Health Benefits of Amla / ସୁପର ଫୁଡ୍ ଅଁଳା, ଖାଇଲେ ଦୂର ହେବ...
·5 months ago·2 min read

Key Points
କାହିଁକି ଓ କେବେଠୁ ହେଉଛି ଅଁଳା ଗଛ ପୂଜା
ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ଅନେକ ଔଷଧୀୟ ଗୁଣ ରହିଛି
ଅଁଳାରେ ବହୁତ ମାତ୍ରାରେ ଆଇରନ ଓ ଭିଟାମିନ୍ - ସି ଭରପୁର ରହିଛି

ହିନ୍ଦୁ ପରମ୍ପରା ଅନୁସାରେ ଯେଉଁ ବୃକ୍ଷର ଔଷଧୀୟ ଗୁଣ ରହିଛି ସେହି ସବୁ ବୃକ୍ଷକୁ ପୂଜା କରିବାର ବିଧି ରହିଛି । ଅଁଳା ନବମୀ ଏହିଭଳି ଏକ ପରମ୍ପରାର ଅଂଶ । ଚିକିତ୍ସା ବିଜ୍ଞାନ ଅନୁସାରେ ଅଁଳାର ଅନେକ ଔଷଧୀୟ ଗୁଣ ରହିଛି । ଅଁଳାରେ ବହୁତ ମାତ୍ରାରେ ଆଇରନ ଓ ଭିଟାମିନ୍ - ସି ଭରପୁର ରହିଛି । ପ୍ରତିଦିନ ଅଁଳା ରସ ପିଇଲେ ପାଚକ ଶକ୍ତି ବଢିଥାଏ । ତ୍ୱଚାରେ ଚମକ ଆସେ । ଏହାସହ କେଶ ଉପୁଡିବା କମିଥାଏ । ଅଁଳା ଜଳରେ ସ୍ନାନ କଲେ ଗରିବୀ ଦୂର ହୁଏ ବୋଲି ମଧ୍ୟ କୁହାଯାଏ ।
ଅଁଳା ନବମୀ ଦିନ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରେ ଅଁଳା ଗଛକୁ ପୂଜା କରୁଥିବାର ଦେଖିବାକୁ ମିଳେ । ଅଁଳା ଗଛରେ ନାଲି ଶଙ୍ଖା, ନାଲି କପଡା, ସିନ୍ଦୂର ଚନ୍ଦନ ଧୂପ ଦୀପ ଦେଇ ପୂଜା କରନ୍ତି ମା' ମାନେ ।
ହିନ୍ଦୁ ଧର୍ମ ଶାସ୍ତ୍ରରେ ଆଉ ଏକ ବିଶ୍ୱାସ ରହିଛି ଯେ ଯେଉଁଠାରେ ଅଁଳା ଗଛ ଥାଏ ସେଠାରେ ଭଗବାନ ବିଷ୍ଣୁ ବାସ କରନ୍ତି । ଥରେ ମା’ ଲକ୍ଷ୍ମୀ ପୃଥିବୀଲୋକକୁ ଭ୍ରମଣ କରିବାକୁ ଆସିଥିଲେ । ପୃଥିବୀକୁ ଆସିବା ପରେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କ ପୂଜା ଏକାସଙ୍ଗେ କରିବାକୁ ତାଙ୍କୁ ଇଚ୍ଛା ହେଲା । ସେତେବେଳେ ସେ ମନେପକାଇଲେ ଯେ ତୁଳସୀ ନାରାୟଣଙ୍କ ପ୍ରିୟ କିନ୍ତୁ ଶିବଙ୍କର ନୁହେଁ । ଶିବଙ୍କ ପୂଜାରେ ତୁଳସୀ ଲାଗେନି । କିନ୍ତୁ ଶିବଙ୍କ ସ୍ୱରୂପ ବେଲର ଗୁଣ ଅଁଳା ବୃକ୍ଷରେ ରହିଛି । ସେଥିପାଇଁ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଅଂଶ ରହିଛି । ସେତେବେଳେ ମା’ ଲକ୍ଷ୍ମୀ ଅଁଳାକୁ ହିଁ ଶିବ ଓ ବିଷ୍ଣୁଙ୍କ ସ୍ୱରୂପ ଭାବି ପୂଜା କଲେ । ମା’ଙ୍କ ପୂଜା ପରେ ଭଗବାନ ଶିବ ଓ ଭଗବାନ ବିଷ୍ଣୁ ପ୍ରକଟ ହେଲେ । ଏହାପରେ ମା’ଲକ୍ଷ୍ମୀ ଅଁଳା ଗଛ ମୂଳରେ ଭୋଜନ ପ୍ରସ୍ତୁତ କଲେ ଓ ଶିବ ଓ ବିଷ୍ଣୁଙ୍କୁ ଭୋଜନ କରାଇଲେ । ସେହିଦିନ ଠାରୁ କାର୍ତ୍ତିକ ମାସ ଶୁକ୍ଳ ପକ୍ଷରେ ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ ଏବଂ ଅଁଳା ଗଛ ମୂଳରେ ରୋଷେଇ ମଧ୍ୟ ହୋଇଥାଏ । ସେହିଦିନ ଠାରୁ ଏହି ପ୍ରଥା ଚାଲିଆସିଛି । ସେଥିପାଇଁ ଅଁଳା ନବମୀ ଦିନ ମା' ଲକ୍ଷ୍ମୀଙ୍କୁ ମଧ୍ୟ ପୂଜା କରାଯାଏ ।
ଅଁଳା ଗଛର ପୂଜା ବିଧି କ'ଣ ?
ଅଁଳା ନବମୀ ଦିନ ସର୍ବ ପ୍ରଥମେ ଭୋରରୁ ଉଠି ସ୍ନାନ ଆଦି କରାଯାଏ । କୌଣସି ପବିତ୍ର ନଦୀରେ ଗାଧୋଇଲେ ଆହୁରି ଶୁଭ ହୋଇଥାଏ । ଏହାପରେ ଅଁଳା ଗଛ ମୂଳରେ କଞ୍ଚା କ୍ଷୀର, ଅକ୍ଷତ, ଧୂପ-ପୁଷ୍ପ ଆଦି ଅର୍ପଣ କରାଯାଏ । ଏହାପରେ ନାଲି ସୁତା ଧରି ୮ ଥର ଅଁଳା ଗଛର ପରିକ୍ରମା କରିବେ ଏବଂ ଏହି ସୁତାକୁ ଗଛରେ ଗୁଡ଼େଇବେ । କେହି କେହି ୧୦୮ ଥର ମଧ୍ୟ ପରିକ୍ରମା କରିଥାନ୍ତି । ପରିକ୍ରମା ପରେ ଦୀପ ଜାଳି ଅଁଳା ନବମୀ କଥା ଶୁଣିବା ଉଚିତ । ଏହାପରେ ଗଛ ତଳେ ପୂଜାର୍ଚ୍ଚନା ସାରି ସନ୍ତାନଙ୍କ ମଙ୍ଗଳ କାମନା କରି ଭୋଜନ କରନ୍ତି ।
ଅଁଳା ନବମୀର ସବୁଠୁ ଗୁରୁତ୍ତ୍ୱପୂର୍ଣ କଥା ହେଲା, ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କରାଯାଇଥାଏ, ସେଥିପାଇଁ ଏହି ଦିନ ଅଁଳା ସେବନ କରିବା ଉଚିତ ନୁହେଁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories