|
logo
Live

Argus News - ବର୍ଷା ଋତୁରେ ଏହି 7 ଶସ୍ୟରୁ ଦୂରେଇ ରୁହନ୍ତୁ...

Lifestyle

ବର୍ଷା ଋତୁରେ ଏହି 7 ଶସ୍ୟରୁ ଦୂରେଇ ରୁହନ୍ତୁ...

Smruti Parija
Browse all articles by Smruti Parija
·1 year ago·2 min read
ବର୍ଷା ଋତୁରେ ଏହି 7 ଶସ୍ୟରୁ ଦୂରେଇ ରୁହନ୍ତୁ...

ଅର୍ଗସ ବ୍ୟୁରୋ:  ଯେମିତି ଋତୁ ବଦଳେ, ସେମିତି ଆମ ଶରୀରର ଯତ୍ନର ତରିକା ବି ବଦଳେ । କାରଣ ବର୍ଷକ ୧୨ ମାସ ୬ ଋତୁ ଅନୁସାରେ ଆମେ ନିଜ ନିଜର ଯତ୍ନ ଠିକ୍‌ ସେହିପରି ଢଙ୍ଗରେ ନେବା ଦରକାର । ନଚେତ୍‌ କେତେବେଳେ ଶରୀରରେ କି ସମସ୍ୟା ଦେଖାଦେବ ତାହା କିଏ ବା କହିବ ?  ତେବେ ଆସନ୍ତୁ ଜାଣିବା କେଉଁ ଋତୁରେ ଆମେ କେମିତି ନିଜ ଶରୀରର ନେବା ଯତ୍ନ?

ଏବେ ବର୍ଷାଦିନ ଆରମ୍ଭ ହୋଇଯାଇଛି ।  ବର୍ଷାଦିନେ ଆପଣଙ୍କ ହଜମ ପ୍ରକ୍ରିୟାରେ କିଛି ଅସୁବିଧା ହେଉଛି କି ? କାରଣ ସାଧାରତଃ ବର୍ଷା ଦିନେ ପ୍ରାୟ ସମସ୍ତଙ୍କର ଗ୍ୟାସ, ବଦହଜମି ଆଦି ସମସ୍ୟା ଦେଖାଯାଏ । ଯାହା ବି ଖାଇଲେ ହଜମ ନହେବା ଭଳି ଲାଗେ । ଫଳରେ ଧୀରେ ଧୀରେ ଭୋକ କମିଯାଏ । ଆଉ ଗ୍ୟାସ୍ ସମସ୍ୟା ଦେଖାଦିଏ । ଯଦି ଏମିତି ହେଉଛି, ତାହାଲେ ଧ୍ୟାନ ରଖନ୍ତୁ...ବଦହଜମି ରୋକିବା ପାଇଁ ଆପଣଙ୍କୁ 7 ଟି ଶସ୍ୟଠୁ ଦୂରେଇ ରହିବାକୁ ପଡିବ ।

ଗହମ, ବାର୍ଲି, ରାଇ, ମିଲେଟ୍, ଓଟସ୍,ମକା,ବାଜରା । ବର୍ଷା ଋତୁରେ ଏହି 7ଟି ଖାଦ୍ୟରୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ । 

ଗହମ- ଗମରେ ରହିଛି ଅଧିକ ଗ୍ଲୁଟେନ । ଯାହା ଖାଇବା ଦ୍ୱାରା ଆପଣଙ୍କୁ କମ୍ପର୍ଟେବୁଲ ଲାଗିବନି । 

ବାର୍ଲି- ବାର୍ଲି ଏକ ଗରିଷ୍ଠ ଖାଦ୍ୟ । ଆଉ ଏହାକୁ ଖବଜ କରିବା ଖୁବ କଷ୍ଟ । ବିଶେଷ କରି ଗୁଳୁଗୁଳି ହେଉଥିବା ସମୟରେ ଏହା ଖାଇଲେ ହଜମ ହୋଇନଥାଏ । ଏହାସହ ପେଟରେ ଗ୍ୟାସ

ହୋଇଥାଏ । 

ଜଅ- ଗହମ ଭଳି ଏହା ମଧ୍ୟ ହାଇ ଗ୍ଲୁଟେନ୍ । ଫଳରେ ଏହାକୁ ଖାଇଲେ ବଦହଜମି ହେବାର ସମ୍ଭାବନା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମିଲେଟ୍- ମିଲେଟ୍ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ହାଇ ନ୍ୟୁଟ୍ରିସିଅସ୍ । ହେଲେ ଏହି ବର୍ଷା ଋତୁରେ ମାଣ୍ଡିଆ ହଜମ କରିବା ଟିକେ କଷ୍ଟ । 

ଓଟସ୍ - ଓଟସ୍ ରେ ଅଧିକ ଫାଇବର ରହିଛି । ପେଟରେ ଏହା ଫୁଲିବା ସହ ଗ୍ୟାସ ସୃଷ୍ଟି କରିବାର ସମ୍ଭାବନା ରହିଛି । 

ମକା- ଏଥିରେ ଉଚ୍ଚ ଷ୍ଟାର୍ଚ୍ ରହିଛି । ଯାହା ଗ୍ୟାସ ହେବା ସହ ଏହାକୁ ଖାଇଲେ ବଦହଜମି ହୋଇଥାଏ । 

ବାଜରା- ବାଜରାରେ ରହିଛି ଅଧିକ ଫାଇବର୍ । ଫଳରେ ବର୍ଷା ଋତୁରେ ଏହାକୁ ହଜମ କରିବା ଖୁବ କଷ୍ଟ । 

ସେହିପରି ବର୍ଷା ଋତୁରେ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଦରକାର । ବିଶୁଦ୍ଧ ପାଣି ପିଅନ୍ତୁ । ଷ୍ଟ୍ରିଟ୍ ଫୁଡ୍ ଖାଆନ୍ତୁ ନାହିଁ । ପୂର୍ବରୁ କଟା ହୋଇ ରଖାଯାଇଥିବା ଫଳ ଖାଆନ୍ତୁ ନାହିଁ । ଚାଲିବା ସମୟରେ ଗୋଳିଆ ପାଣି ଥିଲେ ସେଠାରେ ଚାଲନ୍ତୁ ନାହିଁ । ଭଲ ଭାବରେ ଗାଧୋନ୍ତୁ । ଏହାସହ ନିୟମମିତ ବ୍ୟାୟାମ କରନ୍ତୁ । ହେଲେ ଆପଣ ଗ୍ୟାସ ସମସ୍ୟାକୁ ନିୟନ୍ତ୍ରଣକୁ ଆଣିପାରିବେ ।

 

Sponsored
ବର୍ଷା ଋତୁରେ ଏହି 7 ଶସ୍ୟରୁ ଦୂରେଇ ରୁହନ୍ତୁ... | Argus News