ପ୍ଲାଷ୍ଟିକରେ ଖାଦ୍ୟ ରଖି ଖାଉଛନ୍ତି କି? ହୋଇପାରେ ଏହି ବଡ଼ ରୋଗ

Key Points
ପ୍ଲାଷ୍ଟିକ ବା ପଲିଥିନ ବ୍ୟବହାର ଅନେକ ଗମ୍ଭୀର ରୋଗର ଏକ ପ୍ରମୁଖ କାରଣ
ପ୍ଲାଷ୍ଟିକର ବହୁଳ ବ୍ୟବହାର ସ୍ତନ କ୍ୟାନସରର ଆଶଙ୍କାକୁ ବଢ଼ାଇଥାଏ
ଏହା ପୁରୁଷ ଏବଂ ମହିଳା ଉଭୟଙ୍କ ପ୍ରଜନନ କ୍ଷମତାକୁ ମଧ୍ୟ ପ୍ରଭାବିତ କରିଥାଏ
ପ୍ଲାଷ୍ଟିକ୍ ନାଁ ଶୁଣିବା ମାତ୍ରେ ଆମ ମନରେ ପ୍ରଥମେ ପଲିଥିନ ଆସିଥାଏ । କାରଣ ପନିପରିବା ଦୋକାନ ଠାରୁ ଆରମ୍ଭ କରି ଖାଦ୍ୟ ପ୍ୟାକେଜିଂ ପର୍ଯ୍ୟନ୍ତ, ସବୁଠି ପଲିଥିନର ବ୍ୟବହାର ହେଉଛି । ଯଦି ଆପଣ ରାସ୍ତାକୁ ଦେଖିବେ, ତେବେ ଆପଣ ଅଳିଆ ନାଁରେ କେବଳ ପଲିଥିନ୍ ଦେଖିବେ । ଗତ କିଛି ବର୍ଷ ମଧ୍ୟରେ ପଲିଥିନ୍ ବ୍ୟବହାର ଏତେ ବୃଦ୍ଧି ପାଇଛି ଯେ ଏବେ ଏହା ସୁବିଧା ବଦଳରେ ଘାତକ ସାଜୁଛି । ପଲିଥିନ୍ କ୍ୟାନସର ଏବଂ ଶ୍ୱାସକ୍ରିୟା ରୋଗ ସମେତ ଅନେକ ଗମ୍ଭୀର ରୋଗର ଏକ ପ୍ରମୁଖ କାରଣ ପାଲଟୁଛି । ତେବେ ଆସନ୍ତୁ ଜାଣିବା ପଲିଥିନ୍ ବ୍ୟବହାର ଦ୍ଵାରା କେଉଁ ରୋଗ ହୁଏ?
ବିଶେଷଜ୍ଞଙ୍କ ଅନୁସାରେ ପଲିଥିନରେ ଏପରି ରାସାୟନିକ ପଦାର୍ଥ ଥାଏ ଯାହା ବିଷାକ୍ତ ।
ଯେତେବେଳେ ଆମେ ଏଥିରେ ଖାଦ୍ୟ ସଂରକ୍ଷଣ କରୁ କିମ୍ବା ଗରମ ଜିନିଷ ରଖୁ, ଏହି ରାସାୟନିକ ପଦାର୍ଥ ଖାଦ୍ୟରେ ମିଶି ଗମ୍ଭୀର ରୋଗ ସୃଷ୍ଟି କରିବାର ଆଶଙ୍କା ଥାଏ । ପଲିଥିନରେ ଥିବା କିଛି ରାସାୟନିକ ପଦାର୍ଥ କ୍ୟନସର ସୃଷ୍ଟି କରିଥାଏ। ଅନେକ ଗବେଷଣାରୁ ଜଣାପଡିଛି ଯେ ଅଧିକ ସମୟ ଧରି ପ୍ଲାଷ୍ଟିକରେ ଖାଦ୍ୟ ରହିଲେ ଏଥିରୁ ନିର୍ଗତ ରାସାୟନିକ ପଦାର୍ଥ ଖାଦ୍ୟ ସଂସ୍ପର୍ଶରେ ଆସିଥାଏ ଯାହା ଦ୍ୱାରା କର୍କଟ ରୋଗର ଆଶଙ୍କା ବହୁ ଗୁଣରେ ବୃଦ୍ଧି ପାଏ । ଏହା ଶରୀରରେ କର୍କଟ କୋଷଗୁଡିକ ବିକଶିତ କରିପାରେ । ବିଶେଷକରି ସ୍ତନ କ୍ୟାନସରର ଆଶଙ୍କା ବହୁ ଗୁଣରେ ବଢିଥାଏ । ଆହୁରି ମଧ୍ୟ କୁହାଯାଏ ଯେ ପ୍ଲାଷ୍ଟିକ ପୁରୁଷ ଏବଂ ମହିଳା ଉଭୟଙ୍କ ପ୍ରଜନନ କ୍ଷମତାକୁ ପ୍ରଭାବିତ କରିପାରେ । ପ୍ଲାଷ୍ଟିକକୁ ନରମ କରୁଥିବା ରାସାୟନିକ ପଦାର୍ଥ ଶୁକ୍ରାଣୁ ସଂଖ୍ୟାକୁ ହ୍ରାସ କରିବା ସହ ସେମାନଙ୍କର ଗୁଣବତ୍ତା ନଷ୍ଟ କରିରାଏ ।
