Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଦମ୍ପତିଙ୍କ ଡିଭୋର୍ସକୁ ଅଟକାଇ ଦେଲା AI, ଜାଣନ୍ତୁ ପୁରା କାହାଣୀ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଦମ୍ପତିଙ୍କ ଡିଭୋର୍ସକୁ ଅଟକାଇ ଦେଲା AI, ଜାଣନ୍ତୁ ପୁରା କାହାଣୀ...

Key Points

ଆମେରିକାରେ ଏପରି ଏକ ଘଟଣା ସାମନାକୁ ଆସିଛି । ଜାଣିଲେ ଆଶ୍ଚର୍ଯ୍ୟ ହେବେ...

ଡିଜିଟାଲ ଦୁନିଆରେ ନୂଆ କ୍ରାନ୍ତି ଆଣିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏଆଇ ପାଇଁ ଇଣ୍ଟରନେଟ୍ ବ୍ୟବହାର କରିବାର ଶୈଳୀରେ ପରିବର୍ତ୍ତନ ଆସିବା ସହ କଠିନ କାମ ସହଜରେ କରିହେଉଛି । ଏହାର ଲାଭକାରୀ ପାଶ୍ୱର୍କୁ ନେଇ ଅନେକ ଉତ୍ସାହିତ ଥିବା ବେଳେ ଆଉ ଏକ ବର୍ଗ ଏହାର ନକାରାତ୍ମକ ଦିଗକୁ ନେଇ ଚିନ୍ତିତ । ଏହା ଚାକିରି ପାଇଁ ଏକ ବଡ଼ ଆହ୍ବାନ ଭାବରେ ଉଭା ହେବ ଏବଂ ଦକ୍ଷତା ସ୍ତରରେ ଚାକିରି ଅନିଶ୍ଚିତତାକୁ ସାମ୍ନା କରିବାକୁ ପଡିବ ବୋଲି କୁହାଯାଉଛି । ହେଲେ ଏହାରି ଭିତରେ ଏଆଇ ଏପରି କାମ କରିଛି, ଯେଉଁଥିପାଇଁ ଅସଜଡ଼ା ସମ୍ପର୍କ ସଜାଡ଼ି ହୋଇଯାଇଛି । ଛାଡ଼ପତ୍ର ହେବା ଆଗରୁ ଦମ୍ପତିଙ୍କୁ ପୁଣି ଥରେ ଏକାଠି କରିଛି ଏଆଇ ।


ଆମେରିକାରେ ଏପରି ଏକ ଘଟଣା ସାମନାକୁ ଆସିଛି । ଚାଟଜିପିଟିର ବ୍ୟବହାର କରି ଏକ ଦମ୍ପତିଙ୍କ ତିକ୍ତ ସମ୍ପର୍କରେ ପରିବର୍ତ୍ତନ ଆସିଥିବା ସୂଚନା ମିଳିଛି । ଲସ ଏଞ୍ଜଲ୍ସର ୩୬ ବର୍ଷୀୟ ଏବେଲା ବାଲା ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ନିଜ ଅନୁଭୂତି ବଖାଣିଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିବା ଯୋଗୁଁ କଥା ଡିଭୋର୍ସ ଯାଏ ପହଞ୍ଚିଥିଲା । ହେଲେ ସେ ଏ ସମ୍ପର୍କକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିଲେ । ଗତ ୬ ମାସ ଧରି ସମ୍ପର୍କକୁ ବଞ୍ଚାଇବା ପାଇଁ ଏଆଇ ବ୍ୟବହାର କରୁଥିଲେ । ଆଉ ଜଣେ ଉତ୍ତମ ବନ୍ଧୁ ପରି ଉଭୟଙ୍କ ମଧ୍ୟରେ ସମ୍ପର୍କର ନିବିଡତା ବଢାଇବା ପାଇଁ ଉପାୟମାନ ବତାଇଥିଲା ଏଆଇ ।


ହୁଏତ କୌଣସି ଆପଣାର ଲୋକ କିମ୍ବା ସାଙ୍ଗସାଥୀ ଏପରି ଉପଦେଶ ଦେଇପାରି ନଥାନ୍ତେ । କିମ୍ବା ବୁଝାମଣା ପାଇଁ କୌଣସି ମନୋବିଜ୍ଞାନୀଙ୍କ ପାଖକୁ ଯାଇଥିଲେ, ଅନେକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଆନ୍ତା । ହେଲେ ଚାଟଜିପିଟି ସହ ଏପରି କୌଣସି ସମସ୍ୟା ନଥିଲା । ଖୋଲାଖୋଲି ଭାବରେ ମନ ଭିତରେ ଉଙ୍କି ମାରୁଥିବା ପ୍ରଶ୍ନ କରିବା ସହ ତା’ର ଉତ୍ତର ପାଇପାରିଥିଲେ । ଏଥିପାଇଁ ମାସକୁ ମାତ୍ର ୨୦ ଡଲାର ପ୍ରିମିୟମ ପ୍ୟାକେଜରେ ଚାଟଜିପିଟି ଆଣିଥିଲେ ଦମ୍ପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସମସ୍ୟା ଜାଣିବା ପରେ ଉଭୟଙ୍କୁ ଟିପ୍ସ ଦେଉଥିଲା AI, ଯଦ୍ୱାରା ଉଭୟଙ୍କ ମଧ୍ୟରେ ଥିବା ମତାନ୍ତର, ମନାନ୍ତର ଦୂର ହୋଇଥିଲା । ଏଥିସହିତ ଉଭୟ ଉଭୟଙ୍କୁ ଗଭୀର ଭାବେ ବୁଝିବାକୁ ଚେଷ୍ଟା କରିଥିଲେ । ଫଳରେ ଭାଙ୍ଗି ଯାଉଥିବା ସମ୍ପର୍କ ପୁଣି ଥରେ ଯୋଡ଼ି ହୋଇଯାଇଛି ।

Sponsored
AI stopped a couple's divorce, know the full story... | Argus News