଂ ଅଧିକ ଫାଇବର ଥାଏ I ଏହା ଓଜନ ହ୍ରାସ କରିବା ସହ ମୋଟାପଣ କମାଇଥାଏ।
ଆଭୋକାଡୋ- ଆଭୋକାଡୋରେ Unsaturated fats ମଳିଥାଏ ତା'ସହ ଏଥିରୁ ଓମେଗା ୩ ଫ୍ୟାଟି ଏସଡ୍ ମଧ୍ୟ ମଳିଥାଏ । ଏହାକୁ ଖାଇବା ଦ୍ଵାରା ଫ୍ୟାଟି ଲିଭର ଭଲ ହୋଇଥାଏ।
ଟୋଫୁ- ଟୋଫୁ ସୋୟାରୁ ତିଆରି ହୁଏ, ତେଣୁ ଏହା ଯକୃତ ପାଇଁ ଭଲ । ଏହା ଯକୃତରେ ଫ୍ୟାଟ୍ କମେଇବାରେ ସାହାଯ୍ୟ କରେ । ଟୋଫୁ ପ୍ରୋଟିନ୍ ପାଇଁ ଏକ ଉତ୍ତମ ବିକଳ୍ପ ଏବଂ ଏହା ଯକୃତ ପାଇଁ ବହୁତ ଭଲ।
ଫଳ- ଫଳ ମଧ୍ୟ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । କମଳା ଏବଂ ଅଙ୍ଗୁର ପରି ସାଇଟ୍ରସ୍ ଫଳ ଯକୃତ ପାଇଁ ଭଲ । କମଳାରେ ଥିବା ଭିଟାମିନ୍ ସି ଯକୃତରେ ଫ୍ୟାଟ୍ ଜମା ହେବାକୁ ଦିଏନାହିଁ । ଅଙ୍ଗୁରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଯକୃତକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...
📱 Get Argus News App
✨Related Topics
Explore more stories