Diet News / ଦିନରେ ଶୋଉଛନ୍ତି କି ? ଜାଣି ରଖନ୍ତୁ ଭଲ ନା ଖରାପ...

Key Points
ଦ୍ୱିପ୍ରହରରେ ବା ଦିନବେଳା ଶୋଇବା ଭାରତୀୟମାନଙ୍କର ଏକ ଅଭ୍ୟାସ। ଦ୍ବିପ୍ରହର ଖାଇବା ପରେ ନିଦ ଆସିବା ସାଧାରଣତଃ ସାମାନ୍ୟ କଥା । ଦିନବେଳା ଖାଇ ସାରିବା ପରେ ଘଣ୍ଟେ ଦି ଘଣ୍ଟା ଟିକେ ଶୋଇପଡିଲେ ଭାରି ଶାନ୍ତି ଲାଗେ।
ଏଭଳି ମନୋଭାବ ସମସ୍ତଙ୍କର ରହିଛି। ତେବେ ଆପର ଜାଣନ୍ତିକି ଦିନବେଳା ଶୋଇବା ଠିକ କି ଭୁଲ। ଏହା ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ। ଏମିତିକି ଅଫିସ୍ ସମୟରେ ମଧ୍ୟ ଲଞ୍ଚ୍ ବ୍ରେକ୍ ପରେ ନିଦ ମାଡ଼ିଆସେ କିନ୍ତୁ ଆଉ ଅଫିସରେ ତ ଶୋଇହେବନି କେମିତି ସମୟଟା ସରିବ ଘଣ୍ଟାକୁ ହିଁ ଖାଲି ଦେଖିବା କଥା ।
ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି , ଦ୍ବିପ୍ରହର ଭୋଜନ ପରେ ପାଚନ ତନ୍ତ୍ରରେ ରକ୍ତ ପ୍ରବାହ ବଢ଼ିଯାଏ, ଯେଉଁ କାରଣରୁ ମସ୍ତିଷ୍କକୁ ରକ୍ତ ଯୋଗାଣ କମିଯାଏ । ଏହାଦ୍ବାରା ଶୋଇବା ଏବଂ ଥକ୍କାପଣ ସୃଷ୍ଟି ହୋଇପାରେ ।
ଏହାଛଡ଼ା ଖାଦ୍ୟ ପରେ ଶରୀରରେ ଗ୍ଲୁକୋଜ ସ୍ତର ବୃଦ୍ଧି ହେତୁ ଅଧିକ ସମୟ ଶୋଇବା ପାଇଁ ଇଚ୍ଛା ହୋଇଥାଏ । ଏ ତ ଗଲା ସାମାନ୍ୟ କଥା , କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ଦିନବେଳା ଶୋଇବା ଏକ ଅଭ୍ୟାସରେ ପରିଣତ ହୋଇଛି । କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା କେତେ ଭଲ ଏବଂ ଖରାପ, ସେ ବିଷୟରେ ଆପଣ କେବେ ଚିନ୍ତା କରିଛନ୍ତି କି? କେବଳ ଯେ ଭାରତୀୟମାନେ ଅଧିକ ଶୋଇବାକୁ ପସନ୍ଦ କରନ୍ତି ତାହା ନୁହେଁ।
ନ୍ୟାସନାଲ ସ୍ଲିପ୍ ଫାଉଣ୍ଡେସନ୍ ଅନୁସାରେ, ଆମେରିକାରେ ପ୍ରାୟ ଏକ ତୃତୀୟାଂଶ ବୟସ୍କ ନିୟମିତ ଭାବରେ ଦ୍ୱିପ୍ରହରରେ ଶୋଇଥାନ୍ତି । କିଛି ଗବେଷଣାରୁ ଜଣାପଡ଼ିଛି ଯେ ଦିନବେଳା ଶୋଇବା ଆପଣଙ୍କୁ ସକ୍ରିୟ ରଖିବା ଏବଂ ଏନର୍ଜେଟିକ୍ ରଖିବାରେ ସାହାଯ୍ୟ କରିପାରେ କିନ୍ତୁ ପ୍ରତିଦିନ ଅଭ୍ୟାସ କଲେ ଅନେକ ପ୍ରକାର ନକାରାତ୍ମକ ପ୍ରଭାବକୁ ମଧ୍ୟ ଡାକିଆଣେ ।
