|
logo
Live

Argus News - ଇମ୍ୟୁନିଟି ବଢାଇଥାଏ ଅଁଳା ରସ: ଏଭଳି ପ୍ରସ୍ତୁତ କରି ପିଇଲେ ମିଳିବ ଲାଭ

Lifestyle

ଇମ୍ୟୁନିଟି ବଢାଇଥାଏ ଅଁଳା ରସ: ଏଭଳି ପ୍ରସ୍ତୁତ କରି ପିଇଲେ ମିଳିବ ଲାଭ

Rashmita Mishra
Browse all articles by Rashmita Mishra
·1 year ago·3 min read
ଇମ୍ୟୁନିଟି ବଢାଇଥାଏ ଅଁଳା ରସ: ଏଭଳି ପ୍ରସ୍ତୁତ କରି ପିଇଲେ ମିଳିବ ଲାଭ

ଅର୍ଗସ ବ୍ୟୁରୋ: ସୁସ୍ଥ ଜୀବନ ଜାପନ କରିବା ପାଇଁ ସମସ୍ତେ ଚାହିଁଥାନ୍ତି । ହେଲେ ବର୍ତ୍ତମାନ ସମୟରେ ସ୍ୱାସ୍ଥ୍ୟ ସମସ୍ୟା ବେଶ ବଢ଼ିଚାଲିଛି । ସ୍ୱାସ୍ଥ୍ୟ ଅସୁସ୍ଥତାକୁ ନେଇ ପ୍ରାୟ ଅଧିକାଂଶ ଲୋକ ଚିନ୍ତାରେ ପଡୁଛନ୍ତି । କାରଣ ସ୍ୱାସ୍ଥ୍ୟ ଯଦି ଖରାପ ହୁଏ ତେବେ ଶରୀର ବହୁତ ଦୁର୍ବଳ ହୋଇଯିବ । ଏହା ସହ କୌଣସି କାମ କରିବାକୁ ମଧ୍ୟ ସମର୍ଥ ହେବ ନାହିଁ । ଖାସ୍ କରି ବର୍ତ୍ତମାନ ଚାଲିଛି ଶୀତ ଋତୁ, ଯାହା ସ୍ୱାସ୍ଥ୍ୟକୁ ଖରାପ କରିଦିଏ ଏବଂ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ ହେବାକୁ ପଡିଥାଏ । ଯେମିତିକି ଶୀତ ଦିନରେ ଥଣ୍ଡା, କାଶ, ଆଣ୍ଠୁଗଣ୍ଠି ବିନ୍ଧା ଇତ୍ୟାଦି ସମସ୍ୟା ହୋଇଥାଏ । ଏହା ସହ ହାର୍ଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଉପୁଜିଥାଏ । ଯଦି ଆପଣ ନିଜକୁ ସୁସ୍ଥ ରଖିବାକୁ ଚାହୁଛନ୍ତି ତେବେ ଆପଣଙ୍କୁ ଏକ ଏଭଳି ରେମଡି ବିଷୟରେ କହିବୁ ଯାହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ତେବେ ଆସନ୍ତୁ ଜାଣିବା ସେହି ଫଳର ନାମ କ’ଣ?


ସେହି ଫଳଟିର ନାମ ହେଉଛି ଅଁଳା । ଏହା ଅନେକ ସମସ୍ୟରେୁ ମୁକ୍ତି ଦେଇଥାଏ । ଅଁଳାରେ ଭିଟାମିନ୍ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଅଁଳା ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ଅଟେ। ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିବ ସହ ଦୃଷ୍ଟି ଶକ୍ତିରେ ଉନ୍ନତି, ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ଓଜନ ହ୍ରାସ କରିବା ପାଇଁ ଅଁଳା ମଧ୍ୟ ଲାଭଦାୟକ ବୋଲି ବିବେଚନା କରାଯାଏ। ଆପଣ ଦୈନନ୍ଦିନ ଖାଦ୍ୟରେ ଅଁଳା ପାଣି ସାମିଲ୍ କରିବା ଦ୍ୱାରା କେଉଁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ ଆସନ୍ତୁ ଜାଣିବା ।


