ବାସ୍ତୁଶାସ୍ତ୍ର ଅନୁସାରେ ଓ୍ୱିଣ୍ଡ ଚାଇମ୍ ଲଗାଇଲେ...

ଓ୍ୱିଣ୍ଡ ଚାଇମ୍ ? ଏ ନାଁ ତ ନିଶ୍ଚୟ ଶୁଣିଥିବେ। ଆଉ ଘରେ ଘରେ ସମସ୍ତଙ୍କର ପ୍ରାୟ ଥିବ। କିନ୍ତୁ ଗାଁମାନଙ୍କରେ ଏହାର ବ୍ୟବହାର ଖୁବ କମ୍ ଥାଏ। କେହି କେହି ବି ଜାଣିନଥାନ୍ତି ଏହାର ନାଁ କଣ ? ଏହାକୁ ଘରେ ଲଗାଇବା ଦ୍ୱାରା କଣ ସବୁ ଲାଭ ମିଳିଥାଏ। ଓ୍ବିଣ୍ଡ ଚାଇମ୍ କେବଳ ଘରର ଶୋଭା ବଢାଏ ନାହିଁ ଏହା ଅନେକ ବାସ୍ତୁଦୋଷକୁ ବି ଠିକ୍ କରିଥାଏ ବୋଲି ବିଶ୍ୱାସ ରହିଛି। ସୁଖସମୃଦ୍ଧିର ପ୍ରତୀକ ଭାବେ ଗୋଲ୍ଡେନ୍ କଲର୍ର ଓ୍ବିଣ୍ଡ ଚାଇମ୍କୁ ଘରର ପ୍ରବେଶ ଦ୍ୱାର ହେଉ ଅଥବା ଠାକୁର ଘରେ ମଧ୍ୟ ଟାଙ୍ଗି ପାରିବେ। ବାଉଁଶରେ ତିଆରି ଓ୍ବିଣ୍ଡ ଚାଇମ୍ ବି ଘରକୁ ନିଆରା ଆକର୍ଷଣ ଦେଇଥାଏ।
ତା’ସହିତ ଏହା ଘରେ ସକାରାତ୍ମକ ଊର୍ଜ୍ଜାକୁ ବୃଦ୍ଧି କରିବାରେ ବି ବିଶେଷ ସହାୟକ ହୋଇଥାଏ। ଏଭିଲ୍ ଆଈ ଓ୍ବିଣ୍ଡ ଚାଇମ୍ ବି ଘରର ଅନେକ ଉପକାର କରିଥାଏ। ଘରକୁ ପ୍ରବେଶ କରୁଥିବା ନକାରାତ୍ମକ ଶକ୍ତିକୁ ଏହା ରୋକିବା ସହ ଘରର ଉନ୍ନତି ପଥରେ ଏହା ସାହାଯ୍ୟ କରିଥାଏ। ତେବେ ଏହି ଟାଇପ୍ର ଓ୍ବିଣ୍ଡ ଚାଇମ୍କୁ ଘରର ପ୍ରବେଶ ଦ୍ୱାରରେ ଟଙ୍ଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ।
📱 Get Argus News App
✨ବାସ୍ତୁଶାସ୍ତ୍ର ଅନୁଯାୟୀ, ଯଦି ସିଲଭର୍ କଲର୍ର ଓ୍ବିଣ୍ଡ ଚାଇମ୍କୁ ଘରର ପଶ୍ଚିମ କିମ୍ବା ଉତ୍ତର ଦିଗରେ ଟାଙ୍ଗି ଦିଆଯାଏ, ତା’ହେଲେ ଏହା ପିଲାଙ୍କ ପାଇଁ ସୌଭାଗ୍ୟ ଆଣିବା ସହ ଘରର ମାନ ସମ୍ମାନ ବଢାଇବାରେ ସହାୟକ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସେହିପର ନାରଙ୍ଗୀ ରଙ୍ଗର ଓ୍ବିଣ୍ଡ ଚାଇମ୍ ଘରକୁ ସୌଭାଗ୍ୟ ଆଣିଥାଏ। ପରିବାରରେ ହସଖୁସିର ମାହୋଲ ଭରିଦେବାରେ ବି ଏହା ଅନେକ ସାହାଯ୍ୟ କରିଥାଏ ବୋଲି ମାନ୍ୟତା ରହିଛି। ଏହାକୁ ପ୍ରବେଶ ଦ୍ୱାରରେ ଲଗାଇବା ଶୁଭ ହୋଇଥାଏ। ତେବେ ଘରେ ଓ୍ୱିଣ୍ଡ ଚାଇମ୍ ଏବେହିଁ ଲଗାନ୍ତୁ, ଘରର ଶୋଭା ବଢ଼ାଇବା ସହ ନକରାତ୍ମକ ଜିନିଷ ବି ଦୂରେଇ ଯିବ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: