Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ନିଜକୁ ସୁସ୍ଥ ରଖିବା ପାଇଁ ଏକ ଉପଯୁକ୍ତ ଖାଦ୍ୟ ଖାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

Rashmita Mishra
Browse all articles by Rashmita Mishra
·2 years ago·2 min read
ନିଜକୁ ସୁସ୍ଥ ରଖିବା ପାଇଁ ଏକ ଉପଯୁକ୍ତ ଖାଦ୍ୟ ଖାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

ଅର୍ଗସ ବ୍ୟୁରୋ: କୁହାଯାଏ କି ଭଲ ଖାଇବା ବନେଇବା ପାଇଁ ରୋଷେଇ ଘର ଓ ରୋଷେଇ କରୁଥିବା ଲୋକର ବିଚାର ଭଲ ହେବା ଆବଶ୍ୟକ । ଟିକେ ଅସାବଧାନତା ଯୋଗୁ ଅନେକ କ୍ଷତି ହୋଇଥାଏ । ନିଜକୁ ସୁସ୍ଥ ରଖିବା ପାଇଁ ଏକ ଉପଯୁକ୍ତ ଖାଦ୍ୟ ଖାଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଟିକିଏ ଅସାବଧାନତା ମଧ୍ୟ ଆପଣଙ୍କୁ ଗୁରୁତର ଅସୁସ୍ଥ କରିପାରେ । ରୋଷେଇ ପାଇଁ ଗ୍ରହଣ କରାଯାଇଥିବା ଭୁଲ ପଦ୍ଧତି ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଇପାରେ ।ବର୍ତ୍ତମାନ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ  ଏ ସମ୍ପର୍କରେ ଏକ ଗାଇଡଲାଇନ ଜାରି କରିଛି।ସୁସ୍ଥ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ସଠିକ୍ ରାନ୍ଧିବା  ଅତ୍ୟନ୍ତ ଜରୁରୀ । ରୋଷେଇରେ ସାମାନ୍ୟ ଅସାବଧାନତା ମଧ୍ୟ ଖାଦ୍ୟରେ ଥିବା ପୁଷ୍ଟିକୁ ନଷ୍ଟ କରିପାରେ । 

ଖାଦ୍ୟର ପୁଷ୍ଟିକର ଗୁଣ ବଢାଇବା ପାଇଁ ରାନ୍ଧିବା ପ୍ରଣାଳୀ ଉପରେ ର୍ନିଭର କରେ ।ଏଠାରେ ଭିଜାଇବା ଏବଂ ମାରିନେଟ୍ କରିବା ଉପରେ ଅଧିକ ଗୁରୁତ୍ୱ ଦେଇଛି ।ଏହା ଶସ୍ୟରେ ଥିବା ଫାଇଟିକ୍ ଏସିଡ୍ କୁ ହ୍ରାସ କରିଥାଏ ଏହି ଏସିଡ୍ ଶରୀରକୁ ଖଣିଜ ପଦାର୍ଥ ଗ୍ରହଣ କରିବାରେ ରୋକିଥାଏ । ଏଥି ସହିତ, ପନିପରିବା ଖାଇବା ଦ୍ଵାରା ସେମାନଙ୍କର ମାଇକ୍ରୋବାୟଲ୍ ଭାର କମିଯାଏ ଏବଂ କୀଟନାଶକ ଦୂର ହୁଏ । ଆହୁରି ମଧ୍ୟ ପନିପରିବା ରଙ୍ଗ,ଏବଂ ପୋଷକ ତତ୍ତ୍ୱରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ପ୍ରକ୍ରିୟାରେ ପନିପରିବା ଗୁଡିକୁ ଅଳ୍ପ ସମୟ ପାଇଁ ଉଷୁମ ପାଣି କିମ୍ବା ସିଝାଇବା ପରେ ସଂପୂର୍ଣ୍ଣ ଥଣ୍ଡା ପାଣିରେ ଥଣ୍ଡା କରିବା । ଏହି ପ୍ରକ୍ରିୟା ସେହି ଏନଜାଇମ୍ ଗୁଡିକୁ ଦୂର କରିବା ପାଇଁ ବ୍ୟବହୃତ ହୁଏ ଯାହା ପନିପରିବାରୁ ପୁଷ୍ଟିକର ଉପାଦାନକୁ ବଜାଇ ରଖିଥାଏ। 

ସିଝାଇବା :-ଏହି ପଦ୍ଧତି ଖାଦ୍ୟରେ ଥିବା ଜଳରେ ଭିଟାମିନ୍ ଏବଂ ଖଣିଜ ପଦାର୍ଥକୁ ସଂରକ୍ଷଣ କରିଥାଏ । ଏହା ବ୍ୟତୀତ ରୋଷେଇପ୍ରସ୍ତୁତ କରିବାକୁ ମଧ୍ୟ କମ୍ ସମୟ ଲାଗେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରେସର ରନ୍ଧା:-ବାଷ୍ପ ଚାପରେ ଶୀଘ୍ର ଖାଦ୍ୟ ରାନ୍ଧିବା ପାଇଁ ପ୍ରେସର କୁକର ବ୍ୟବହାର ହୋଇଥାଏ। ଏହି ରୋଷେଇରେ ଖାଦ୍ୟ ପ୍ରସ୍ତୁତ କରିବା ଖାଦ୍ୟରେ ଭିଟାମିନ୍ ଏବଂ ମିନିରାଲସ ଭରି ରହିଥାଏ ।

 ଫ୍ରାଏ ତରକାରୀ :-ଏହି ପଦ୍ଧତି ଖାଦ୍ୟରେ ଚର୍ବି ବଢାଇପାରେ ଯାହା ହୃଦରୋଗର କାରଣ ହୋଇପାରେ । ତଥାପି ଏହି ପଦ୍ଧତିଗୁଡ଼ିକ ଖାଦ୍ୟର ସ୍ୱାଦ ବଢାଇବାରେ ସାହାଯ୍ୟ କରିଥାଏ। 


 

Sponsored
about-appropriate-cooking-methods | Argus News