ଓଜନ କମ୍ କରେ

ଅଧିକାଂଶ ଲୋକେମାନେ ନିଜର ଓଜନ ବଢିବାକୁ ନେଇ ବହୁତ ଟେନସନରେ ରହୁଛନ୍ତି । ଏହା ସହ ବହୁ ପ୍ରକାର ପରିଶ୍ରମ ମଧ୍ୟ କରୁଛନ୍ତି, ହେଲେ କୌଣସି ଫଳାଫଳ ମିଳୁନାହିଁ । ଯଦି ଆପଣମାନେ ଏହି ଓଜନ ସମସ୍ୟାକୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ୍ ଅଁଳା ପାଣି ପିଅନ୍ତୁ । ଆପଣଙ୍କ ଶରୀରରେ ଜମା ହୋଇ ରହିଥିବା ଚର୍ବିକୁ କମାଇବାରେ ଅଁଳା ପାଣି ସାହାଯ୍ୟ କରେ । ଅଁଳା ପାଣି ପିଇ ଆପଣଙ୍କ ଶରୀରର ମେଟାବୋଲିଜିମକୁ ବଢ଼ାଇପାରିବେ । ଏଥିସହ ଔଷଧୀୟ ଗୁଣରେ ଭରପୁର ରହିଥାଏ ଅଁଳା ପାଣି, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇମ୍ୟୁନ୍ ସିଷ୍ଟମକୁ ମଜବୁତ୍ ରଖେ

ଅଁଳା ପାଣିରେ ପ୍ରଚୁର ପରିମାଣରେ ଭିଟାମିନ୍ ‘ସି’ ମିଳିଥାଏ । ଯାହା ଦ୍ୱାରା ଇମ୍ୟୁନ୍ ସିଷ୍ଟମ୍ ମଜବୁତ୍ ରହିଥାଏ । ଶୀତଦିନେ ବାରମ୍ବାର ଅସୁସ୍ଥ ନହେବା ପାଇଁ ଅଁଳା ପାଣି ପିଇବା ଅଭ୍ୟାସ୍ କରନ୍ତୁ । ଏହା ସହ ପେଟ ସମ୍ବନ୍ଧୀୟ ସମସ୍ୟାକୁ ମଧ୍ୟ ଦୂର କରିବରାରେ ସାହାଯ୍ୟ କରିବ ।


ହାର୍ଟ ସମ୍ବନ୍ଧୀୟ ରୋଗର ଆଶଙ୍କା କମ୍ କରାଏ

ଅଁଳା ପାଣିରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ହାର୍ଟ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ। କେବଳ ଏତିକି ନୁହେଁ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଅଁଳା ପାଣି ସହାୟକ ହୋଇପାରିବ । ଯଦି ଆପଣ ଏହି ପରି ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ତେବେ ପ୍ରତ୍ୟେକ ଦିନ ଅଁଳା ପାଣି ପିଇବା ଅଭ୍ୟାସ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ।


ଉତ୍ତମ ସ୍ୱାଦ ପାଇଁ, ଆସନ୍ତୁ ଜାଣିବା କିପରି ଅଁଳା ରସ ତିଆରି କରାଯାଏ

ସର୍ବପ୍ରଥମେ, ୪-୫ ଟି ଅଁଳାକୁ ଛୋଟ ଖଣ୍ଡରେ କାଟି ଏହାର ମଞ୍ଜି ବାହାର କରନ୍ତୁ। ବର୍ତ୍ତମାନ କଟା ଅଁଳା, ଅଦା, ପାଣି ଏବଂ କଳା ଲୁଣକୁ ଏକ ଗ୍ରାଇଣ୍ଡର ପାତ୍ରରେ ରଖନ୍ତୁ ଏବଂ ଏକ ଚିକ୍କଣ ପେଷ୍ଟ ଗଠନ ହେବା ଯାଏଁ ଏହାକୁ ଗୋଳାନ୍ତୁ। ଏହା ପରେ, ମିଶ୍ରଣକୁ ଏକ ଛଣା ମାଧ୍ୟମରେ ଛାଣି ନିଅନ୍ତୁ। ବର୍ତ୍ତମାନ ଅଁଳା ରସ ପ୍ରସ୍ତୁତ ହୋଇଗଲା। ଛଣା ଅଁଳା ରସକୁ ନିଜେ ପିଅନ୍ତୁ ଏବଂ ଅନ୍ୟମାନଙ୍କୁ ପିଆନ୍ତୁ।

Sponsored
ଇମ୍ୟୁନିଟି ବଢାଇଥାଏ ଅଁଳା ରସ: ଏଭଳି ପ୍ରସ୍ତୁତ କରି ପିଇଲେ ମିଳିବ ଲାଭ | Argus News