ସପ୍ତାହରେ ଗୋଟିଏ ଥର କେଶରେ ଲଗାନ୍ତୁ ଏହି ଭେଣ୍ଡି ପାଣି

ଅର୍ଗସ ବ୍ୟୁରୋ: ଆଜିକା ସମୟରେ ସମସ୍ତେ ନିଜ କେଶକୁ ନେଇ ଚିନ୍ତିତ। ଏଥିପାଇଁ ମହିଳାମାନେ ବହୁତ ସାରା ଘରୋଇ ଉପାୟ ଆପଣାଉଛନ୍ତି। ଆଜି ଆମେ ସୁନ୍ଦର କେଶ ପାଇବାକୁ କିଛି ଟିପ୍ସ ଦେବୁ ଏହା ନିଶ୍ଚିତ ଆପଣଙ୍କୁ ଫାଇଦା ମିଳିବ। ସୁନ୍ଦର କେଶ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ। ସ୍ବାସ୍ଥ୍ୟ ପାଇଁ ଭେଣ୍ଡି ଗୋଟିଏ ଭଲ ପରିବା ହୋଇଥିବାବେଳେ ଏହା କେଶ ପାଇଁ ମଧ୍ୟ ରାମବାଣ ଭଳି କାର୍ଯ୍ୟ କରେ। କୁହାଯାଏ କି, ଭେଣ୍ଡି ପାଣି କେଶ ପାଇଁ ବହୁତ ଭଲ ହୋଇଥାଏ। ଏହି ପାଣିକୁ ଚୁଟିରେ ଲଗେଇଲେ ଏହା ଭଲ ଭାବେ ଗ୍ରୋଥ କରିଥାଏ। ଭେଣ୍ଡି ପାଣିରେ ଜରୁରୀ ପୋଷକ ତତ୍ତ୍ବ ଯଥା ଭିଟାମିନ ଏ, ଭିଟାମିନ ସି ଏବଂ ଭିଟାମିନ କେ ସହିତ କ୍ୟାଲେସିୟମ, ମାଗ୍ନେସିୟମ ଏବଂ ଆଇରନ ରହିଥାଏ।
ଏହିସବୁ ପୋଷକ ତତ୍ତ୍ବ ହେୟାର ଫଲିକିଲ୍ସ ପାଇଁ ବେଶ ଜରୁରୀ। ପ୍ରତିଦିନ ଭେଣ୍ଡିରେ ଥିବା ପାଣିକୁ ଚୁଟିରେ ଲଗେଇଲେ ଏହା କେଶର ମୂଳକୁ ମଜଭୁତ କରିଥାଏ। କମ ଝଡ଼ିଥାଏ। ଏଥିରେ ଥିବା ଭିଟାମିନ ହେୟାରକୁ ହେଲଦି କରିଥାଏ। ଭେଣ୍ଡିରେ ଥିବା ପାଣି ହେୟାର ପାଇଁ ଏକ ନାଚୁରାଲ କଣ୍ଡିଶନର ଭଳି କାମ କରିଥାଏ। ଏହାଦ୍ବାରା ହେୟାର ପୁରା କୋମଳ ଏବଂ ମୁଲାୟମ ହୋଇଥାଏ। ତେବେ ଏହି ସବୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ଆପଣାଇବା ଉଚିତ୍ । କାରଣ ଅର୍ଗସ ପକ୍ଷରୁ ଏହାର ପୁଷ୍ଟି କରାଯାଉ ନାହିଁ ।