ଦିନରେ ଶୋଇବାକୁ ଇଚ୍ଛା ହେବା ଏହାର ସଙ୍କେତ ହୋଇପାରେ ଯେ ଆପଣ ରାତିରେ ପର୍ଯ୍ୟାପ୍ତ ନିଦ ପାଉନାହାନ୍ତି ଏବଂ ରାତିରେ ନିଦ ପୂରଣ ନହେବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଦ୍ୱାରା ଅନେକ କ୍ରନିକ୍ ରୋଗ ବଢ଼ାଇବାର କାରଣ ବୋଲି ମନେ କରାଯାଏ । କେତେକ କ୍ଷେତ୍ରରେ, ଦିନରେ ଅଧିକ ସମୟ ଶୋଇବା ଆପଣଙ୍କର ସମ୍ପୂର୍ଣ୍ଣ ଶୋଇବା ଚକ୍ରକୁ ବିଗାଡ଼ିପାରେ । ଅଧ୍ୟୟନରୁ ଜଣାପଡ଼ିଛି ଯେ ଶରୀର ଏବଂ ମନ ଉଭୟକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ ରାତିରେ ୬ ରୁ ୮ ଘଣ୍ଟା ଅଚିନ୍ତା ନିଦ ହେବା ନିହାତି ଜରୁରୀ ।
ଦିନବେଳା ଖୁବ୍ କମ୍ ସମୟ ପାଇଁ ବା ଝାପ୍ସା ନିଦ୍ରାରେ ଗଲେ ଏହା ଆପଣଙ୍କ ସ୍ମୃତିଶକ୍ତି ବଢ଼ାଇବାରେ ତ ସହାୟକ ହୁଏ , ଆପଣଙ୍କ କାର୍ଯ୍ୟକଳାପକୁ ବଢ଼ାଇବାରେ ମଧ୍ୟ ଲାଭଦାୟକ ହୋଇଥାଏ ।
କିନ୍ତୁ ଯଦି ଦ୍ବିପ୍ରହର ନିଦ ଅଭ୍ୟାସରେ ପରିଣତ ହେଉଛି, ତେବେ ଲମ୍ବା ସମୟ ଧରି ଏହାର ଅନେକ କ୍ଷତି ମଧ୍ୟ ହୋଇପାରେ, ଯାହାକୁ ନେଇ ସତର୍କ ରହିବା ଆବଶ୍ୟକ।ଦିନରେ ୨୦ ରୁ ୩୦ ମିନିଟ୍ ଅପେକ୍ଷା ଅଧିକ ସମୟ ଶୋଇବା ଉଚିତ୍ ନୁହେଁ । ହାଲକା ନିଦ ଆପଣଙ୍କର ସତର୍କତାକୁ ବଢ଼ାଇଥାଏ, ଅଧିକ ଶୋଇବା ହେତୁ ଆପଣଙ୍କର ରାତିର ନିଦ ଉପରେ ଏହାର ପ୍ରଭାବ ପଡ଼ିପାରେ ।
ତେବେ ଦିନବେଳା ଶୋଇବା ପୂର୍ବରୁ ଆପଣ ଆଲାରାମ୍ ସେଟ୍ କରି କିଛି ସମୟ ପାଇଁ ଶୋଇପାରିବେ ।
ଯଦି ଦିନବେଳା ଆପଣଙ୍କ ନିଦ୍ରା ସମୟ ବଢୁଛି ; ତେବେ ଏହି ସ୍ଥିତି ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କାକୁ ମଧ୍ୟ ବଢ଼ାଇପାରେ । ଯେଉଁ ବୟସ୍କ ଲୋକମାନେ ଦିନରେ ଅଧିକ ସମୟ ଶୁଅନ୍ତି, ସେମାନଙ୍କର ମଧୁମେହ, ହୃଦରୋଗ ଏବଂ ଅବସାଦ ଭଳି ରୋଗ ହେବାର ଆଶଙ୍କା ଅଧିକ ଥାଏ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:
📱 Get Argus News App
✨Related Topics
Explore more stories