ଅଧିକ ଲୋକ ସାମ୍ପୁ କଲା ବେଳେ ଭୁଲ କରିଥାନ୍ତି , ତେବେ...

ଅର୍ଗସ ବ୍ୟୁରୋ: ଯଦି ଆପଣ ଆପଣଙ୍କର କେଶରେ ଖାଲି ସାମ୍ପୁ ଆଉ କଣ୍ଡିସନର ଲଗାଉଛନ୍ତି ତେବେ ହୁଏତ ଏହା ଆପଣଙ୍କ କେଶ ପାଇଁ ଏହ ଖରାପ ହୋଇପାରେ ତେବେ ଏହା ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଅନେକ ଲେକ କେଶ ସଫା କରିବା ପାଇଁ ଅଲଗା ଅଲଗା ସାମ୍ପୁ ବ୍ୟବହାର କରିଥାନ୍ତି ।କେଶକୁ ସଫା କରିବା ଦ୍ଵାରା କେଶସଫା ହୋଇଥାଏ ତାସହ ପୋଷଣ ମଧ୍ୟ ମିଳିଥାଏ । ବର୍ତ୍ତମାନ ସମସ୍ତଙ୍କ ହାତରେ ମୋବାଇଲ ଫୋନ ଯେତେବେଳେ ସୋସିଆଲ ମିଡିଆରେ କିଛି ଅଲଗା ଉପାୟରେ କେଶ ସଫା କରିବା ଦେଖନ୍ତି ସେମାନେ ମଧ୍ୟ ସେହିପରି ଧୁଅନ୍ତି । ଏକ ରିର୍ପଟ ଅନୁଯାୟୀ ଜଣାପଡିଛି ଯେ ଅଧିକରୁ ଅଧିକ ଲୋକ ଚୁଟି ସଫା କଲା ବେଳେ ଭୁଲ କରିଥାନ୍ତି ।
କୁହାଯାଏକି କେଶକୁ ସଫା ରଖିବା ପାଇଁ ଦୁଇ ଥର ସାମ୍ପୁ କରିବା ଆବଶ୍ୟକ ।ଦୁଇ ଥର ସାମ୍ପୁ କରିବା ଦ୍ଵାରା କେଶ ଅଧିକ ସଫା ହୋଇଥାଏ । ଯଦି ଆପଣଙ୍କର କେଶ ରୂପି ହୋଇଥାଏ ତେବେ ତାକୁ ରୋକିବା ପାଇଁ ଅଧିକ ଥର ସଫା କରିବା ଦରକାର ପଡେ ସେଥିପାଇଁ ଦୁଇ ଥର ସାମ୍ପୁ କରିବା ଆବଶ୍ୟକ । ପ୍ରଥମ ସାମ୍ପୁ କରିବା ଦ୍ଵାରା ଜମା ହୋଇଥିବା ସଇଲା ସଫା ହୋଇଯାଏ । ଆଉ ଦ୍ଵିତୀୟ ଥର ସାମ୍ପୁ କଲେ ମୁଣ୍ଡ ସଫା ହୋଇଥାଏ ।
ଦିତୀୟ ଥର ସାମ୍ପୁ କରିଲା ବେଳେ ଧ୍ୟାନ ରଖିବେ ଯେମିତି କେବଳ ଖପୁରିରେ ସାମ୍ପୁ ଲଗାଇବେ କେଶରେ ନୁହେଁ । ତା'ପରେ କେଶକୁ କୋମଳ,ହାଇଡ୍ରେଟ ରଖିବା ପାଇଁ କଣ୍ଡିସନର ବ୍ୟବହାର କରନ୍ତୁ । ଦୁଇ ଥର ସାମ୍ପୁ କରିବା ସମସ୍ତଙ୍କ ପାଇଁ ଦରକାର ନଥାଏ । ଯେଉଁ ମାନଙ୍କର ଶୁଖିଲା ତ୍ୱଚା, ଡାଣ୍ଡ୍ରଫ୍ କିମ୍ବା କୌଣସି ପ୍ରକାରର ସ୍କିନର ଅସୁବିଧା ଥାଏ ସେଇ ଲୋକମାନେ ଭଲରେ ସଫା କରିବା ଆବଶ୍ୟକ କରନ୍ତି କାରଣ ଏହା ନକରିବା ଦ୍ୱାରା କେଶ ମୂଳରେ ଥିବା ଆର୍ଦ୍ରତା ନଷ୍ଟ କମିଯାଏ ।
📱 Get Argus News App
✨କିଏ କରିବେ ଦୁଇ ଥର ସାମ୍ପୁ :-
ସବୁ ପ୍ରକାରର କେଶକୁ ଆବଶ୍ୟକନୁସାରେ ଦୁଇ ଥର ସାମ୍ପୁ କରିବା ଦ୍ଵାରା ଲାଭ ମିଳିଥାଏ । ଯେଉଁ ମାନେ ସପ୍ତାହରେ ଥରେ ସାମ୍ପୁ କରନ୍ତି ସେମାନଙ୍କୁ ଦୁଇଥର ସାମ୍ପୁର ଅନେକ ଫାଇଦା ମିଳିବ ।ଆଉ କିଛି ଜଣ ପ୍ରତିଦିନ କିମ୍ଵା ଦୁଇ ଦିନର ଥରେ ସାମ୍ପୁ କରନ୍ତି ସେଇମାନେ ଦୁଇଥର ସାମ୍ପୁ କରିବା ଆବଶ୍ୟକ ନାହିଁ।
ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର