ସକାଳ ଜଳଖିଆରେ ଏହି ଜିନିଷ ଖାଆନ୍ତୁ ନାହିଁ, ନଚେତ୍...

ସକାଳ ଜଳଖିଆକୁ ସାଧାରଣତଃ ଦିନର ଶ୍ରେଷ୍ଠ ଭୋଜନ ଭାବେ ପରିଗଣନା କରାଯାଏ। ଏହା ରାତିସାରା ଅବଶ ହୋଇପଡିଥିବା ଶରୀରକୁ ଶକ୍ତି ଓ ସତେଜତା ଯୋଗାଇବା ସହ ସୁସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ପୋଷକର ଚାହିଦା ମେଣ୍ଟାଇଥାଏ। ଏହାସହ ସକାଳ ଜଳଖିଆ ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ଜରୁରୀ। ଏହା ଶରୀରକୁ ଆବଶ୍ୟକ ମାତ୍ରାରେ ଶକ୍ତି ପ୍ରଦାନ କରେ । ଆପଣ ଜାଣନ୍ତି କି ସକାଳ ଜଳଖିଆରେ କଣ ଖାଇବା ସ୍ୱାସ୍ଥ୍ୟ ଉପଯୋଗୀ ହୋଇଥାଏ।
ପ୍ରତିଦିନ କେତେବେଳେ ବ୍ରେକ୍ଫାଷ୍ଟ କରିବେ ତାହା ନିର୍ଦ୍ଧାରଣ କରନ୍ତୁ। ସବୁବେଳେ ଯେମିତି ସେହି ସମୟରେ ହିଁ ବ୍ରେକ୍ଫାଷ୍ଟ କରିବେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ। ବ୍ରେକ୍ଫାଷ୍ଟ ଖାଦ୍ୟ ତାଲିକାରେ ସବୁବେଳେ ହାଲ୍କା ଖାଦ୍ୟ ସାମିଲ କରନ୍ତୁ। କାରଣ ଏପରି ଖାଦ୍ୟ ସହଜରେ ହଜମ ହୋଇଥାଏ। ପ୍ରତିଦିନ ବ୍ରେକ୍ଫାଷ୍ଟରେ ତଟକା ଫଳମୂଳରୁ ପ୍ରସ୍ତୁତ ଜୁସ୍ ପିଅନ୍ତୁ। ସବୁବେଳେ ମନେ ରଖନ୍ତୁ ଯେ, ବ୍ରେକ୍ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ, ତେଣୁ ଏଥିରେ ଏପରି ଖାଦ୍ୟ ସାମିଲ କରନ୍ତୁ , ଯାହା ମନକୁ ଖୁସି ରଖିବା ସହ ମାନସିକତାକୁ ସକାରାତ୍ମକ ରଖିବାରେ ସାହାଯ୍ୟ କରିବ।
ବ୍ରେକ୍ଫାଷ୍ଟ ବା ସକାଳ ଜଳଖିଆରେ ଅନେକ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହା ଆମ ଶରୀର ପାଇଁ ବେଶ୍ ଉପକାରୀ। ସକାଳେ ଏପରି ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ, ଯେପରି ଦିନତମାମ ଆପଣଙ୍କୁ ଭାରାକ୍ରାନ୍ତ ଲାଗିବ। ଆଉ ଗୋଟିଏ କଥା ମନେ ରଖିବା ନିହାତି ଦରକାର। ସକାଳୁ କଦାପି ତେଲଜାତୀୟ ଏବଂ ଛଣାଛଣି ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ପ୍ରତିଦିନ ବ୍ରେକ୍ଫାଷ୍ଟରେ ତଟକା ଫଳମୂଳ ଖାଆନ୍ତୁ। ବ୍ରେକ୍ଫାଷ୍ଟରେ ତଟକା ଫଳମୂଳ ବ୍ୟତୀତ ବ୍ରେଡ, ବିସ୍କୁଟ ବି ଖାଇପାରିବେ। ଏହି ତାଲିକାରେ ସାଲାଡ୍ ସାମିଲ କରନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: