Health Tips / ସବୁବେଳେ ହାଇହିଲ୍ ପିନ୍ଧୁଛନ୍ତି କି ତେବେ...

Key Points
ଆଜିକାଲି ହାଇହିଲ ପିନ୍ଧିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥାନ୍ତି । ଏହାକୁ ପିନ୍ଧିବା ଦ୍ଵାରା ସୁନ୍ଦର ଆଉ ଉଚ୍ଚା ଦୋଖାଯାନ୍ତି ଏଥିପାଇଁ ଏହାକୁ ସବୁ ମହିଳା ଏହାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ସବୁବେଳେ ପିନ୍ଧିବା ଦ୍ଵାରା ମହିଳାମାନଙ୍କ କ୍ଷେତ୍ରରେ ଅନେକ ସମସ୍ୟାର କାରଣ ହେଉଛି । ଆଣ୍ଠୁ ଯନ୍ତ୍ରଣା ଠାରୁ ଆରମ୍ଭ କରି ପାଦ ଓ ଲିଗାମେଣ୍ଟ କ୍ଷେତ୍ରରେ ସମସ୍ୟା ଦେଖାଯାଉଛି। ସେ ଷ୍ଟିଲେଟୋ ହେଉ କିମ୍ବା ସ୍ୟାଣ୍ଡେଲ୍ ଅନ୍ୟ ଯେକୌଣସି ପ୍ରକାରର ହିଲ୍, ଏମାନଙ୍କ ବିନା ଜଣେ ମହିଳାଙ୍କର ଷ୍ଟାଇଲ୍ ଓ ଫ୍ୟାସନ୍ ଅସମ୍ପୂର୍ଣ୍ଣ କୁହାଯାଉଥିଲେ ମଧ୍ୟ ଏହି ହିଲ୍ଗୁଡ଼ିକ ଅନେକ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇଥାଏ। ହାଇହିଲ୍ ଜୋତା ବ୍ୟବହାର କରୁଥିଲେ ଜାଣନ୍ତୁ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା ହେବ ।
ଅଣ୍ଟା ଯନ୍ତ୍ରଣା
ସମ୍ପୂର୍ଣ୍ଣ ଶରୀରର ଓଜନର ଭାର ଅଣ୍ଟା ଓ ଦୁଇ ଗୋଡ଼ ଉପରେ ହିଁ ପଡ଼ିଥାଏ । ହାଇ ହିଲ୍ ପିନ୍ଧିବା ଦ୍ୱାରା ଶରୀରର ଓଜନ ଅଣ୍ଟା ଓ ଗୋଡ଼ ଉପରେ ଅସନ୍ତୁଳିତ ଭାବରେ ପଡ଼ିଥାଏ । ଫଳରେ ପିଠି ଓ ଅଣ୍ଟା ବିନ୍ଧିବା ଆରମ୍ଭ ହୋଇଥାଏ, ଯାହା କି ଅଣ୍ଟାଫୁଲା, ଦରଜ ଓ ବିନ୍ଧା କରାଏ । ଚିକ୍କଣ ରାସ୍ତା କିମ୍ବା ଅଫିସ/ ହୋଟେଲ/ ରାମ୍ପରେ ଚାଲିବା ଛଡ଼ା ଯଦି ସାମାନ୍ୟ ଅସମତଳ କିମ୍ବା ଆବୁଡ଼ା-ଖାବୁଡ଼ା ରାସ୍ତାରେ ଚାଲିବାକୁ ପଡ଼େ ତା’ହେଲେ ହିଲ୍ ଯୋଗୁଁ ଗୋଇଠି ବିନ୍ଧା ହେବା ହୋଇଥାଏ । ଯାହାଦ୍ଵାରା ବ୍ୟାକ୍ ପେନ୍ ବାହାରିଥାଏ।
ଆଙ୍ଗୁଠି ଯନ୍ତ୍ରଣା
ହିଲ୍ ଜୋତାଗୁଡ଼ିକରେ ସାଧାରଣତଃ ଅଗ ଭାଗ ସରୁ ଓ ଗୋଜିଆ ହୋଇଥାଏ। ଏଥିରେ ପାଦର ଆଙ୍ଗୁଠିଗୁଡ଼ିକ ଅତ୍ୟଧିକ ଜାକି ହୋଇ ରୁହେ । ଜୋତା ଭିତରେ ବାରମ୍ବାର ଓ ଲଗାତାର ପାଦ ଆଙ୍ଗୁଠି ଏମିତି ଜାକିହୋଇ ଓ ମୂଳ ପାଖରୁ ବଙ୍କା ହୋଇ ରହିବା ଦ୍ୱାରା ହାମର ଟୋ ନାମକ ସମସ୍ୟା ଦେଖାଯାଏ । ସାଧାରଣତଃ ବୁଢ଼ା ଆଙ୍ଗୁଠି ପାଖକୁ ଥିବା ଦ୍ୱିତୀୟ ଆଙ୍ଗୁଠିଟି ଏଥିରେ ଆକ୍ରାନ୍ତ ହୋଇ ମଝି ଯୋଡ଼ା ବା ଜଏଣ୍ଟ୍ ପାଖରୁ ବଙ୍କା ହୋଇଯାଏ। ଏଥିରେ କେବଳ ଯନ୍ତ୍ରଣା ନୁହେଁ, ମହିଳାମାନଙ୍କ ଚାଲି ମଧ୍ୟ ପ୍ରଭାବିତ ହୋଇଥାଏ। ଏ ପରିସ୍ଥିତିରେ ଚଉଡ଼ା ଅଗଭାଗ ବା ୱ୍ୱାଇଡ ଟୋ ବକ୍ସ କିମ୍ବା ଖୋଲା ଟୋ ଜୋତା ବ୍ୟବହାର ଓ ଫିଜିଓଥେରାପି କିଛି ମାତ୍ରାରେ ଉପଶମ ଦେଇଥାଏ ।
ପାଦ ଯନ୍ତ୍ରଣା
ହାଇହିଲ୍ ଜୋତାଗୁଡ଼ିକ ପାଦକୁ ସବୁବେଳେ ଅସ୍ୱାଭାବିକ ଭାବେ ବଙ୍କା, ଜାକି କରି, ମୋଡ଼ିକରି ରଖେ। ଏଗୁଡ଼ିକୁ ପିନ୍ଧି ଚାଲିବା ଦ୍ୱାରା ସମ୍ପୂର୍ଣ୍ଣ ପାଦ ଉପରେ ସମାନ ଭାବେ ଚାପ ନ ପଡ଼ି କିଛି ଅ°ଶରେ ଅଧିକ ଓ କିଛି ଅ°ଶରେ କମ୍ ପଡ଼ିଥାଏ। ଏହା ଦ୍ୱାରା ପାଦର ଗଠନ ପ୍ରଣାଳୀ ପ୍ରଭାବିତ ହୁଏ। ପାଦର ଆଙ୍ଗୁଠି, ମଝି ଅ°ଶ ଓ ଗୋଇଠି ଦରଜ ହୋଇଯାଏ । ପାଦର ଅନେକ ଅ°ଶରେ ବିଣ୍ଡି ମଧ୍ୟ ପଡ଼ିଯାଏ। ପାଦକୁ ତଳେ ଥାପିବା, ଚାଲିବା କଷ୍ଟସାଧ୍ୟ ଲାଗେ।
ଲିଗାମେଣ୍ଟ୍ ଦୁର୍ବଳ ହେବା
ବାରମ୍ବାର ଗୋଇଠି ଓ ପାଦ ମକଚି ହେବା, ଆଘାତ ଲାଗିବା, ପାଦ ଓ ଆଙ୍ଗୁଠି ଗୁଡ଼ିକର ବଙ୍କା ଓ ହାଇପର ଏକ୍ସଟେଣ୍ଟ୍ ପୋଶ୍ଚର ପାଦ ଓ ଗୋଡ଼ର ଲିଗାମେଣ୍ଟସ ଉପରେ ଅସ୍ୱାଭାବିକ ଚାପ ପକାଏ ଓ ଆଘାତ କରେ। ଲିଗାମେଣ୍ଟ୍ଗୁଡ଼ିକ ମାଂସପେଶୀ ଓ ଜଏଣ୍ଟ୍କୁ ଧରି ରଖେ । କିନ୍ତୁ ହାଇହିଲ୍ ପିନ୍ଧିବା ଦ୍ୱାରା ଲିଗାମେଣ୍ଟ୍ଗୁଡ଼ିକ ବାରମ୍ବାର ଆଘାତ ପାଇ ଦୁର୍ବଳ ହୋଇଯାଆନ୍ତି ଓ ଭୀଷଣ ଯନ୍ତ୍ରଣା ମଧ୍ୟ ହୁଏ।
ରକ୍ତ ପ୍ରବାହ ଓ ରକ୍ତନଳୀର ସମସ୍ୟା
ପାଦ ହାଇହିଲ୍ ଜୋତା ଭିତରେ ରହିବା କାରଣରୁ ପାଦର ଅନେକ ଅ°ଶରେ ରକ୍ତ ପ୍ରବାହ ଓ ବାହକ ନଳୀ ଚାପିହୋଇ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହୁଏ। ଏହାଦ୍ୱାରା ସାଧାରଣତଃ ପାଦ ପିଡ଼ା, ଝିମ୍ଝିମ୍ ହେବା ଓ ଫୁଲା ଦେଖାଯାଏ। କିଛି ମହିଳାଙ୍କ ପାଦରେ ଇସ୍କେମିକ୍ ଅଲ୍ସର୍ ଘା’ ଦେଖାଯାଏ।
ଗୋଡ ପେଣ୍ଡା ଦରଜ ଓ ଯନ୍ତ୍ରଣା ବା କାଲ୍ଫ ସୋର୍ନେସ୍
ହାଇହିଲ୍ କେବଳ ପାଦ ନୁହେଁ ଗୋଡ଼ର ପେଣ୍ଡାଗୁଡ଼ିକ ଉପରେ ମଧ୍ୟ ଅସ୍ୱାଭାବିକ ଓ ଅତ୍ୟଧିକ ଚାପ ପକାଇଥାଏ। ଅନେକ ସମୟରେ ପେଣ୍ଡାର ଶୀରାପ୍ରଶିରାଗୁଡ଼ିକ ଅସ୍ୱାଭାବିକ ଭାବରେ ଫୁଲି ଯାଏ। ଏହା କେବଳ ଗୋଡ଼କୁ ଅସୁନ୍ଦର କରେନି ବର° ଅନେକ ସମୟରେ ଭାରିକୋଜ୍ ଭେନ୍, ଗୋଡ଼ ବିନ୍ଧାର କାରଣ ମଧ୍ୟ ହୋଇଥାଏ।
📱 Get Argus News App
✨Related Topics
Explore more stories