Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

କାହିଁକି ହୁଏ ମୁଣ୍ଡବ୍ୟଥା ? ଜାଣନ୍ତୁ କିଛି ଉପଚାର...

Banajyotshna Ray
Browse all articles by Banajyotshna Ray
·1 year ago·2 min read
କାହିଁକି ହୁଏ ମୁଣ୍ଡବ୍ୟଥା ? ଜାଣନ୍ତୁ କିଛି ଉପଚାର...

ସାଧାରଣ ଥଣ୍ଡା ପରି ମୁଣ୍ଡବ୍ୟଥା ଏକ ସାଧାରଣ ବିକାର । ମୁଣ୍ଡବ୍ୟଥା ଦ୍ୱାରା ଶରୀର ଆମକୁ ସୂଚନା ଦିଏ ଯେ ସବୁ ଠିକଠାକ୍ ଚାଲୁନି, କିଛି ଅସୁବିଧା ରହିଛି ଶରୀର ଭିତରେ । କେତେଗୁଡିଏ ଜଣାଶୁଣା କାରଣ ହେଲା- ଦୃଷ୍ଟିଶକ୍ତିରେ ଦୋଷ, ସାଇନସ୍ ପ୍ରଦାହ, ଅନିଦ୍ରା, ଭୂତାଣୁ ସଂକ୍ରମଣ, ହାଇ ବ୍ଲଡ୍ ପ୍ରେସର, ଅଜୀର୍ଣ୍ଣ, ମଳବଦ୍ଧତା, ମସ୍ତଷ୍ଟରେ ଟ୍ୟୁମର, କ୍ଳାନ୍ତତା, ଭାବନାଗତ ଉତ୍ତେଜନା, ଅଧିକ ଭ୍ରମଣ, ନିମ୍ନ ବ୍ଲଡ ସୁଗାର ଇତ୍ୟାଦି । ମୁଣ୍ଡବ୍ୟଥା ଭଳି ବାରମ୍ବାର ତୀବ୍ର ଅଧାକପାଳ ମୁଣ୍ଡବିନ୍ଧାକୁ କହନ୍ତି ମାଇଗ୍ରେନ୍ । ମାନସିକ ଉଦବେଗ, ଚିଜ୍, ଚକୋଲେଟ୍, ଭକ୍ଷଣ, ଗର୍ଭନିରୋଧକ ବଟିକା ସେବନ, ଅତ୍ୟନ୍ତ ଉଜ୍ଜ୍ୱଳ ଆଲୋକ । ପାଟନ ପ୍ରଣାଳୀ ଓ ଯକୃତ ଅବ୍ୟବସ୍ଥା ଏହାର ମୁଖ୍ୟ କାରଣ ।

ମୁଣ୍ଡବ୍ୟଥାରୁ କେତେକାଂଶରେ ଉପଶମ ପାଇବାକୁ ହେଲେ ତାହାର ଉପାୟ ହାତ ପାଆନ୍ତାରେ ରହିଛି। ପ୍ରଥମ କଥା ହେଲା, ନିଜର ଦୈନନ୍ଦିନ ଖାଦ୍ୟ ଠିକ୍‌ ସମୟରେ ଖାଆନ୍ତୁ। ତା’ ସହ ଠିକ୍‌ ସମୟରେ ପାଣି ପିଅନ୍ତୁ। ଯଦି ଶରୀରରେ ଜଳୀୟ ଅଂଶ ସନ୍ତୁଳିତ ରହିଲା, ତେବେ ତାହା ମୁଣ୍ଡ ବିନ୍ଧା ସମସ୍ୟାକୁ କେତେକାଂଶରେ ଦୂରେଇ ରଖିଥାଏ। ସବୁବେଳେ ଯଦି ଚିନ୍ତାଗ୍ରସ୍ତ ରହିଲେ, ତେବେ ତାହା ମୁଣ୍ଡ ବିନ୍ଧାର ଅନ୍ୟତମ କାରଣ ସାଜିଥାଏ। ଅଦା ମିଶ୍ରିତ ଚା’ ମୁଣ୍ଡ ବିନ୍ଧାରୁ କେତେକାଂଶରେ ଉପଶମ ଦେଇଥାଏ। ମୁଣ୍ଡ ବିନ୍ଧା ପାଇଁ ମନକୁ ମନ ସବୁବେଳେ ପେନ୍‌ କିଲର ଖାଆନ୍ତୁ ନାହିଁ। ଯଦି ଏହି ସମସ୍ୟା ଲାଗି ରହୁଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।

ଆଉ ଏକ କଥା ହେଲା ଶୋଇବା। ପ୍ରତିଦିନ ରାତିରେ ୭-୮ ଘଣ୍ଟା ଶୁଅନ୍ତୁ। ଭଲ ନିଦ ହେବା ପାଇଁ ଶୋଇବା ପୂର୍ବରୁ ଭଲ ଭାବରେ ଗୋଡ଼, ହାତ ଏବଂ ମୁହଁ ଧୁଅନ୍ତୁ। ଯଦି ସବୁବେଳେ ନିଦ ଭଲ ହେଲା, ତେବେ ମୁଣ୍ଡ ବିନ୍ଧା ସମସ୍ୟା ଦେଖାଯିବାର ଆଶଙ୍କା କମ୍‌ ଥାଏ। ଏହାର ଆଉ ଏକ ସହଜ ଉପାୟ ରହିଛି। ବାସ୍‌, ପ୍ରତିଦିନ କିଛି ସମୟ ଯୋଗ କରନ୍ତୁ। ଏଥିରୁ ମାନସିକ ଶାନ୍ତି ମିଳିବା ସହ ମୁଣ୍ଡ ବିନ୍ଧାରୁ କେତେକାଂଶରେ ଉପଶମ ମିଳିଥାଏ। ସବୁଠାରୁ ବଡ଼ କଥା ହେଲା ନିଜକୁ ଚିନ୍ତାଠାରୁ ଦୂରେଇ ରଖନ୍ତୁ।


ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
avoiding-perfumes-and-scented-products-can-make-a-big-difference-in-how-many-headaches-you-have | Argus News