Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଏସି ଆମ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ?

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଏସି ଆମ ସ୍ୱାସ୍ଥ୍ୟ ପାଇଁ କେତେ ହିତକର ?

Key Points

ଏସି ବ୍ୟବହାର କରୁଛନ୍ତି କି ?

ଜାଣି ରଖନ୍ତୁ କିଛି ଅଜଣା କଥା

ଏବେଠୁ ହୋଇଯାଆନ୍ତୁ ସତର୍କ

ଗ୍ରୀଷ୍ମ ହେଉ କି ଶୀତ ଆଜିର ସମୟରେ ପ୍ରତିଘରେ ପ୍ରତିଦିନ ଏସିର ବ୍ୟବହାର ହେଉଛି । କିନ୍ତୁ ଏହି ଏସି ବ୍ୟବହାର କରିବା ଦ୍ୱାରା ଶରୀରକୁ ତ ଥଣ୍ଡା ମିଳୁଛି କିନ୍ତୁ ଏହା ଆମ ସ୍ୱାସ୍ଥ୍ୟପକ୍ଷେ ହିତକର ନା ନାଇଁ। ଘରେ ଘରେ ୪ ରୁ ୫ ଟି ଲେଖାଏଁ ଏସି ଆଉ ଅଫିସରେ ବଡ଼ ବଡ଼ ସେଣ୍ଟ୍ରାଲାଇଜଡ୍ ଏୟାର କଣ୍ଡିସନର ଯାହା ପ୍ରାୟତଃ ଦିନ ସାରା ଚାଲେ । କିଛି କିଛି ଅଫିସରେ ୨୪ ଘଣ୍ଟା ଏସି ଚାଲିଥାଏ । କିନ୍ତୁ ଆମେ ଭୁଲିଯାଉ ନିଜର ସୁବିଧା ଦେଖୁ ଦେଖୁ ଆମେ ବାହାରର ବାତାବରଣକୁ କେତେ ପ୍ରଦୂଷିତ କରୁଛେ । ପରିବେଶ ଉପରେ ନକାରାତ୍ମକ ପ୍ରଭାବ ବ୍ୟତୀତ ଏୟାର କଣ୍ଡିସନିଂ ମଧ୍ୟ ସ୍ୱାସ୍ଥ୍ୟ ପାଇଁ ବିପଦ ହୋଇପାରେ, ବିଶେଷ କରି ସେହି ଲୋକଙ୍କ ପାଇଁ ଯେଉଁମାନେ ଏହା ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି ।


ଏୟାର କଣ୍ଡିସନିଂ ସିଷ୍ଟମର କ୍ରମାଗତ ବ୍ୟବହାର କରିବା ଦ୍ୱାରା ଏହାର ଏୟାର ଫିଲ୍ଟର ନିଜର ଇଣ୍ଟିଗ୍ରେଟି ଖୋଜି ବାହାର କରନ୍ତି ଓ କ୍ଷତିକାରକ କମ୍ପାଉଣ୍ଡକୁ ବାହାରୁ ଆପଣଙ୍କ ଘର କିମ୍ବା ଅଫିସରେ ଆସିବାକୁ ଅନୁମତି ଦିଅନ୍ତି । ଏଗୁଡ଼ିକ ଆଲର୍ଜିକୁ ଟ୍ରିଗର କରିପାରନ୍ତି ଓ କିଛି କ୍ଷେତ୍ରରେ ଆଖି, ନାକ ଓ ଗଳାରେ ଜ୍ବଳନ ମଧ୍ୟ ସୃଷ୍ଟି  କରିପାରନ୍ତି । ବାସ୍ତବରେ ଏୟାର କଣ୍ଡିସନିଂର ବ୍ୟବହାର କରିବା ଦ୍ୱାରା ସେଥିରୁ ବିଷାକ୍ତ ଗ୍ୟାସ୍ ବାହାରିଥାଏ, ଯାହା ପରିବେଶ ପାଇଁ ଘାତକ ହୋଇଥାଏ । ଏହି ଗ୍ୟାସଗୁଡ଼ିକରେ କ୍ଲୋରୋଫ୍ଲୋରୋକାର୍ବନ ଓ ହାଇଡ୍ରୋ-କ୍ଲୋରୋଫ୍ଲୋରୋକାର୍ବନ ସାମିଲ୍ ରହିଛି । ପରିବେଶ ଉପରେ ଏହି ଗ୍ୟାସଗୁଡ଼ିକର ନକାରାତ୍ମକ ପ୍ରଭାବ ପଡ଼ିଥାଏ । ଏହି ଗ୍ୟାସ୍ ଗରମ ସୃଷ୍ଟି କରେ ଓ ଓଜୋନ ସ୍ତରର କ୍ଷୟର କାରଣ ହୋଇଥାଏ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନିଜ ଘରର ଆଖପାଖରେ ଏପରି ଗଛ ଲଗାନ୍ତୁ ଯାହା 24/7 ଅମ୍ଳଜାନ ଦିଅନ୍ତି ଓ ଯେଉଁଗୁଡ଼ିକ ବିଷାକ୍ତ ପଦାର୍ଥକୁ ଶୋଷଣ କରିବାରେ ସକ୍ଷମ ହୋଇଥା’ନ୍ତି । ବାସ୍ତବରେ ଏସିକୁ ରୁମରେ ଅମ୍ଳଜାନ ଯୋଡ଼ିବା ଓ CO2କୁ ଅବଶୋଷଣ କରିବା ପାଇଁ ଜଣାଯାଏ । ଏଭଳି ପରିସ୍ଥିତିରେ ଏହା ବହୁତ କାର୍ଯ୍ୟକାରୀ ପ୍ରମାଣିତ ହୋଇପାରେ । ଏହା ବ୍ୟତୀତ ଏସିକୁ ଯେତେ କମ୍ ବ୍ୟବହାର କରିବେ ସେତେ ଭଲ । ଆମେ ଯେତେ ଅଧିକ ଏସି ବ୍ୟବହାର କରୁ, ବାହାରର ପରିବେଶ ସେତେ ଅଧିକ ଗରମ ହେବାକୁ ଲାଗେ । ଭିତରେ କୁଲିଂ କିନ୍ତୁ ବାହାରର ବାତାବରଣ ଗରମ । ଏୟାର କଣ୍ଡିସନରର ଅଧିକ ବ୍ୟବହାର ଦ୍ୱାରା ଗ୍ଲୋବାଲ ୱାର୍ମିଙ୍ଗ୍ ମଧ୍ୟ ହେଉଥିବା କଥା ଗବେଷକ କହିଥା’ନ୍ତି ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Sponsored
air-conditioning-ac-can-be-beneficial-for-health-by-improving-indoor-air-quality-reducing-heat-related-illnesses-and-enhancing-sleep-quality | Argus News