Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଚିନି ଖାଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ

Rashmita Mishra
Browse all articles by Rashmita Mishra
·12 months ago·2 min read
ଚିନି ଖାଉଥିଲେ ସାବଧାନ ! ହୋଇପାରେ ଏହି ବଡ଼ ରୋଗ

Key Points

ଚିନି ଖାଉଥିଲେ ସାବଧାନ ! 

ଜଣେ ବ୍ୟକ୍ତି ବର୍ଷକୁ ୨୪ କେଜି ଚିନି ଖାଇଥାନ୍ତି

ଚିନି ବଦଳରେ ଆପଣ ଗୁଡ ଖାଇପାରିଵେ

ମିଠା ଖାଇବାକୁ କାହାକୁ ବା ଭଲ ନଲାଗେ। ସେଥିପାଇଁ ଚିନି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ବିବେଚନା କରାଯାଏ । ମିଠାର କିଛି ଖାଦ୍ୟ ହେଉ ବା ଚା',କଫି ଲୋକମାନେ ପ୍ରାୟ ସବୁ ଖାଦ୍ୟରେ ଚିନିର ବ୍ୟବହାର କରନ୍ତି । ଅନେକ ଲୋକ ମିଠା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି ସେଥିପାଇଁ ଏହାକୁ ଅତ୍ୟଧିକ ଖାଇବା ଆରମ୍ଭ କରନ୍ତି, ସେଥିପାଇଁ ତ ସମ୍ପକୀୟଙ୍କ ଘରକୁ ଗଲାବେଳେ ଆମେ ସମସ୍ତେ ମିଠା ଧରିକି ଯାଇଥାଉ । କିନ୍ତୁ ବେଳେ ବେଳେ ଏହି ମିଠା ଖାଇବା ଆବଶ୍ୟକତା ଠାରୁ ଅଧିକ ହୋଇଯାଏ ଯେ ତାହା ଆମକୁ ଜଣା ନଥାଏ । ଚିନି ପାଟକୁ ଯେତିକି ଭଲ ସ୍ଵାସ୍ଥ୍ୟ ପାଇଁ ସେତିକି କ୍ଷତି କାରକ ।

ଅଧିକ ଚିନି ଖାଇବା ଦ୍ଵାରା ମୋଟାପଣ, ମଧୁମେହ ଓ ଉଚ୍ଚ ରକ୍ତଚାପ ପରି ସମସ୍ୟା ଦେଖାଯାଏ । ଆରମ୍ଭରୁ ଏହା ଜଣା ନ ପଡିଲେ ବି ଅଧିକ ଦିନ ଧରି ମିଠା ଖାଇବା ଦ୍ଵାରା ଏହି ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ତ ସ୍ଵାସ୍ଥ୍ୟ ବିଷେଶଜ୍ଞ ମାନେ ଚିନିକୁ ଧଳା ଜହର ବା ଧିମା ଜହର କୁହନ୍ତି ।

ଆଜିକାଲି ଲୋକମାନେ ସୁସ୍ଥ ଖାଦ୍ୟ ଅପେକ୍ଷା ସୁଆଦିଆ ଖାଦ୍ୟ ଖୋଜୁଛନ୍ତି । ଯେଉଁଥିପାଇଁ ଶରୀରରେ ଶର୍କରାର ପରିମାଣ ବଢିବାରେ ଲାଗିଛି । ରିପର୍ଟ ଅନୁସାରେ ଜଣେ ବ୍ୟକ୍ତି ବର୍ଷକୁ ୨୪ କେଜି ଚିନି ଖାଇଥାନ୍ତି । ଆଉ ଏହାହିଁ ଡାଇବେଟିସ୍ ହେବାର ମୁଖ୍ୟ କାରଣ ପାଲଟିଛି । ଖାଲି ସେତିକି ନୁହେଁ ଅଧିକ ଚିନି ଖାଇଲେ ଶରୀରରେ ଶର୍କରା ପରିମାଣ ବଢାଏ, ଇନସୁଲିନ ହରମୋନ ହ୍ରାସ ପାଏ,ମଧୁମେହର କାରଣ ହୋଇଥାଏ , ରୋଗ ପ୍ରତିରୋଧକ ଶକ୍ତି କମିଥାଏ, ଗଣ୍ଠିବାତ ସମସ୍ୟା ଦେଖାଦିଏ,ମେଦ ବହୁଳ ଓ ହୃଦ ରୋଗର ମଧ୍ୟ ଭୟ ରହିଥାଏ । ସେଥିପାଇଁ ଚିନିକୁ ଧଳା ଜହର କୁହାଯାଏ । ସ୍ଵାସ୍ଥ୍ୟ ପାଇଁ ଏହା ବହୁତ କ୍ଷତି କାରକ ହୋଇଥାଏ ।

ତେବେ ଆପଣ ବି ଯଦି ଅତ୍ୟଧିକ ମିଠା ଖାଉଛନ୍ତି ହୋଇଯାଆନ୍ତୁ ସାବଧାନ । ଆପଣଙ୍କ ଖାଦ୍ୟରେ ଚିନିର ପରିମାଣ କମ୍ କରନ୍ତୁ ନଚେତ୍ ଆଦୌ ଚିନି ଖାଆନ୍ତୁ ନାହିଁ । ଚିନି ବଦଳରେ ଆପଣ ଗୁଡ ଖାଇପାରିଵେ ଯାହା ଆପଣଙ୍କୁ ସୁସ୍ଥ ରଖିବା ସହ ଶକ୍ତି ଯୋଗାଇଥାଏ ।

ଅତ୍ୟଧିକ ପରିମାଣର ଚିନି ଖାଇବା କେବଳ ଶାରୀରିକ ନୁହେଁ ବରଂମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇଥାଏ । ଏହା ବ୍ୟତୀତ ଅଧିକ ଚିନି ଖାଇଲେ ସମୟ ପୂର୍ବରୁ ହିଁ ବୃଦ୍ଧାବସ୍ଥା ଆସିଥାଏ । ଆମ ଚର୍ମ କୋଲେଜନ ଏବଂ ଇଲାଷ୍ଚିନରେ ତିଆରି, ଯାହା ଏହାକୁ ନରମ କରିଥାଏ । ଅଧିକ ମିଠା ଖାଇବା ଦ୍ୱାରା କୋଲେଜନର କ୍ରସ୍‌-ଲିଙ୍କ୍‌ର କାରଣ ମଧ୍ୟ ହୋଇପାରେ । ଏହା ଦ୍ୱାରା ଚର୍ମ ଟାଣ ହୋଇଥାଏ ଏବଂ ଏହାର ନରମତା କମିଯାଏ । ଯେତେ ଅଧିକ ମିଠା ଖାଇବେ, ଚର୍ମର ସେତିକି କ୍ଷତି ହୋଇଚାଲିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
be-careful-eating-sugar-this-could-be-a-major-disease | Argus News