Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

୮ ବର୍ଷ ପରୀକ୍ଷା ପରେ ବୈଜ୍ଞାନିକ ଦେଲେ ଏମିତି ପ୍ରମାଣ, ବିଳମ୍ବରେ ଶୋଉଥିଲେ ସାବଧାନ....

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
୮ ବର୍ଷ ପରୀକ୍ଷା ପରେ ବୈଜ୍ଞାନିକ ଦେଲେ ଏମିତି ପ୍ରମାଣ, ବିଳମ୍ବରେ ଶୋଉଥିଲେ ସାବଧାନ....

ଅର୍ଗସ ବ୍ୟୁରୋ : ଦୀର୍ଘ ୮ ବର୍ଷ ଧରି ପରୀକ୍ଷା କରିବା ପରେ ବିଶେଷଜ୍ଞ ମାନେ ଏମିତି ଟିପ୍ପଣୀ ଦେଇଛନ୍ତି । ଯଦି ବିଳମ୍ବରେ ଶୋଉଛନ୍ତି , ତେବେ ସତର୍କ ହୋଇ ଯାଆନ୍ତୁ । ନହେଲେ ଏହି ସବୁ ରୋଗର ସାମ୍ନା କରିବାକୁ ପଡିବ ।

ଯଦି ଆପଣ ରାତ୍ରିଚର ଭଳି ପ୍ରତି ରାତିରେ ୧ଟା କିମ୍ବା ଏହା ପରେ ଶୋଇବାର ଅଭ୍ୟାସ ରଖୁଛନ୍ତି, ତେବେ ଆପଣ ଅସୁବିଧାକୁ ନିଜ ଆଡକୁ ଟାଣୁଛନ୍ତି । ବିଶେଷ ଭାବେ ଏବେର ଯୁବପିଢୀ ପ୍ରାୟ ପ୍ରତିଦିନ ବିଳମ୍ବରେ ଶୋଇବାର ଅଭ୍ୟାସ ରଖୁଛନ୍ତି । ଅଧିକ ସମୟ ଫୋନ ଦେଖିବା, ମୁଭି ଦେଖିବା, ଫୋନରେ କଥା ହେବା ଏହାର ଏକ ପ୍ରମୁଖ କାରଣ । ହେଲେ ଏପରି କରି ଆମ ଅଜାଣତରେ ଆମେ ରୋଗକୁ ଆମନ୍ତ୍ରଣ କରୁଛନ୍ତି ।

ବୈଜ୍ଞାନିକମାନେ ୮ ବର୍ଷ ହେବ ପାଖାପାଖି ୭୫ ହଜାର ଯୁବକଯୁବତୀଙ୍କୁ ନେଇ ଏପରି ପରୀକ୍ଷା କରିଥିଲେ । ଯେଉଁଥିରେ ଉଭୟ ବିଳମ୍ବରେ ଶୋଉଥିବା ଏବଂ ଶୀଘ୍ର ଶୋଉଥିବା ବ୍ୟକ୍ତି ରହିଥିଲେ । ଉଭୟଙ୍କ ଶୋଇବାର ସମୟକୁ ନେଇ ସେମାନଙ୍କ ଶରୀର ଉପରେ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ଜଣା ପଡିଥିଲା , ଯେଉଁମାନେ ରାତିରେ ଡେରିରେ ଶୋଇଥାନ୍ତି, ସେମାନଙ୍କର ମାନସିକ ଏବଂ ଆଚରଣଗତ ବ୍ୟବହାରରେ ବିଶୃଙ୍ଖଳା ହୋଇଥାଏ ।

ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ ଏହି ପରୀକ୍ଷାରେ ଉଭୟ ମଧ୍ୟବର୍ଗର ଯୁବକ ଏବଂ ବୟସ୍କ ଲୋକଙ୍କୁ ସାମିଲ କରାଯାଇ ଥିଲା । ସେମାନଙ୍କ ଶୋଇବାର ଶୈଳୀ ଏବଂ ଶୋଇବାର ସମୟକୁ ପରୀକ୍ଷା କରାଯିବା ପାଇଁ ସେମାନଙ୍କୁ ଆକ୍ସିଲେରୋମିଟର ପିନ୍ଧିବାକୁ ଦିଆଯାଇଥିଲା । ଯେଉଁଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା, ଡେରିରେ ଶୋଇବାକୁ ଯାଉଥିବା ବ୍ୟକ୍ତିମାନଙ୍କର ମାନସିକ ଦୁଃଶ୍ଚିନ୍ତା ବଢିଥାଏ । ଡିପ୍ରେସନ, ଆନେକ୍ସିଟି ଦେଖା ଦେଇଥାଏ । ଏବଂ ରାତିରେ ଡେରିରେ ଶୋଇଲେ ଅନେକ ଅନୈତିକ ଚିନ୍ତା ଯେପରି, ଆତ୍ମହତ୍ୟା, ମଦ, ଡ୍ରଗ୍ସ ସେବନ, ଅଶ୍ଲୀଳ ଚିନ୍ତା ଆଦି ଦେଖାଦିଏ । କିନ୍ତୁ ଶୀଘ୍ର ଶୋଇ ଶୀଘ୍ର ଉଠୁଥିବା ବ୍ୟକ୍ତିଙ୍କର ମାନସିକ ସବୁବେଳେ ସୁସ୍ଥ ରହିଥାଏ ।

ତେଣୁ ବିଳମ୍ବରେ ଶୋଇବା ଏକପ୍ରକାର ଶରୀରରେ ରୋଗକୁ ନିମନ୍ତ୍ରଣ କରିବା ସହ ସମାନ । ସେଥିପାଇଁ ଶୀଘ୍ର ଶୋଇ ଶୀଘ୍ର ଉଠିବାକୁ ଚେଷ୍ଟା କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
After 8 years of research, scientists gave such proof, be careful if you sleep late | Argus News