ସାବଧାନ! ଅଧିକ ମିଠା ଖାଇଲେ ସବୁ ଭୁଲିଯିବେ...

Key Points
ମିଠା ସ୍ୱାସ୍ଥ୍ୟପକ୍ଷେ ହାନିକାରକ
ଅତ୍ୟଧିକ ମିଠା ଖାଇବା ଦ୍ୱାରା ସ୍ମରଣଶକ୍ତିକୁ କରିପାରେ ପ୍ରଭାବିତ
ଡାକ୍ତରଙ୍କ ବଡ଼ ଦାବି
ମିଠା ଖାଇବା ସମସ୍ତଙ୍କୁ ଭାରି ଭଲ ଲାଗେ। ହେଲେ ଅଧିକ ମିଠା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ତେଣୁ ଡାକ୍ତରମାନେ ସବୁବେଳେ ମିଠା ଖାଇବା ପାଇଁ ମନା କରିଥାନ୍ତି। ହେଲେ ଅନେକ ଏହାକୁ ମାନନ୍ତି ନାହିଁ। ମିଠା ଦେଖିବା କ୍ଷଣି ଖାଇବା ପାଇଁ ବ୍ୟାକୁଳ ହୁଅନ୍ତି। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ ପ୍ରଭାବିତ କରିବାର ଯଥେଷ୍ଟ ଆଶଙ୍କା ରହିଛି। ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଏହାର କି ପ୍ରକାର ପ୍ରଭାବ ସେମାନଙ୍କର ସ୍ମରଣ ଶକ୍ତି ଉପରେ ପଡୁଛି ତାହାକୁ ତନ୍ନତନ୍ନ କରି ଅନୁଧ୍ୟାନ ମଧ୍ୟ କରିଥିଲେ।
ଯେଉଁମାନେ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିଲେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ବ୍ୟକ୍ତିଙ୍କ ସ୍ମରଣଶକ୍ତିରେ ତାରତମ୍ୟ ଦେଖିବାକୁ ମିଳିଥିଲା। ଏଭଳି ସତର୍କ ସୂଚନା ଦେଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ପୁଷ୍ଟିବିଜ୍ଞାନୀମାନେ। ‘ଅତ୍ୟଧିକ ମିଠା ଓ ସ୍ମରଣ ଶକ୍ତି’ ବିଷୟକୁ ନେଇ ହୋଇଥିବା ସର୍ଭେରୁ ଏଭଳି ତଥ୍ୟ ମିଳିପାରିଛି। ଏହି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ସେମାନେ କିଛି ବ୍ୟକ୍ତିଙ୍କୁ ସର୍ଭେ ପରିସରଭୁକ୍ତ କରିଥିଲେ। ସେମାନଙ୍କୁ ଦୁଇଟି ଗ୍ରୁପରେ ବିଭକ୍ତ କରି ଗୋଟିଏ ଗ୍ରୁପରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଭାବରେ ମିଠା ଖାଇବାକୁ ଏବଂ ଅନ୍ୟ ଗ୍ରୁପ ବ୍ୟକ୍ତିମାନଙ୍କୁ ମନଇଚ୍ଛା ମିଠା ଖାଇବାକୁ ପରାମର୍ଶ ଦେଇଥିଲେ।
📱 Get Argus News App
✨ଏହା ପରେ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଅଧିକ ମିଠା ଖାଇବା ଦ୍ୱାରା କେବଳ ଯେ ସ୍ୱାସ୍ଥ୍ୟ ଖରାପ ହେବ ତାନୁହେଁ, ସ୍ମରଣଶକ୍ତି ମଧ୍ୟ ପ୍ରଭାବିତ ହେବ। ତେବେ ଆଉ ଡେରି ନକରି ଏବେହିଁ ବନ୍ଦ କରିଦିଅନ୍ତୁ ମିଠା ଖାଇବା। ନଚେତ୍ ଆପଣ ହିଁ ଭୋଗିବେ ଅନେକ ଅସୁବିଧା।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର: