Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଲିଫ୍ଟ ବ୍ୟବସ୍ଥା; ଶରୀର ଉପରେ ପକାଉଛି ଖରାପ ପ୍ରଭାବ

Smruti Parija
Browse all articles by Smruti Parija
·2 years ago·2 min read
ଲିଫ୍ଟ ବ୍ୟବସ୍ଥା; ଶରୀର ଉପରେ ପକାଉଛି ଖରାପ ପ୍ରଭାବ

ଅର୍ଗସ ବ୍ୟୁରୋ: ଆଜିକାଲି ଘରେ ଘରେ ଲିଫ୍ଟ ବ୍ୟବସ୍ଥା ହେଲାଣି । କାରଣ ସିଢି ଚଢିବା କଷ୍ଟଦାୟକ, ସେଇଥି ଲାଗିତ ଆମେ ସିଢି ବ୍ୟବହାର ନକରି ଲିଫ୍ଚରେ ଯାଉଛନ୍ତି । କିନ୍ତୁ ଜାଣିରଖିବା ଦରକାର ଏଇଥି ପାଇଁ ଆମ ଶରୀର ଉପରେ କେତେ ମାତ୍ରାରେ ଖରାପ ପ୍ରଭାବ ପଡୁଛି ।

ସିଢି ଚଢିଲେ କଣ ହୁଏ ?

ନିଇତି ସିଢି ଚଢିଲେ ମାନସିକ ସ୍ୱାସ୍ଥ୍ୟ ଭଲ ରୁହେ । ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନଙ୍କ ମତରେ ସିଢି ଚଢିବା ଦ୍ୱାରା କ୍ୟାଲୋରୀ ବର୍ନ ହୋଇଥାଏ । ତା ସହିତ ଶରୀରରେ ଅଧିକ ବ୍ଲଡ଼ ପମ୍ପ କରିଥାଏ ଓ ଚିନ୍ତା ମାନସିକ ଚାପ ଦୂରହୁଏ ।

ଓଜନ କମାଇବାରେ ସାହାଯ୍ୟ କରେ

ଯଦି ଆପଣ ସିଢି ଚଢ଼ିବାର ଅଭ୍ୟାସ କରୁଛନ୍ତି ତେବେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଶରୀରକୁ ଏକ ସୁନ୍ଦର ସେଫ୍ ଦେବାରେ ସାହାଯ୍ୟ କରେ । ପ୍ରତିଦିନ ସିଢିରେ ଚାଲିବା ଦ୍ୱାରା ଏକ ବାଲାନ୍ସ ମେନଣ୍ଟେନ ହୁଏ । ବାର୍ଦ୍ଧକ୍ୟରେ ପଡିଯିବାର ସମସ୍ୟା ଏତେ ଦେଖାଯାଏ ନାହିଁ ।  କିନ୍ତୁ ଆପଣ ସିଢିକୁ ସାଧାରଣ ଭାବରେ ଚାଲିବା ଆବଶ୍ୟକ , ଆପଣ ଏକ କାଳୀନ ଅଧିକ ଚାପ ନନେଇ କରନ୍ତୁନି । ବରଂ ଧିରେ ଧିରେ କରନ୍ତୁ । 

ବାଲାନ୍ସ ସହ ବଢେ ଷ୍ଟାମିନା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହାଦ୍ୱାରା ଶରୀର ସନ୍ତୁଳନ ଓ ସହନଶକ୍ତିକୁ ଉନ୍ନତ କରିଥାଏ । 

ମାଂସପେଶୀ ଠିକ ରହିବା ସହ କୋଲେଷ୍ଟ୍ରଲ ଓ ହୃଦଘାତ ଠାରୁ ଦୂରେଇ ଥାଏ 

ସିଢି ଚଢିବା ଦ୍ୱାରା ଆପଣଙ୍କ ମାଂସପେଶୀ ମଜବୁତ ହେବା ସହିତ ରକ୍ତରେ କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରିତ ହୁଏ ଏବଂ ମଧୁମେହ ରୋଗୀଙ୍କ ପାଇଁ ସିଢି ଚଢିବା ଗୋଟିଏ ଭଲ ଅଭ୍ୟାସ l ସିଢି ଚଢିବା ଅଭ୍ୟାସ ହୃଦ ଘାତ ଠାରୁ ଦୁରେଇ ରଖିବାରେ ସାହାଯ୍ୟ କରିଥାଏ l ହୃତପିଣ୍ଡ ଓ ଫୁସଫୁସ୍ ପାଇଁ ସିଢି ଚଢିବା ସବୁଠୁ ଉତ୍ତମ ବାୟାମ । ଏହାସହ ଲିପିଡ୍ ପ୍ରୋଫାଇଲ୍ ରେ ମଧ୍ୟ ସକରାତ୍ମକ ପ୍ରଭାବ ପକାଏ । ସୁସ୍ଥ ଲିପିଡ୍ ପ୍ରୋଫାଇଲ୍ ଦ୍ୱାରା ଗୁଡ୍ କୋଲେଷ୍ଟ୍ରଲ୍ ଲେଭଲ୍ ଅଧିକ ରହିଥାଏ ଓ ବ୍ୟାଡ୍ କୋଲେଷ୍ଟ୍ରଲ୍ ଲେଭଲ୍ ହ୍ରାସ ପାଇଥାଏ ।

ଟାଇପ-2 ଡାଇବେଟିସ୍ ରିସ୍କରୁ ମଧ୍ୟ ଏହା ଦୂରେଇ ରଖେ । ଶରୀରରେ ଗ୍ଲୁକୋଜ ମେଟାବୋଲିଜିମ୍ ଓ ଇନସୁଲିନ୍ ର ଉନ୍ନତ କରିବାରେ ଏହା ସାହାଯ୍ୟ କରେ ।  ଯଦି ଆପଣ ଅସୁସ୍ଥ ଅଛନ୍ତି ଏବଂ ଏହି ବ୍ୟାୟାମ କରିବାକୁ ଚାହୁଁଛନ୍ତି, ତେବେ ବ୍ୟାୟାମ କରିବା ପୂର୍ବରୁ ଥରୁଟିଏ ଡାକ୍ତରଙ୍କ ପରାମର୍ଶ ନେବା ଦରକାର ।

 

Sponsored
Advantages of Regular Stair Climbing for Health | Argus News