ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି ? ରୁହନ୍ତୁ ସତର୍କ...

ସକାଳର ଖାଇବା ସ୍ବାସ୍ଥ୍ୟକର, ଏବଂ ପୃଷ୍ଟିକର ହେଲେ ଦିନସାରା ଶରୀରକୁ ସଠିକ ଶକ୍ତି ମିଳିଥାଏ । ସେଥିପାଇଁ ଡାକ୍ତରମାନେ ସକାଳର ଜଳଖିଆକୁ ନଭୁଲି ପ୍ରୋଟିନଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି , ସବୁ ପୃଷ୍ଟିକର ଖାଦ୍ୟ ସକାଳୁ ଖାଇବା ଦେହପ୍ରତି ହିତକର ନୁହେଁ । ଯେମିତିକି କିଛିଜଣ ସକାଳୁ କିଛି ସତେଜ ଫଳ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ କିଛି ଫଳ ଖାଲିପେଟରେ ଖାଇଲେ ଦେହ ଉପରେଏହା କି ପ୍ରଭାବ ପକାଏ ଆସନ୍ତୁ ଜାଣିବା ।
ଡାଏଟିସିଆନଙ୍କ ପରାମର୍ଶ ଅନୁଯାୟୀ ଏହି ସବୁ ଫଳ ଖାଲିପେଟରେ ଖାଇବା ଦ୍ବାରା ଶରୀରର ହଜମ ପ୍ରକ୍ରିୟା, ପେଟ ସମସ୍ୟା ଆଦି ଉପରେ ପ୍ରଭାବ ପକାଇଥାଏ ।
୧- ପାନୀୟ ଜାତୀୟ ଫଳ
କମଳା, ଅଙ୍ଗୁର, ଲେମ୍ବୁ ଆଦି ଫଳରରେ ଭିଟାମିନ ସି ଥାଏ । ଯାହା ସାଧାରଣତଃ ଶରୀରକୁ ଭିଟାମିନ ସି ଯୋଗାଇଥାଏ । କିନ୍ତୁ ଏହାକୁ ସକାଳୁ ଖାଲି ପେଟରେ ଖାଇବା ଦ୍ବାରା ଏହା ଶରୀରରେ ଏସିଡିଟି କରାଇଥାଏ । ଛାତିରେ ଜ୍ବଳନ, ବଦହଜମି, ଏବଂ ପେଟର ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ଗ୍ୟାସଜନିତ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ଏହାକୁ ଆଦୌ ଖାଲିପେଟରେ ଖାଇବା କଥା ନୁହେଁ ।
୨- ମସଲାଯୁକ୍ତ ଖାଦ୍ୟ
ମସଲାଯୁକ୍ତ ଖାଦ୍ୟ ସକାଳୁ ଖାଇବା ନିଷିଦ୍ଧ । ରାତିରେ ଅଧିକ ସମୟ ଧରି ପେଟ ଖାଲି ରହିଥିବା ବେଳେ ସକାଳୁ ହଠାତ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହା ପେଟରେ ଗ୍ୟାଷ୍ଟ୍ରିକ ସମସ୍ୟା କରାଇଥାଏ । ଏହାଦ୍ବାରା ମଧ୍ୟ ପେଟରେ ଏସିଡିଟି ହୋଇଥାଏ । ତେଣୁ ଅତ୍ୟଧିକ ରାଗଯୁକ୍ତ କିମ୍ବା ମସଲାଯୁକ୍ତ ଖାଦ୍ୟ ସକାଳୁ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ।
୩ - ଚିନିଜାତୀୟ ପାନୀୟ / ଖାଦ୍ୟ
ସକାଳୁ ଚାହା କିମ୍ବା କଫିରେ ଚିନି ଖାଇବା , କିମ୍ବା ସକାଳୁ ଖାଲିପେଟରେ କୌଣସି ମିଠାଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହା ଶରୀରରେ ଇନସୁଲିନର ପରିମାଣ ବଢିଯାଏ । ଶରୀରରେ ରକ୍ତଶର୍କରାର ପରିମାଣ ବଢିଯାଏ । ତେଣୁ ଖାଲିପେଟରେ ସକାଳୁ ମିଠାଜାତୀୟ ଖାଦ୍ୟ କିମ୍ବା ପାନୀୟ ଖାଇବା ଅନୁଚିତ ।
୪ କଞ୍ଚା ପନିପରିବା
ସକାଳୁ କଞ୍ଚା ଖାଦ୍ୟ ଖାଇବା ଶରୀର ପାଇଁ ଆଦୌ ହିତକର ନୁହେଁ । ଏଥିରେ ଥିବା ହାଇ ଫାଇବର ଅନ୍ୟ ଖାଦ୍ୟ ହଜମ କରାଇବାରେ ବାଧା ସୃଷ୍ଟି କରେ । ଏଥିସହ ପେଟରେ ଗ୍ୟାସ ସମସ୍ୟା, ଅନ୍ୟାନ୍ୟ ପେଟଜନିତ ସମସ୍ୟା କରାଇଥାଏ । ତେଣୁ ଖାଲିପେଟରେ ସକାଳୁ କଞ୍ଚା ପନିପରିବା ଖାଇବା ଶରୀର ପାଇଁ ହାନିକାରକ ।
୫- ଟମାଟୋ
ଟମାଟୋରେ ଥିବା ଟ୍ୟାନିକ ଏସିଡ ଶରୀର ପାଇଁ ଖୁବ କ୍ଷତିକାରକ । ଏହାକୁ ଖାଲିପେଟରେ ଖାଇବା ଦ୍ବାରା ପେଟରେ ଅଲସର ଭଳି ସମସ୍ୟା ଦେଖାଇ ଦେଇଥାଏ । ଏହାକୁ ଖାଲି ନଖାଇ ଅନ୍ୟ କୌଣସି ଖାଦ୍ୟ ସହ ମିଶାଇ ଖାଇଲେ ଏଥିରେ ଥିବା ଏସିଡ୍ ବାଲାନ୍ସ ହୋଇଥାଏ ।
ତେଣୁ ସକାଳୁ ଯଦି ଆପଣ ଏହି ସବୁ ଖାଦ୍ୟ ଭିତରୁ କିଛି ଖାଉଛନ୍ତି, ତେବେ ଏଥିପ୍ରତି ସତର୍କ ରୁହନ୍ତୁ । ସୁସ୍ଥ ଖାଆନ୍ତୁ ସୁସ୍ଥ ରୁହନ୍ତୁ ।