Videos
|
Lifestyle

ଅଜବ ପ୍ରକାର ଓରିଓ ଆମଲେଟ ରେସିପି, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଅଜବ ପ୍ରକାର ଓରିଓ ଆମଲେଟ ରେସିପି, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଓରିଓ ବିସ୍କୁଟ । ଆମ ସମସ୍ତଙ୍କ ପିଲାବେଳର ଅତି ପ୍ରିୟର ବିସ୍କୁଟ । ହେଲେ କେବେ ଏମିତି ଭାବିଛନ୍ତି, ଓରିଓ ବିସ୍କୁଟକୁ ଆମଲେଟ କରାଯାଇ ପାରିବ । ଶୁଣିଲା ପରେ ଟିକେ ଅଜବ ଲାଗୁଥିବ, କିନ୍ତୁ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଅନେକ ପ୍ରକାର ଅଜବ ଗଜବ ଭିଡିଓ ଦେଖିବାକୁ ମିଳିଥାଏ । କେଉଁଠି ଆଇସ୍କ୍ରିମ ବିରିୟାନୀର ଭିଡିଓ ତ କେଉଁଠି ଚକୋଲେଟ ନୁଡଲ୍ସ । ରାସ୍ତାକଡର ଫାଷ୍ଟଫୁଡ ଦୋକାନୀମାନେ ଚର୍ଚ୍ଚାକୁ ଆସିବା ପାଇଁ ଏମିତି ବିଭିନ୍ନ ପ୍ରକାର ଖାଦ୍ୟକୁ ନେଇ ଏକ ନୂଆ ଏକ୍ସପରିମେଣ୍ଟ କରିଥାନ୍ତି ।


ଏବେ କଲିକତାର ସେମିତି ଏକ ଫାଷ୍ଟଫୁଡ ଦୋକାନରେ ଓରିଓ ଆମଲେଟର ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଶିବମ ଶର୍ମା ନାମକ ଏକ ଫୁଡ ବ୍ଲଗର ଏହି ଭିଡିଓ ସୁଟ କରିଛନ୍ତି । ସେହି ଫାଷ୍ଟଫୁଡ ଦୋକାନୀ ଜଣକ ଏକ ପ୍ୟାନରେ ପ୍ରଥମେ ତେଲ ଗରମ କରି ଅଣ୍ଡା ପକାଇଥିଲେ । ପ୍ରଥମେ ଲାଗୁଥିଲା ସାଧାରଣ ଆମଲେଟ ତିଆରି କରାଯାଉଛି । ହେଲେ ପରେ ସେ ଏକ ଓରିଓ ବିସ୍କୁଟ କାଢି ଓରିଓ ସବୁ ସେହି ଆମଲେଟ ଉପରେ ପକାଇଥିଲେ । ପରେ ଏହାକୁ ପ୍ଲେଟରେ କାଢି ଟମାଟୋ ସସ୍ ସହ ଖାଇବାକୁ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭିଡିଓ ଭାଇରାଲ ହେବାପରେ ଅନେକ ୟୁଜର୍ସ ମାନେ ଅନେକ ପ୍ରକାର କମେଣ୍ଟ ଏହି ଭିଡିଓରେ ଦେଇଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, "ଜଷ୍ଟିସ ଫର ଓରିଓ", ସେହିପରି ଆଉଜଣେ ଲେଖିଛନ୍ତି, ଭାଇ ଏଥିପାଇଁ ଜେଲରେ କିଛି ସମୟ ରହିବା ଦରକାର ।" ଆଉଜଣେ ୟୁଜର୍ସ ଥଟ୍ଟା କରି ଲେଖିଛନ୍ତି, "ଏବେ ଅପେକ୍ଷା କେଉଁଦିନ ମ୍ୟାଗି ଟୁଥପେଷ୍ଟ ସହ ତିଆରି କରାଯିବ" । ତେବେ ଅନେକ ୟୁଜର୍ସ ଏହି ରେସିପିକୁ ନାପସନ୍ଦ କରିଥିବା କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି ।


Strange Oreo Omelet Recipe, Video Goes Viral on Social Media | Argus News