Videos
|
Lifestyle

ଆସୁଛି ଅକ୍ଷୟ ତୃତୀୟା, ଚମକିବ ଏହି ରାଶିର ଭାଗ୍ୟ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆସୁଛି ଅକ୍ଷୟ ତୃତୀୟା, ଚମକିବ ଏହି ରାଶିର ଭାଗ୍ୟ

ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ ଅକ୍ଷୟ ତୃତୀୟା। ଅକ୍ଷୟ ତୃତୀୟାର ମାହାତ୍ମ୍ୟ ଅନନ୍ୟ ଅଟେ। ଅକ୍ଷୟର ଅର୍ଥ ଯାହାର କ୍ଷୟ ନାହିଁ। ସାରା ଭାରତବର୍ଷରେ ଏହାକୁ ନିଆରା ଢଙ୍ଗରେ ପାଳନ କରାଯାଇଥାଏ। ଅକ୍ଷୟ ତୃତୀୟା ସ୍ୱୟଂସିଦ୍ଧ ମୁହୂର୍ତ୍ତ ଭାବରେ ଜଣାଶୁଣା। ଅକ୍ଷୟ ତୃତୀୟା ଦିନ ମାଙ୍ଗଳିକ କାର୍ଯ୍ୟର ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ନିଜର ନାମ ଅନୁରୂପ ଶୁଭଫଳ ପ୍ରଦାନ କରିଥାଏ। ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ରମା ନିଜର ଉଚ୍ଚ ରାଶିରେ ରହିଥାନ୍ତି।

ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଦିନ ବହୁତ ଶୁଭ। ଏହି ଦିନ ଭଗବାନ ବିଷ୍ଣୁ, ମାଆ ଲକ୍ଷ୍ମୀ ଏବଂ କୁବେର ଦେବଙ୍କୁ ସମର୍ପଣ କରାଯାଇଥାଏ। କୁହାଯାଏ ଯେ, ଏହି ଦିନ ଶ୍ରଦ୍ଧା ଭାବରେ ପୂଜା କଲେ ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ। ଏଥର ଅକ୍ଷୟ ତୃତୀୟା ୩୦ ଅପ୍ରେଲ ୨୦୨୫ରେ ପାଳନ କରାଯାଇଥାଏ। ଜ୍ୟୋତିଷ ଗଣନା ଅନୁସାରେ, ଅକ୍ଷୟ ତୃତୀୟା ଦିନ ମୀନ ରାଶିରେ ବୁଧ, ଶନି, ଶୁକ୍ର ଏବଂ ରାହୁ ବିରାଜମାନ କରିବେ। ଏଥିରେ ଲକ୍ଷ୍ମୀ ନାରାୟଣ ଯୋଗର ଗଠନ ହେଉଛି। ଏହା ବ୍ୟତୀତ ଚନ୍ଦ୍ରମା ବୃଷ ରାଶିରେ ବିରାଜମାନ ଅଛନ୍ତି। ଏଥିସହ ଏହି ଦିନ ରବି ସର୍ବାର୍ଥ ସିଦ୍ଧି ଯୋଗ ମଧ୍ୟ ଗଠନ ହେଉଛି।

ବୃଷ:ଏହି ରାଶିମାନଙ୍କର ଆରମ୍ଭ ହେବ ଗୋଲ୍ଡେନ ଟାଇମ: ଅକ୍ଷୟ ତୃତୀୟା ଦିନ ବୃଷ ରାଶିର ଲୋକେ ଭାଗ୍ୟବାନ ପ୍ରମାଣିତ ହୋଇପାରନ୍ତି। ଜ୍ୟେତିଷ ଗଣନା ଅନୁସାରେ, ଏହି ସମୟରେ ବୃଷ ରାଶି ଉପରେ ମାଆ ଲକ୍ଷ୍ମୀଙ୍କ ଅସୀମ କୁପା ବର୍ଷିପାରେ।

ଏଥିରେ ଏହି ରାଶିର ଲୋକଙ୍କୁ କ୍ୟାରିୟରରେ ବଡ଼ ସଫଳତା ହାସଲ ହୋଇପାରେ। ଆପଣଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବ, ଯେଉଁଥିରେ ଉଚ୍ଚ ଅଧିକାରୀ ଆପଣଙ୍କୁ ଅନେକ ବଡ଼ ଦାୟିତ୍ୱ ଦେଇପାରନ୍ତି।

ମୀନ: ଆପଣଙ୍କ ପାଇଁ ଏହି ଦିନ ଅତ୍ୟନ୍ତ ଶୁଭ ରହିବ। ଏହି ସମୟରେ ମୀନ ରାଶିଙ୍କ ଜୀବନରେ ଅନେକ ବଡ଼ ବଡ଼ ଖୁସି ଖବର ଆସିପାରେ। ଚାକିରିରରେ ଲାଭ ମିଳିପାରେ।

ନୂଆ ସଂପତ୍ତି ତଥା ଗାଡ଼ି ଆପଣ କିଣିପାରନ୍ତି। ଅନେକ ଦିନରୁ ଅଟକିଥିବା ଧନ ଆପଣ ପୁନଶ୍ଚ ପାଇପାରନ୍ତି। ଚାକିରି ଖୋଜୁଥିବା ଲୋକଙ୍କୁ ଭଲ ଚାକିରି ମିଳିବ।

ମିଥୁନ: ଆପଣଙ୍କ ପାଇଁ ଏହି ଦିନ ଶୁଭ ପ୍ରମାଣିତ ହୋଇପାରେ। ଏହି ସମୟରେ ଆପଣ କ୍ୟାରିୟରରେ ଉନ୍ନତି କରିପାରନ୍ତି। ସେହିପରି ଚାକିରି କାରିଥିବା ଲୋକଙ୍କ ପାଇଁ ଏହା ଲାଭ ହୋଇପାରେ।

ଏଥିସହ ବେରୋଜଗାରଙ୍କୁ ରୋଜଗାର ମିଳିପାରେ। ଏଥିରେ ଆର୍ଥିକ ସ୍ଥିତି ଆପଣଙ୍କର ସୁଧୁରିପାରେ। ଏହା ବ୍ୟତୀତ ମାଆ-ବାପାଙ୍କ ସହ ଭଲ ସଂପର୍କ ରହିବ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
akshay-tritiya-is-coming-the-fate-of-this-zodiac-sign-will-be-bright | Argus News