Health Tips / ବାଜରା ନା ଗହମ ରୁଟି: କେଉଁ ରୁଟି ଆପଣଙ୍କ ଓଜନ କମାଇବାରେ ସାହଯ୍ୟ କରିବ

Key Points
ରୁଟି ଭାରତୀୟ ଖାଦ୍ୟ ଥାଳିର ଏକ ଅବିଚ୍ଛେଦ୍ୟ ଅଂଶ । ଅଧିକାଂଶ ଘରେ ପ୍ରତିଦିନ ରୁଟି ଖିଆଯାଏ । ତଥାପି, ଯେତେବେଳେ ଗହମ ରୁଟି ଏବଂ ବାଜରା ରୁଟି ମଧ୍ୟରୁ କେଉଁଟି ବାଛିବା କଥା ଆସେ, ଲୋକମାନେ ପ୍ରାୟତଃ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ କେଉଁଟି ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ।
ଗହମ ରୁଟି ହାଲୁକା ଏବଂ ହଜମ କରିବାକୁ ସହଜ। ସେହିପରି, ବାଜରା ରୁଟି ଫାଇବର, ପ୍ରୋଟିନ ଏବଂ ଆଇରନରେ ଭରପୂର, ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଅଧିକ ସମୟ ଧରି ଶକ୍ତି ଯୋଗାଇଥାଏ । ଆମେ କେଉଁ ରୁଟି ପ୍ରତିଦିନ ଖାଇବା ଭଲ ତାହା ଜାଣିବା ।
ଫାଇବର ଦୃଷ୍ଟିରୁ ଦେଖିବାକୁ ଗଲେ ବାଜରା ରୁଟିରେ ଗହମ ରୁଟି ଅପେକ୍ଷା ଅଧିକ ଫାଇବର ଥାଏ । ଗୋଟିଏ ଗହମ ରୁଟିରେ ପ୍ରାୟ ୨.୫ ଗ୍ରାମ ଫାଇବର ଥାଏ, ଗୋଟିଏ ବାଜରା ରୁଟିରେ ପ୍ରାୟ ୩.୨ ଗ୍ରାମ ଫାଇବଲ ଥାଏ । ଉଚ୍ଚ ଫାଇବର ପରିମାଣ ପେଟକୁ ଅଧିକ ସମୟ ପାଇଁ ଫୁଲ ରଖିବାରେ ସାହାଯ୍ୟ କରେ ଏବଂ ଖାଦ୍ୟକୁ ଧୀରେ ଧୀରେ ହଜମ କରିବାରେ ସାହାଯ୍ୟ କରେ ।
ଏହା ରକ୍ତରେ ଶର୍କରା ବୃଦ୍ଧିକୁ କମ୍ ରକିଥାଏ । ପ୍ରୋଟିନ୍ ଦୃଷ୍ଟିରୁ,ଗୋଟିଏ ବାଜରା ରୁଟିରେ ପ୍ରାୟ ୩.୩ ଗ୍ରାମ ପ୍ରୋଟିନ୍ ଥାଏ, ଯାହା ଗହମ ରୁଟିରେ ପ୍ରାୟ ୨.୬ ଗ୍ରାମ ତୁଳନାରେ । ଏହାର ଅର୍ଥ ହେଉଛି ବାଜରା ରୁଟିରେ ଟିକେ ଅଧିକ ପ୍ରୋଟିନ୍ ଥାଏ। ମାଂସପେଶୀକୁ ମଜବୁତ କରିବା ସହ ହାଡ଼ର ବିକାଶ କରିଥାଏ ।
ବାଜରା ରୁଟିରେ ଆଇରନ ଭରପୂର ମାତ୍ରାରେ ମିଳିଥାଏ । ଗୋଟିଏ ବାଜରା ରୁଟିରେ ପ୍ରାୟ ୨.୧ ମିଗ୍ରା ଆଇରନ ଥାଏ, ଯାହା ଗହମ ରୁଟିରେ ୧.୧ ମିଗ୍ରା ତୁଳନାରେ। ଆଇରନ ରକ୍ତହୀନତାକୁ ରୋକେ ତା'ସହ ଥକ୍କାପଣକୁ କମାଇ ଥାଏ ।
କେଉଁଥିରେ କାର୍ବୋହାଇଡ୍ରେଟ୍ କମ୍?
ଗୋଟିଏ ଗହମ ରୁଟିରେ ପ୍ରାୟ ୧୫.୭ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ, ଯେତେବେଳେ ଗୋଟିଏ ବାଜରା ରୁଟିରେ ପ୍ରାୟ ୧୯.୧ ଗ୍ରାମ କାର୍ବୋହାଇଡ୍ରେଟ୍ ଥାଏ । ଯେଉଁମାନେ କମ୍ କାର୍ବୋହାଇଡ୍ରେଟ୍ ଡାଏଟ୍ କରିଥାନ୍ତି କିମ୍ବା ସେମାନଙ୍କର କାର୍ବୋହାଇଡ୍ରେଟ୍ କମ୍ କରିବାକୁ ଚାହାଁନ୍ତି, ସେମାନଙ୍କ ପାଇଁ ଗହମ ରୁଟି ଏକ ଭଲ ବିକଳ୍ପ ହୋଇପାରେ।
ଗହମ ରୁଟି ବର୍ଷସାରାଖାଇହେବ । ଅନ୍ୟପକ୍ଷରେ, ବାଜରା ରୁଟି ଗରମ ବଢ଼ାଉଥିବାରୁ ଖରା ଦିନରେ କମ ଖାଇବାକୁ ପରାମର୍ଶ ଦିଆଯାଏ । ଏହି କାରଣରୁ ଶୀତଦିନେ ବାଜରା ରୁଟି ଅଧିକ ଖିଆଯାଏ। ବାଜରା ଏବଂ ଗହମ ରୁଟି ଉଭୟ ସ୍ୱାସ୍ଥ୍ୟକର। ତେଣୁ, ଆପଣଙ୍କ ଆବଶ୍ୟକତା, ପାଗ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସେଗୁଡ଼ିକୁ ଆପଣଙ୍କ ଖାଦ୍ୟରେ ପରିବର୍ତ୍ତନ କରି ସାମିଲ କରିବା ଭଲ, ଯାହା ଦ୍ଵାରା ଆପଣଙ୍କ ଶରୀର ସମସ୍ତ ଆବଶ୍ୟକୀୟ ପୋଷକ ତତ୍ତ୍ୱ ପାଇପାରିବ।
📱 Get Argus News App
✨Related Topics
Explore more stories