ଆଉ ଏହି ପଲିଥିନ ଶିଘ୍ର ମାଟିରେ ମିଶି ନ ଥାଏ । ପଲିଥିନ୍ ଜଳାଇବାରୁ ନିର୍ଗତ ଧୂଆଁ ଫୁସଫୁସରେ ପହଁଚିଂ ପୋଡାଜଳା ହୋଇଥାଏ, ଯାହା ରାସାୟନିକ ନିମୋନିଆ କିମ୍ବା ଆଜ୍ମା ଭଳି ରୋଗର କାରଣ ହୋଇପାରେ । ଏହା ପରିବେଶକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ । ପଲିଥିନ୍ ଏକ ଅଣ-ଜୈବବିଘଟନଶୀଳ ପଦାର୍ଥ, ଅର୍ଥାତ୍, ଏହା ମାଟିରେ ଦ୍ରବୀଭୂତ ହୁଏ ନାହିଁ ଏବଂ ବର୍ଷ ବର୍ଷ ଧରି ସେହିପରି ରହି ଡ୍ରେନ୍ଗୁଡ଼ିକୁ ଅବରୋଧ କରେ । ଯେତେବେଳେ ପଲିଥିନ୍ ଅଳିଆ ଆବର୍ଜନାରେ ଫିଙ୍ଗାଯାଏ ଏହା ଡ୍ରେନ୍ରେ ରହିଯାଏ ଯାହା ଫଳରେ ଜଳବନ୍ଦୀର ସମସ୍ୟା ସୃଷ୍ଟି କରେ । ଏହି ମଇଳା ପାଣି ରୋଗର ଘର ପାଲଟିଯାଏ । ପଲିଥିନ୍ ଯୋଗୁଁ ମଶାଙ୍କ ବଂଶ ବୃଦ୍ଧି ପାଉଛି । ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ଜଳବାହିତ ରୋଗ ସୃଷ୍ଟି କରୁଥିବା ମଶା ଜମିଥିବା ପାଣିରେ ବଂଶ ବିସ୍ତାର କରନ୍ତି ।
📱 Get Argus News App
✨ତେଣୁ, ଆମ ଜୀବନରୁ ପଲିଥିନକୁ ସମ୍ପୂର୍ଣ୍ଣ ଭାବରେ ଦୂର କରିବା ଉଚିତ। ଏହା ବଦଳରେ କପଡ଼ା, କାଗଜ କିମ୍ବା ଅନ୍ୟାନ୍ୟ ଜୈବବିଘଟନଶୀଳ ବ୍ୟାଗ ବ୍ୟବହାର କରନ୍ତୁ । ସରକାର ପ୍ଲାଷ୍ଟିକ୍ ପଲିଥିନକୁ ନିଷିଦ୍ଧ କରିଛନ୍ତି, ତଥାପି ଲୋକମାନେ ଏହାକୁ ଅବାଧରେ ବ୍ୟବହାର କରୁଛନ୍ତି । ଚାଲନ୍ତୁ ଆମେ ସମସ୍ତେ ଏକ ହୋଇ ସରକାରଙ୍କୁ ସହଯୋଗ କରିବା ପ୍ଲାଷ୍ଟିକକୁ ଆମ daily lifeରୁ ହଟାଇବା ଏବଂ ଆମେ ନିଜେ ସୁସ୍ଥ ରହିବା।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...